ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍‌ଟିଫ୍‌। ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟରମାନେ ଭୟଭୀତ ହୋଇପଡିଲେଣି। ମଙ୍ଗଳବାର ଏସ୍‌ଟିଏଫ୍‌ର ଓ୍ବାଣ୍ଟେଡ୍‌ ଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଶୁଭ୍ରାଂଶୁ ପରିଡା ଓରଫ ଛୋଟା(୪୫) ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଏସ୍‌ଟିଏଫ୍‌ ଜାଲ ବିଛାଇଥିବା ଜାଣିପାରି ଗିରଫରୁ ବର୍ତ୍ତିବା ପାଇଁ ଛୋଟା ଓକିଲ ଧରି ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲା। ଏ ସମ୍ପର୍କରେ ଆଗୁଆ ସୂଚନା ପାଇବା ପରେ କୋର୍ଟ ଆଗରେ ଏସ୍‌ଟିଏଫ୍‌ର ୫ଜଣିଆ ଟିମ୍‌ ସାଦାପୋଷାକରେ ଛକି ରହିଥିଲେ। ହେଲେ ଛୋଟା ଚକମା ଦେଖାଇ ଓକିଲଙ୍କ ଗହଳି ଭିତରେ କୋର୍ଟ ଭିତରକୁ ପଶି ଯାଇଥିଲେ। ଏସ୍‌ଟିଏଫ୍‌ କୋର୍ଟ ଭିତରୁ ତାଙ୍କୁ ଗିରଫ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓକିଲମାନେ ବିରୋଧ କରିଥିଲେ। ଏହାକୁ ନେଇ ଏସ୍‌ଟିଏଫ୍‌ ଓ ଓକିଲଙ୍କ ମଧ୍ୟରେ କୋର୍ଟ ଆଗରେ କିଛି ସମୟ ଯୁକ୍ତତର୍କ ହୋଇଥିଲା। ଶେଷରେ ଏସ୍‌ଟିଏଫ୍‌ ଆଉ ଗିରଫ ନ କରିପାରି ଖାଲି ହାତରେ ଫେରିଥିଲା। ଏହାପରେ ଛୋଟା ବିରୋଧରେ ଅଧିକ ପ୍ରମାଣ ପାଇଁ ଏସ୍‌ଟିଏଫ୍‌ ତାଙ୍କ ଦ୍ୱାରିକାନଗର ଘର, ଅଫିସ୍‌ ସମେତ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ କରିଥିଲା। ତେବେ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଛୋଟାଙ୍କୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ। ଦୁଇଦିନ ଭିତରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଆଲୋକ ଜେନା କହିଛନ୍ତି।
ଅନ୍ୟପକ୍ଷରେ ନିଶା କାରବାର ଓ ବେଆଇ ପଥର ଖଣି ଚଳାଉଥିବା ଦାରୁଠେଙ୍ଗର ସୂର୍ଯ୍ୟ ହାତଖଣ୍ଡିକୁ ଏସ୍‌ଟିଏଫ୍‌ ମଙ୍ଗଳବାର ଗିରଫ କରିଛି। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ-୭/୧୯, ଦଫା ୩୭୯, ୪୧୧, ୪୬୭, ୪୬୮, ୪୭୧, ୧୨୦(ବି) ଓ ୨୫/୨୭ ଆର୍ମସ ଆକ୍ଟ ଲଗାଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ସେ ମଧ୍ୟ ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟ କରିବା ସହ ବେଆଇନ ପଥର ଉତ୍ତୋଳନ ଓ ଚୋରା ଚାଲାଣ କରୁଥିଲେ। ସେ ପ୍ରଥମେ ଛୋଟା ଓ ଲେଡି ଡନ୍‌ ଗ୍ୟାଙ୍ଗରେ କାମ କରୁଥିଲେ। ପରେ ସୂର୍ଯ୍ୟ ନିଜେ ଏକ ଗ୍ୟାଙ୍ଗ ଗଢି ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକାଧିକ ପଥର ଖାଦାନରୁ ପଥର ଚାଲାଣ କରୁଥିଲେ।
ତେବେ ନିଶା ଓ ପଥର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତିକୁ ଗୁରୁତ୍ୱର ସହ ନେଇଛି ଏସ୍‌ଟିଏଫ୍‌। ସେମାନଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଥିବା ଜାଣିବା ପରେ ସେମାନଙ୍କ ସମ୍ପତ୍ତିର ଖୋଳତାଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଏସ୍‌ଟିଏଫ୍‌ ଚିଠି ଲେଖିବ ବୋଲି ଜଣାପଡିଛି।

ବ୍ରାଉନସୁଗାରରୁ ପଥର ମାଫିଆ ଓ ଲେଡି ଡନ୍‌ ଗ୍ୟାଙ୍ଗ୍‌

ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟର ମାଷ୍ଟରମାଇଣ୍ଡ୍‌ ଥିଲେ ଛୋଟା। ସେ ବାଲେଶ୍ୱର ଓ ବାଂଲାଦେଶରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରୁଥିଲେ। ଖୋର୍ଦ୍ଧା ଅଞ୍ଚଳରେ ନିଶା ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ବେଆଇନ ପଥର ଖନନ ଓ ଚୋରା ଚାଲାଣ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଲେଡି ଡନ୍‌ଙ୍କୁ ଗ୍ୟାଙ୍ଗ୍‌ରେ ସାମିଲ୍‌ କରିଥିଲେ। ତାଙ୍କୁ ବେଆଇନ ପଥର ଉତ୍ତୋଳନ ଓ ଚାଲାଣ ଦାୟିତ୍ୱ ଦେଇଥିଲେ। ଲେଡି ଡନ୍‌ ବନ୍ଧୁକ ଧରି ପଥର ଖଣି ଇଲାକାରେ ରାଜ୍‌ କରିବା ସହ ଆତଙ୍କ ଖେଳାଇଥିଲେ। ପୋଲିସ ଲେଡି ଡନ୍‌ ଓ ଛୋଟାଙ୍କୁ ଗିରଫ କରିବାକୁ ସାହସ କରୁ ନ ଥିଲେ। ଏପରିକି ଗ୍ରାମବାସୀ ଓ ସ୍ଥାନୀୟ ନେତାଙ୍କୁ ଲେଡିଡନ୍‌ ମାସିକ ବଟି ଦେଉଥିଲେ। ଏନେଇ ସମସ୍ତେ ଜାଣୁଥିଲେ ମଧ୍ୟ ଚୁପ୍‌ ରହୁଥିଲେ। ଏସ୍‌ଟିଏଫ୍‌ ଖୋଳତାଡ଼ କରିବା ପରେ ଛୋଟାର ନଁା ଆସିଥିଲା। ତାଙ୍କୁ ଧରିବା ପାଇଁ ମାସେ ହେବ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ହେଲେ ସେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଖସିଯାଉଥିଲା।


All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ...

ଢେଙ୍କାନାଳରେ ଜଳସମ୍ପଦ ମନ୍ତ୍ରୀ:ଅଧିକ ଜମିକୁ ଜଳ ସେଚନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୨୮।୯ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ଢେଙ୍କାନାଳ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍‌ରେ ବିଭାଗୀୟ...

ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ...

୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍‌ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ

ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍‌ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ...

ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା, ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ...

୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ

କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍‌ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୧୯ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା...

କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *