Posted inଜାତୀୟ

ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍‌ଙ୍କ ଘରେ ଚଢ଼ାଉ

ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍‌) ଅଭୟ କୁମାର ସିଂହଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ତାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ଏହାକୁ ଗଣିବା ପାଇଁ ସିବିଆଇ ମେଶିନର ସାହାଯ୍ୟ ନେଇଛି। ଏହି ଚଢ଼ାଉ ପାଇଁ ପୂର୍ବରୁ ପୂରା ପ୍ରସ୍ତୁତି କରିଥିଲା ସିବିଆଇ। ଏଥିପାଇଁ ସିବିଆଇର ୪ଟି ଗାଡ଼ି ଅଭୟଙ୍କ ବାସଭବନରେ ପହଞ୍ଚିଥିଲା। ୨ଟି ଗାଡିରେ ଜରୁରୀ କାଗଜପତ୍ର ନିଆଯାଇଥିବା ବେଳେ ଅନ୍ୟ ୨ଟିରେ ସିବିଆଇ ଟିମ୍‌ ଯାଇ ଅଭୟଙ୍କ ଘରେ ଚଢ଼ାଉ କରିବା ସହ ପଚରାଉଚରା ଜାରି ରଖିଛି। ଏହି ଅବୈଧ ଖଣି ମାମଲା ୨୦୧୨ରୁ ୨୦୧୬ର ଘଟଣା। ଏହି ସମୟରେ ରାଜ୍ୟରେ ସମାଜବାଦୀ ପାର୍ଟି(ଏସ୍‌ପି)ର ସରକାର ରହିଥିଲା। ସେତେବେଳେ ଖଣି ମନ୍ତ୍ରାଳୟ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟରେ ରହିଥିଲା। ଅଭୟ ମଧ୍ୟ ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ଫତେପୁରର ଡିଏମ୍‌ ରହିଥିଲେ। ଏହି ମାମଲାରେ ଅଭୟଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ସିବିଆଇ ତାଙ୍କ ବିରୋଧରେ ଏହି ଚଢ଼ାଉ ଜାରି ରଖିଛି।


All Right Reserved By Dharitri.Com

୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି

ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା...

ଗୁଜରାଟ କାରଖାନା ବିସ୍ଫୋରଣ: ୬ମୃତ

ଭଦୋଦରା,୧୧।୧: ଗୁଜରାଟର ଭଦୋଦରାରେ ଥିବା ଏକ କାରଖାନା ବା ଫ୍ୟାକ୍ଟ୍ରିରେ ଶନିବାର ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର...

ସ୍ଥଗିତାଦେଶକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୨୧ା୧(ପି.ଟି.): ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ପାଇଁ ରହିଥିବା ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।...

ଝିଅବିଦା ପୂର୍ବରୁ ମତଦାନ କଲେ କନ୍ୟା

ଜୟପୁର,୨୯।୪: ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ରାଜସ୍ଥାନର ଜଣେ କନ୍ୟା ଝିଅବିଦା ପରମ୍ପରା ପାଳନ ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। କନ୍ୟା...

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା

ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ...

ଜେଏନ୍‌ୟୁ ହିଂସାର ତଦନ୍ତ ଭାର ନେଲା କ୍ରାଇମ୍‌ ବ୍ରାଞ୍ଚ୍‌: ୩ ଦଳରେ ବିଭକ୍ତ ହେଲା ଟିମ୍‌

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ଯାଇଛି। ମାମଲା ହସ୍ତାନ୍ତର ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତି କରିଛି।...

ଦିପାବଳୀ ପୂର୍ବରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ୩ ସନ୍ଦିଗ୍ଧ ଗିରଫ

ଅମୃତସର,୪।୧୦: ଆସନ୍ତା ଦିବାବଳୀରେ ପଞ୍ଜାବରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା କହିଛି ଗୁଇନ୍ଦା ବିଭାଗ। ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ବାରୁଦ ଓ ବିସ୍ଫୋରଣ...

Leave a comment

Your email address will not be published. Required fields are marked *