Posted inଖେଳ

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌ ଖୋଲିବାକୁ ହୁଏ। କ୍ରିକେଟରେ ନିଜ ଛକା ପାଇଁ ଜଣାଯାଉଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଅଭିନବ ଉପାୟରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଯୁବି ବଟଲର କ୍ୟାପ୍‌ ଖୋଲିବା ଲାଗି ଟେନିସ୍‌ ବଲ ଓ ବ୍ୟାଟ୍‌ର ବ୍ୟବହାର କରିଛନ୍ତି। ସେ ବଲ୍‌କୁ ବ୍ୟାଟ୍‌ରେ ମାରିଥିଲେ, ଯାହାକି ବଟଲରୁ କ୍ୟାପ୍‌ ଖୋଲିଦେଇଥିଲା। ହେଲେ ବଟଲଟି ପଡ଼ିଯାଇଥିଲା। ଏହି ଭିଡ଼ିଓକୁ ଯୁବି ଟୁଇଟରରେ ପୋଷ୍ଟ କରି ପୂର୍ବତନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା, ଭାରତୀୟ ଓପ୍‌ନର ଶିଖର ଧାଓ୍ବନ ଓ କ୍ରିସ୍‌ ଗେଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଲାଗି ଏକ ସ୍ବତନ୍ତ୍ର ସର୍ତ୍ତ ରଖିଛନ୍ତି। ଯୁବିଙ୍କ ଏହି ଭିଡିଓକୁ ୨.୫ ନିୟୁତ ଫଲୋଅର୍ସ ଦେଖିସାରିଛନ୍ତି ଏବଂ ୮.୪ ଲକ୍ଷ ପସନ୍ଦ ମଧ୍ୟ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି...

୧୦ ଦିନ ପାଇଁ ସୋଏବ ଘରକୁ ଫେରିଲେ

ଲାହୋର,୩୦।୪(ପି.ଟି.)- ପାକିସ୍ତାନ ଅଭିଜ୍ଞ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୋଏବ ମଲିକ ୧୦ ଦିନ ପାଇଁ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ...

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ...

ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭଦୋଦରା,୭।୧୦: ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏଠାରେ ସୋମବାର ମହାରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ...

ଦୃଷ୍ଟିହୀନ କ୍ରିକେଟ୍‌ ସିରିଜ, ରମେଶଙ୍କ ଶତକ: ଭାରତର କ୍ଲିନ୍‌ ସୁଇପ୍‌

ଭୁବନେଶ୍ୱର, ୨୯।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଅତି ଚମତ୍କାର ପ୍ରଦର୍ଶନ ସହ ଏହାର ଜାମାଇକା ଅଭିଯାନ ଶେଷ କରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ...

ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍‌

ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ...

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ...

Leave a comment

Your email address will not be published. Required fields are marked *