କର୍ମଚାରୀଙ୍କୁ ଆଇସିୟୁରେ ସିଟ୍‌ ମିଳିଲାନି: ମୃତ୍ୟୁ ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଧାରଣା ଦେଲେ ଆଟେଣ୍ଡାଣ୍ଟ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ଆଇସିୟୁରେ ସିଟ୍‌ ଥିବା ସତ୍ତ୍ୱେ ନ ଦେବା, ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେବା, ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିବା ପ୍ରତିବାଦରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଭଦ୍ରକ ଜିଲା ତିହିଡ଼ି ଦେଉଳି ଗ୍ରାମର ଅନୁପମା ନାୟକ ମଧୁମେହ ରୋଗରେ ପୀଡିତ ଥିଲେ। ସେ କ୍ୟାପିଟାଲ ହସ୍ପିଟାଲରେ ଏସ୍‌ଏନ୍‌ସିୟୁରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମହିଳା ଓ୍ବାର୍ଡରେ ଥିଲେ। ମାତ୍ର ରାତିରେ ତାଙ୍କ ଦେହ ଅଧିକ ଖରାପ ହେବା ଯୋଗୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ଦରକାର ପଡ଼ିଥିଲା। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁପମାଙ୍କ ପରିବାରକୁ ସିଟ୍‌ ନ ଥିବା କହିଥିଲେ। ଏପରିକି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ଆଇସିୟୁରେ ଏଣ୍ଟ୍ରି ଦିଆଯାଇଥିଲା। ଏଣୁ ସିଟ୍‌ ଥିବା ସତ୍ତ୍ୱେ ମୃତା ଅନୁପମାଙ୍କୁ ନ ଦେବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଅନୁପମା ହସ୍ପିଟାଲର କର୍ମଚାରୀ ହୋଇଥିବା ସତ୍ତ୍ୱେ ତାଙ୍କୁ ଆଇସିୟୁ ଦେବାରେ ଅବହେଳା କରିବାକୁ ନେଇ ବିଭିନ୍ନ ବିଭାଗର ଆଟେଣ୍ଡାଣ୍ଟମାନେ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ। ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ସକାଳ ୭ଟାରୁ ୧୦.୩୦ ପର୍ଯ୍ୟନ୍ତ ମୃତଦେହ ରଖି କର୍ମଚାରୀମାନେ ଧାରଣା ଦେଇଥିଲେ। ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ପ୍ରମୁଖ ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।


All Right Reserved By Dharitri.Com

ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ...

ସୁଷମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୭।୮(ବ୍ୟୁରୋ) : ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର...

ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ...

ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା...

୫ ଦିନ ପରେ ବାଜିବ ରେଭେନ୍‌ଶା ରେଡ଼ିଓ: କଟକ ଶୁଣୁଥିଲା, ଏବେ ଭୁବନେଶ୍ୱର ଶୁଣିବ

କଟକ ଅଫିସ,୩୦ା୬: ଆଉ ୫ ଦିନ ପରେ ବାଜିବ ରେଭେନ୍‌ଶା ରେଡିଓ। ୪ବର୍ଷ ଧରି ଖତ ହୋଇ ପଡ଼ିବା ପରେ ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃକାର୍ଯ୍ୟକ୍ଷମ...

ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍‌, ବାଇକ୍‌; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ...

ଭିମ୍‌ସାର: ୪ ବର୍ଷରେ ୩୪୭୨ ଶିଶୁ ମୃତ

ସମ୍ବଲପୁର,୨୪ା୧:ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ସ୍ବାସ୍ଥ୍ୟସେବା ଉପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନିର୍ଭର...

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ସାଇବର ଥାନା

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା। ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ। ନୂଆ...

Leave a comment

Your email address will not be published. Required fields are marked *