ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍‌କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍‌ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି ଏହି ଘଟଣା। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଚନ୍ଦନ ଗତ ମାସରେ କ୍ୟାପିଟାଲ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାମରେ ବାଇକ ଚୋରି, ଲୁଟ୍‌, ବୋମା ମାଡ଼ ଓ ବନ୍ଧୁକ କାରବାର ଭଳି ସଙ୍ଗିନ ମାମଲା ରହିଛି। ସେ ଜେଲରୁ ଆସି ବାରମ୍ବାର ଅପରାଧ ଘଟାଉଥିବାରୁ କ୍ୟାପିଟାଲ ଥାନା ପୋଲିସ ତାଙ୍କ ବିରୋଧରେ ୧୧୦ ଲଗାଇ କୋର୍ଟ ଚାଲାଣ କରିଥିଲା। ଅନ୍ୟ କେତେକ ମାମଲାରେ ଚନ୍ଦନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ୧୧୦ରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ତାଙ୍କର ଡିସିପି କୋର୍ଟରେ ହାଜର ହେବାର ଥିଲା। ସକାଳେ ଝାରପଡା ଜେଲରୁ କଡା ସୁରକ୍ଷାରେ ଚନ୍ଦନ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନ୍‌ରେ ବାଣୀବିହାରସ୍ଥିତ ଡିସିପିଙ୍କ କୋର୍ଟକୁ ଅଣାଯାଇଥିଲା। ସେଠାରେ ଚନ୍ଦନଙ୍କୁ ହାଜର କରାଯିବା ପରେ ପୁଣି ପୋଲିସ ଭ୍ୟାନ୍‌ରେ ତାଙ୍କୁ ଅପରାହ୍ନରେ ଝାରପଡା ଜେଲକୁ ନିଆଯାଉଥିଲା। ହେଲେ ମହର୍ଷି କଲେଜ ନିକଟରେ ଟ୍ରାଫିକ ଭିଡ଼ଥିବାରୁ ଗାଡ଼ିର ବେଗ ମନ୍ଥର ହୋଇଯାଇଥିଲା। ଏହି ସୁଯୋଗରେ ହାତକଡ଼ି ସହ ଚନ୍ଦନ ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏସ୍‌କର୍ଟ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ମଧ୍ୟ ଶହୀଦନଗର ଥାନାରେ ଏକ ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଚନ୍ଦନ କିଛି ବଡ଼ ଅପରାଧ ଘଟାଇବା ଆଶଙ୍କା ରହିଥିବାରୁ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ପୋଲିସ ଭ୍ୟାନ୍‌ରୁ କିଭଳି ଅଭିଯୁକ୍ତ ଖସି ଫେରାର ହେଲେ ତାହାର ତଦନ୍ତ କରାଯାଉଛି। ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ବିଗତ ୧ ବର୍ଷ ଭିତରେ ୧୦ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ଗଲେଣି। ଭୁବନେଶ୍ୱର କୋର୍ଟ, କ୍ୟାପିଟାଲ ହସ୍ପିଟାଲ ଆଦି ବିଭିନ୍ନ ସ୍ଥାନରୁ ଅଭିଯୁ୍‌କ୍ତମାନେ ଖସି ଯାଇଥିବାବେଳେ ପୋଲିସର ବୁଦ୍ଧି ପଶୁନି। ଅଭିଯୁକ୍ତଙ୍କୁ କୋର୍ଟ ନେବା ସମୟରେ ଢିଲା ସୁରକ୍ଷା ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା କୁହାଯାଉଛି।


All Right Reserved By Dharitri.Com

ଅକ୍ଟୋବର ୧ରୁ ଲାଗୁ ହେବ ସଂଶୋଧିତ ପେନ୍‌ସନ ନିୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ଶେଷ ଦରମାର...

ଆଜି ରଥକୁ ଉଠିବ ଚଉଦ ନାହାକା କାଠ

ପୁରୀ ଅଫିସ,୨୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ପ୍ରଥମ ଭୂଇଁ ଖଞ୍ଜାଯାଇ ଛ’କାଠ ଉଠିବା ପରେ ଦ୍ୱିତୀୟ ଭୂଇଁଖଞ୍ଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ...

ରେଢ଼ାଖୋଲରେ ରୋହିତ ଆଗୁଆ

ରେଢ଼ାଖୋଲ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରେଢ଼ାଖୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଆଗୁଆ ରହିଛନ୍ତି। ରୋହିତ ୧୪୧୯୬ ଭୋଟ ପାଇଥିବାବେଳେ...

ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ...

ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି...

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌...

୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି...

ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *