ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ଏହା କରିଛନ୍ତି ଓଡ଼ିଶାର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ୍‌ ମହାନିରୀକ୍ଷକ ଅରୁଣ ବୋଥ୍ରା। ଏଥିରେ ପିଲାଟି ପିତାଙ୍କ ଗୋଡ଼କୁ ଛନ୍ଦି ଅଫିସ ଯିବାକୁ ଦେଉନି। ପିତା ଶୀଘ୍ର ଆସିବା ପାଇଁ କହୁଥିଲେ ମଧ୍ୟ ପିଲାଟି ରାହାଧରି କାନ୍ଦୁଛି। ଏହା ଦେଖଣାହାରୀଙ୍କୁ ବେଶ୍‌ ଭାବପ୍ରବଣ କରୁଛି। ପ୍ରାୟ ୧ ମିନିଟ୍‌ ୨୫ ସେକେଣ୍ଡର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଅରୁଣ ଲେଖିଛନ୍ତି ପୋଲିସ ପଦବୀରେ ଥିଲେ ବି ଏଭଳି ଘଟଣା ଅତି ସମ୍ବେଦନଶୀଳ। ପରିବାରକୁ ପଛରେ ପକାଇ ସେମାନେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇଥାଆନ୍ତି। ଏହା କେବଳ ଜଣେ ପୋଲିସ କର୍ମଚାରୀ ନୁହେଁ, ସବୁ କର୍ମଜୀବୀ ମହିଳା ଓ ପୁରୁଷ ମର୍ମେ ମର୍ମେ ଅନୁଭବ କରନ୍ତି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ...

ଧାକୁଲି ଆଈର ଅଚଳ ଟଙ୍କା

ମନ-ମାନଚିତ୍ର/ ଡ. ନରହରି ବେହେରା ଆମ ପାଇଁ ଧାକୁଲି ଆଈ ପରି ଭଲ ମଣିଷ ଆଉ ଦୁନିଆରେ ନାହାନ୍ତି। ଭାରି ସ୍ନେହୀ। ପ୍ରତିଦିନ ସକାଳେ ତା’...

ସମ୍ଭାବ୍ୟ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର...

ଚନ୍ଦ୍ର ଓ ସାମୁଦ୍ରିକ ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ଣ୍ଣମୀ ଜହ୍ନର ରୁପେଲି ଆଲୋକରେ ଆକାଶ ଯେତେବେଳେ ଆଲୋକିତ ହୋଇଯାଏ ସେତେବେଳେ ମୋତେ ଭାରି ଖୁସି ଲାଗେ। ଚନ୍ଦ୍ର କେମିତି...

ଏଇ ଭାରତରେ

ମଣିଷର ଆଦିମ ସାଥୀ ହେଉଛି କୁକୁର। ଏହା ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରିଥାଏ। ଅଧୁନା ମଣିଷ ବିଶ୍ୱାସଘାତକ ସାଜୁଥିବା ବେଳେ ଏହି ଇତର ପ୍ରାଣୀଟି...

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ଏଇ ଭାରତରେ

ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ...

ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ...

Leave a comment

Your email address will not be published. Required fields are marked *