ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା ପରେ ନବବଧୂ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ବିହାରର ବାଙ୍କି ଜିଲାର ବୌସି ଅଞ୍ଚଳରେ ବିନୟ ରଜକ ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରନ୍ତି। ସ୍ଥାନୀୟ ଅଞ୍ଚଳର ଶୋଭା ଦେବୀ ନାମକ ଜଣେ ମହିଳା ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଋତୁ କୁମାରୀଙ୍କ ସହ ବ୍ୟାଙ୍କ ଯାଇଥିଲେ। ସ୍ବାମୀଙ୍କ ନାଁରେ ଥିବା ୧୩ ଲକ୍ଷ ଟଙ୍କା ଋତୁଙ୍କ ନାମରେ କରାଇଦେବାକୁ ଶୋଭା ଦେବୀ ବିନୟଙ୍କୁ କହିଥିଲେ। ଋତୁଙ୍କ ନାମରେ ଏତେ ଲକ୍ଷ ଟଙ୍କା ଥିବା ଜାଣି ବିନୟ ତାଙ୍କୁ ଠକିବା ଯୋଜନା ସ୍ତ୍ରୀ ଗୁଡିଆଙ୍କ ସହ ମିଶି କରିଥିଲେ। ପ୍ରଥମେ ନିଜକୁ ଜଣେ ଅନାଥ ପୁଅର ପରିଚୟ ଦେଇ ଋତୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବିନୟ। ଏବଂ ସ୍ତ୍ରୀ ଗୁଡିଆ ତାଙ୍କ ଘରକୁ ବିବାହ ପ୍ରସ୍ତାବ ବିଧିବଦ୍ଧ ଭାବେ ନେଇଯାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଋତୁଙ୍କ ମା’। ପରେ ଗୁଡିଆ ବିନୟଙ୍କ ଭାଉଜ ହୋଇ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବହା ପରେ ଋତୁ ଏକଥା ଜାଣିବା ପରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।


All Right Reserved By Dharitri.Com

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ...

ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା

ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ...

ଥରିଲା ବିକାନେର୍‌: ଲୋକେ ଆତଙ୍କିତ

ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍‌ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ...

ମୋଦିଙ୍କ ବିରୋଧରେ ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସିପିଆଇ ଏମ୍‌ପି ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଛନ୍ତି। ମୋଦି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌...

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ଲତା ମଙ୍ଗେସ୍‌କରଙ୍କୁ ଫୋନ କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ, ୨୯।୯: ସୁର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସ୍‌କର ୯୦ତମ ଜନ୍ମଦିନ ଶନିବାର ଧୁମଧାମରେ ପାଳନ କରିଛନ୍ତି। ଏହାର ଦିନକ ପରେ ନିଜ ମନ୍‌...

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ...

ପରୀକ୍ଷାରେ ବହି ଦେଖି କପି କରି ବି ୭୦ ଶିକ୍ଷକ ହେଲେ ଫେଲ୍‌

ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୀକ୍ଷାରେ ବହି ଦେଖି କପି କରି ମଧ୍ୟ ୭୦ ସରକାରୀ ସ୍କୁଲ୍‌ ଶିକ୍ଷକ ଫେଲ୍‌ ହୋଇଛନ୍ତି। ପୂର୍ବରୁ...

Leave a comment

Your email address will not be published. Required fields are marked *