Posted inଜାତୀୟ

ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି

ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ ପଲ୍ଲବ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି। ଫିଲ୍ମରେ ଶହେରୁ ଅଧିକ ପୋଲିସ କର୍ମଚାରୀ ଅଭିନୟ କରିବେ। ଏହାର କାହାଣୀକାର ଏବଂ ଗୀତିକାର ହେଉଛନ୍ତି ଏସ୍‌ପି ସୂରଜ ସିଂ ପରିହାର। ଯୁବବର୍ଗଙ୍କୁ କିଭଳି ପ୍ରଲୋଭିତ କରି ମାଓବାଦୀ ସଂଗଠନରେ ସାମିଲ୍‌ କରାଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଫିଲ୍ମରେ ଦୃଶ୍ୟାଙ୍କନ କରାଯିବ। ୧୦ ମିନିଟର ଏହି କ୍ଷୁଦ୍ର ଫିଲ୍ମରେ ମାଓବାଦୀ ସଂଗଠନରେ ସାମିଲ ନ ହେବାକୁ ସଚେତନ କରାଯିବ। ଫିଲ୍ମର ନାମ କରଣ ‘ସୁବହ କା ସୂରଜ’ ଭାବେ କରାଯାଇଛି। ଏହାର ଶୁଟିଂ କାରଲିର ଘନ ଜଙ୍ଗଲରେ କରାଯିବ। ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଫିଲ୍ମରେ ମାଓବାଦୀଙ୍କ ମୁଖିଆ ଭାବେ ଅଭିନୟ କରିବାକୁ କୋଲକତାରୁ ଜଣେ ଅଭିନେତାଙ୍କୁ ଅଣାଯିବାର ଯୋଜନା ରହିଛି।


All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା...

ମାତୋଶ୍ରୀ ସାମ୍ନାରେ ପୋଷ୍ଟର ଲାଗିଲା ଆଦିତ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଇତିମଧ୍ୟରେ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଆଦିତ୍ୟ...

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

ପଶ୍ଚିମବଙ୍ଗରେ ଆଉ ଜଣେ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା, ୧୯।୬: ନିର୍ବାଚନ ଶେଷ ହେବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ରାଜ୍ୟର କୁଚ ବିହାରରେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ...

ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ହେଲେ କେ. ନଟରାଜନ

ନୂଆଦିଲ୍ଲୀ,୩୦।୬: ରାଜେନ୍ଦ୍ର ସିଂଙ୍କ ସ୍ଥାନ ନେଲେ କେ. ନଟରାଜନ। ରବିବାର ନଟରାଚନଙ୍କୁ ୨୩ ତମ ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ...

ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ରାଜ୍ୟ ସଭାରେ ଦାବି

ନୂଆଦିଲ୍ଲୀ,୨୭ା୭(ପି.ଟି.): ଓଡିଶାର ଆଦିବାସୀ ଓ ସେମାନଙ୍କ ଜମିର ସୁରକ୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଶୁକ୍ରବାର ବିଜେଡି ଏମ୍‌ପି ସସ୍ମିତ...

ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର।...

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଅଣାଯିବ ଦୁଇ ସନ୍ତାନ ଆଇନ: ଭାଗଓ୍ବତ

ଲକ୍ଷ୍ନୌ, ୧୮।୧: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

Leave a comment

Your email address will not be published. Required fields are marked *