Posted inଜାତୀୟ

ମା’ଙ୍କ ବିକଳ କାନ୍ଦରେ ବ୍ରେନ୍‌ ଡେଡ୍‌ ପୁଅ ଆଖିରୁ ବୋହିଲା ଲୁହ

ହାଇଦ୍ରାବାଦ୍‌,୧୦।୭: ମା’ ଏବଂ ସନ୍ତାନ ସମ୍ପର୍କ ଅତି ନିବିଡ଼। ମା’ ସନ୍ତାନ ପାଇଁ ଜୀବନକୁ ବାଜି ଲଗାଇ ପାରେ। ମା’ର ସ୍ନେହ ଡାକରେ ରହିଛି ଚମତ୍କାର। ଏହାର ସଦ୍ୟତମ ଉଦାହରଣ ତେଲେଙ୍ଗାନା ସୂର୍ଯ୍ୟାପେଟ୍‌ ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ପିଲ୍ଲାଲମେରୀ ଗାଁରେ ବାସ କରୁଥିବା ୧୮ ବର୍ଷ ବୟସ୍କ ଗନ୍ଧମ୍‌ କିରନ୍‌ଙ୍କୁ ଜୁନ୍‌ ୨୬ରେ ଜ୍ୱର ହୋଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୨୮ରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ୍‌ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଜୁଲାଇ ୩ରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷିତ କରି ସମସ୍ତ ଲାଇଫ୍‌ ସପୋର୍ଟ ଉପକରଣ ହଟାଇ ଦେଇ ଘରକୁ ପଠାଇ ଦେଇଥିଲେ। ଘରେ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପୁଅ ନିକଟରେ ବସି ମା’ ବିକଳରେ କାନ୍ଦିବାକୁ ଲାଗିଥିଲେ। ମା’ଙ୍କ କାନ୍ଦରେ ହଠାତ୍‌ ଗନ୍ଧମ୍‌ଙ୍କ ଆଖିରୁ ଲୁହ ବୋହିବା ଆରମ୍ଭ କରିଥିଲା। ଏନେଇ ପରିବାର ସଦସ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବା ସହିତ ଗନ୍ଧମ୍‌ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କର ସ୍ଥିିତିରେ ପରିବର୍ତ୍ତନ ଘଟି ଧୀରେ ଧୀରେ ସେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା କୁହାଯାଉଛି।


All Right Reserved By

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି...

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ...

ଆକାଶମାର୍ଗରେ ବି କଟକଣା ଜାରି କଲା ପାକ୍‌

ନୂଆଦିଲ୍ଲୀ,୮ା୮: ଜମ୍ମୁ-କଶ୍ମୀର ସମ୍ପର୍କିତ ନୂଆଦିଲ୍ଲୀର ପଦକ୍ଷେପକୁ ନେଇ କ୍ଷୁବ୍ଧ ପାକିସ୍ତାନ ନିଜ ଆକାଶମାର୍ଗରେ ଭାରତ ପାଇଁ ଆଂଶିକ କଟକଣା ଜାରି କରିଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା...

ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ

ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ...

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା...

୨ ହଜାର ବର୍ଷ ତଳେ ହରପ୍ପାନ୍‌ ସଭ୍ୟତାରେ ତିଆରି ହେଉଥିଲା ପିଜା

ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨...

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *