ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସିଇ: ୨ ମହିଳା ଶ୍ରମିକ ମୃତ, ୫ ଗୁରୁତର

ସଜନାଗଡ଼, ୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୯ନଂ. ରାଜ୍ୟ ରାଜପଥର ସତ୍‌ସଙ୍ଗବିହାର ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ ଟାଟା ଏସିଇ ଓଲଟି ପଡ଼ିବାରୁ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫ ଗୁରୁତର ହୋଇଛନ୍ତି।
ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତ ତେଣ୍ଡାମୁଣ୍ଡ ଘୁରା ଗ୍ରାମରୁ ଏକ ଟାଟା ଏସିଇ (ଓଡି ଓ୧ ଓ୍ବାଇ-୯୬୪୮) ୧୨ରୁ ଊର୍ଦ୍ଧ୍ୱ ଶ୍ରମିକ(ମହିଳା, ପୁରୁଷ)ଙ୍କ ସହ ମିକ୍ସରମେଶିନ ଲୋଡ଼କରି ନୀଳଗିରି ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।


All Right Reserved By Dharitri.Com

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ

ବାହାନଗା, ୧।୬(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତର କହଁରାଗୋହିରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ(୯୫)ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ସେ ଦୀର୍ଘଦିନ ହେଲା...

ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ

ବାହାନଗା, ୧ା୧୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଛି।...

ଶିକାରୀଙ୍କୁ ସୁହାଉଛି ଲକ୍‌ଡାଉନ

ସଜନାଗଡ, ୧୮ା୪(ଡି.ଏନ.ଏ.)- କରୋନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ଜାରି ରହିଥିବା ବେଳେ ଏହାର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଏବେ ବନ୍ୟଜନ୍ତୁ...

ନିର୍ମାଣାଧୀନ ରାସ୍ତାକୁ ହାଣି ଖେଳାଇବା ନେଇ ଉତ୍ତେଜନା

ବାହାନଗା, ୧୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଅଠିଲାବାଜ ଗ୍ରାମରେ ଏମଜିଏନଆର୍‌ଇଜିଏସ୍‌ରେ ନିର୍ମାଣାଧୀନ ରାସ୍ତାକୁ ହାଣି ଜମି ସହିତ ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି।...

ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି

ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର...

ଲକ୍‌ଡାଉନ ଉଲ୍ଲଂଘନ: ୪ଜଣଙ୍କ ନାମରେ ମାମଲା

ସିମୁଳିଆ, ୧୯ା୪(ଡି.ଏନ.ଏ.)-କରୋନାକୁ ଖାତର ନ କରି ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ କେଳାପଲି ଛକ ନିକଟରେ ଖଟି କରୁଥିବା ୪ଜଣ ଯୁବକଙ୍କ ନାମରେ ପୋଲିସ...

ବ୍ୟାପୁଛି ଡେଙ୍ଗୁ: ବାଲିଆପାଳରେ ୩ ମୃତ, ଜଳେଶ୍ୱରରେ ୭ ଚିହ୍ନଟ

ବାଲିଆପାଳ/ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ବାଲିଆପାଳ ବ୍ଲକରେ ଡେଙ୍ଗୁରେ ଏଯାଏ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର...

ହାତୀ ଉପଦ୍ରବ: ଅଧାପାଚିଲା ଧାନକାଟିଲେ ଚାଷୀ

ଚମ୍ପୁଆ, ୯ା୬(ଡି.ଏନ.ଏ.)-ହାତୀ ପାଇଁ ରାତି ଉଜାଗର ରହୁଥିବା ଚାଷୀ ଶେଷରେ ଅନ୍ୟ ଉପାୟ ନ ପାଇ ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଥିବା ଧାନଚାଷକୁ ଅଧାପାଚିଲା...

Leave a comment

Your email address will not be published. Required fields are marked *