Posted inଜାତୀୟ

ଜେଲରେ ବିଳାସମୟ ଜୀବନ ବିତାଉଛନ୍ତି କଏଦୀ: ଭିଡିଓ ଭାଇରାଲ

ଭୋପାଳ,୧୦।୭: ଉତ୍ତରପ୍ରଦେଶ ମାଉ ଜିଲାରେ ଜେଲ ପ୍ରଶାସନର କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିଛି। ଜେଲରେ କଏଦୀମାନେ ବିଳାସମୟ ଜୀବନ ବିତାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜେଲରେ କଏଦୀମାନେ ଭଲ ଭଲ ଖାଦ୍ୟଠାରୁ ଆରମ୍ଭ କରି ନିଶାଦ୍ରବ୍ୟ, ମୋବାଇଲ ସମେତ ବହୁ ବିଳାସପୂର୍ଣ୍ଣ ସୁବିଧା ପାଉଥିବା ଦେଖିବାକୁ ମିଳିଛି। କଏଦୀଙ୍କଠାରୁ ଜେଲର ଓ ସୁପରିଣ୍ଟେଣ୍ଡେଣ୍ଟ ଟଙ୍କା ନେଇ ଜେଲରେ ଏଭଳି ସୁବିଧା ଉପଲବ୍ଧ କରାଉଥିବା ଅଭିଯୋଗ ହୋଇଛି। ଜେଲ ଭିତରେ ପ୍ରତ୍ୟେକ କଏଦୀଙ୍କଠାରୁ ପ୍ରତିମାସରେ ହଜାରେ ଟଙ୍କା ନିଆଯାଇଥାଏ। ଏହା ବଦଳରେ ସେମାନଙ୍କୁ ହିଟର ଓ ମୋବାଇଲ ଚାର୍ଜର ସୁବିଧା ଦିଆଯାଇଥାଏ। କେବଳ ଏତିକି ନୁହେଁ, ସେମାନଙ୍କୁ ନିଶାଦ୍ରବ୍ୟ ଯଥା ହିରୋଇନ୍‌ ଓ ଗଞ୍ଜେଇ ବିକ୍ରି କରିବାକୁ ମଧ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କଠାରୁ ଅନୁମତି ମିଳିଥାଏ। ଏଥିରୁ ସବୁମାସରେ ଜେଲରଙ୍କୁ ୧୦ହଜାର ଟଙ୍କା ମିଳିଥାଏ। ଆଉ ଯେଉଁ କଏଦୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରନ୍ତି ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥାଏ କିମ୍ବା ହତ୍ୟା ଧମକ ମିଳିଥାଏ ବୋଲି ଅଭିଯୋଗ ହୋଇଛି। ତେବେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ସ୍ଥାନୀୟ ଏସ୍‌ପି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଜେଲ୍‌ରେ ୩ଥର ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


All Right Reserved By Dharitri.Com

ରାଜ୍ୟପାଳଙ୍କୁ ଭେଟିଲେ ଓମାର ଅବଦୁଲା: କହିଲେ ଅନୁଚ୍ଛେଦ ‘୩୫-ଏ’କୁ ନେଇ ଲୋକଙ୍କ ମନରେ ରହିିଛି ଶଙ୍କା

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଶନିବାର ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ, ଅନୁଚ୍ଛେଦ ‘୩୫-ଏ’କୁ ନେଇ ରାଜ୍ୟର ଲୋକଙ୍କ...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

ଭାରତ ସୀମାର ୩୫ କିମି ଭିତରେ ଉଡ଼ିଲା ଚାଇନା ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ଭାରତ ସୀମାର ୩୦ରୁ୩୫ କିଲୋମିଟର ଭିତରେ ଚାଇନା ଯୁଦ୍ଧ ବିମାନ ଉଡ଼ିଛି। ଭାରତୀୟ ସେନା ପକ୍ଷରୁ ଏହା ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖାଯାଇଥିବା କୁହାଯାଉଛି।...

ସିଟିଇଟିରେ ଆର୍ଥିକ ଦୁର୍ବଳଙ୍କ ଲାଗି ୧୦% ସଂରକ୍ଷଣ ଆବେଦନ:କେନ୍ଦ୍ର, ସିବିଏସ୍‌ଇ, ଏନ୍‌ସିଟିଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫(ପି.ଟି.):କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି), ୨୦୧୯ରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ହୋଇଥିବା ଆବେଦନ ଉପରେ...

ଆସାମରେ ୧୯ ଲକ୍ଷ ୯୬ ହଜାର ଭୂତ ଅଙ୍ଗନଓ୍ବାଡ଼ି ହିତାଧିକାରୀ ଖାଉଛନ୍ତି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୨।୯: ଦେଶରେ ଗର୍ଭବତୀ ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଦ୍ୱାରା ୧୦ କୋଟି ହିତାଧିକାରୀ ଉପକୃତ...

ବର୍ଷକୁ ଥରେ ମହାକାଳଙ୍କ ସେବା କରନ୍ତି ମହିଳା…

ମଧ୍ୟପ୍ରଦେଶ ଉଜ୍ଜୟନୀରେ ପ୍ରଭୁ ମହାକାଳଙ୍କ ସେବା ବର୍ଷରେ ଥରେ ମହିଳାମାନେ କରନ୍ତି। ଦୀପାବଳି ପୂର୍ବଦିନ ଦେବ ଦୀପାବଳି ଅବସରରେ ମହାକାଳଙ୍କ ପୂଜା କରୁଥିବା ସଦସ୍ୟଙ୍କ ପରିବାରର...

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା...

ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ।...

Leave a comment

Your email address will not be published. Required fields are marked *