Posted inଖେଳ

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ ଗିରଫ କରି ପରେ ଛାଡ଼ିି ଦେଇଥିବା ଜଣାପଡ଼ିଛି। ଜାହାନ ରବିବାର ରାତିରେ ସାହାସପୁର ଅଲି ନଗରଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଶ୍ୱଶୁରଘର ଲୋକେ କିନ୍ତୁ ତାଙ୍କୁ ଘରଛାଡ଼ି ଚାଲିଯିବା ଲାଗି କହିଥିଲେ। ଜାହାନ ତାହା ନ ଶୁଣି ଗୋଟିଏ ରୁମ୍‌ରେ ସେ ଓ ତାଙ୍କ ପିଲାକୁ ବନ୍ଦ କରି ରଖିଥିଲେ। ଶ୍ୱଶୁର ଘର ଲୋକେ ପୋଲିସ ସହାୟତା ଲୋଡିଥିଲେ। ପୋଲିସ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା କରିବାରେ ବିଫଳ ହୋଇଥିଲେ। ଶେଷରେ ସେମାନେ ଜାହାନଙ୍କୁ ଗିରଫ କରିଥିଲେ। ଜାହାନଙ୍କୁ ଖବରଦାତାମାନେ ଏ ବିଷୟରେ ପଚାରିବାରୁ ସ୍ବାମିଙ୍କ ଘରକୁ ଆସିବା ମୋର ବ୍ୟକ୍ତିଗତ ଅଧିକାର ରହିଛି। ମାତ୍ର ମୋ ଶ୍ୱଶୁର ଘର ଲୋକେ ମୋତେ ଦୁର୍ବ୍ୟବହାର କରୁଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସମର୍ଥନ କରି ମୋତେ ଗିରଫ କରିଛି। ମହମ୍ମଦ ଶାମି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବ୍ୟସ୍ତ ଅଛନ୍ତି। ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଛନ୍ତି।


All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି...

ଜର୍ସି ଯୋଗୁ ଭାରତ ହାରିଲା: ମେହବୁବା ମୁଫତି

ଶ୍ରୀନଗର, ୧।୭:ଆଇସିସି ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିବାରେ ସମର୍ଥ ହୋଇଛି ଆୟୋଜକ ଇଂଲଣ୍ଡ। ରବିବାର ବର୍ମିଂହାମରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଭାରତକୁ ୩୧ରନରେ ପରାସ୍ତ...

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫- ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି...

ତୃତୀୟ ଟେଷ୍ଟ: ଷ୍ଟୋକ୍ସ, ପୋପ୍‌ଙ୍କ ଶତକ

ପୋର୍ଟ ଏଲିଜାବେଥ,୧୮।୧(ଏ.ପି.)- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ତା’ର ସ୍ଥିତି ଦୃଢ କରିଛି। ଟସ୍‌ ଜିତି ପ୍ରଥମେ...

ବିଶ୍ୱ ଚାମ୍ପିୟନଶିପ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବାସେଲ(ସୁଇଜରଲାଣ୍ଡ), ୨୧।୮ (ପି.ଟି.): ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଶ୍ୱ ଚାମ୍ପିୟନଶିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ...

କୋହଲିଙ୍କ ନୂଆ ହେୟାର ଷ୍ଟାଇଲ ବନେଇଲେ ଅନୁସ୍କା

କରୋନା ଭାଇରସ ସଂକ୍ରମଣ ଯୋଗୁ ଏବେ ସବୁ ଖେଳ ବନ୍ଦ। ସାରା ଭାରତ ଲକ୍‌ଡାଉନ୍‌ ଥିବାରୁ ଆଥଲେଟମାନେ ଘରେ ବସି ସମୟ ବିତାଉଛନ୍ତି। ଅନେକ ହୋମ୍‌...

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯...

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ...

Leave a comment

Your email address will not be published. Required fields are marked *