Posted inଜାତୀୟ

କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା

ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ପ୍ରତି ଘଣ୍ଟାରେ ରାଜନୈତିକ ପାଣିପାଗ ସରଗରମ ହେଉଥିଲେ ମଧ୍ୟ ଜେଡିଏସର କିଛି ନେତା ଏଗୁଡିକୁ ଖାତିର ନ କରି କ୍ଲବରେ ଯୋଗ କରିବାରେ ବ୍ୟସ୍ତ ଅଛନ୍ତି। ବଙ୍ଗାଲୁରୁରେ ଥିବା ଗଲ୍ଫଶିୟର କ୍ଲବରେ ଯୋଗ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକ ଇସ୍ତଫାପତ୍ର ଦେବା ପରେ ରାଜନୈତିକ ପାଣିପାଗ ଗୋଳିଆ ହୋଇଯାଇଛି। ଅସନ୍ତୁଷ୍ଟ ବିଧାୟକଙ୍କ ଯେତେ ବୁଝାଇଲେ ମଧ୍ୟ ସେମାନେ ନିଜ ନିଜ ନିଷ୍ପତିିରେ ଅଟଳ ଅଛନ୍ତି।


All Right Reserved By Dharitri.Com

ପୋଲିସ ଭୟରେ ଆତ୍ମସମର୍ପଣ କଲେ ଅପରାଧି

ବୁଲନ୍ଦସହର,୩।୮: ଉତ୍ତର ପ୍ରଦେଶ ବୁଲନ୍ଦସହରର ଜଣେ ଅପରାଧି ପୋଲିସ ଭୟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ଅନିଲ ନାମକ ଏହି ଅପରାଧିଙ୍କ ଉପରେ ପୋଲିସ ୧୦...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ବିବିଏମ୍‌ପି ସଦସ୍ୟ

ବେଙ୍ଗାଲୁରୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ...

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ...

ସରକାର ଗଠନ ପାଇଁ ଭାଜପା ବୁକ୍‌ କଲା ଷ୍ଟାଡିୟମ୍‌

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ କାହାର ସରକାର ଗଠନ ହେବ ସେନେଇ ସମସ୍ତ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳିସ୍ଥିତିରେ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ଆସନ...

ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ସୁଦ୍ଧା କେବଳ ଉତ୍ତର ପ୍ରଦେଶରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ...

ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ରେ ଗୃହୀତ ହେଲା ଦିଶା ବିଲ୍‌: ବଳାତ୍କାର ଅଭିଯୁକ୍ତଙ୍କୁ ୨୧ ଦିନରେ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ,୧୩।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ ଦିଶା ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶୁକ୍ରବାର ବିଧାନସଭାରେକ ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ...

ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ...

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ...

Leave a comment

Your email address will not be published. Required fields are marked *