ମାଉସୀ ମା’ ପୋଡ଼ପିଠାକୁ ଅପେକ୍ଷା

ପୁରୀ ଅଫିସ, ୧୦ା୭: ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ। ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି। ତାଙ୍କ ଆଜ୍ଞାକୁ ପାଳନ କରି ଦେବୀ ଦକ୍ଷିଣକାଳୀ ଅମାବାସ୍ୟା ଦିନ ତିନୋଟି ତାଡ଼ରେ ସାତ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି। ସେହିପରି ମକର ସଂକ୍ରାନ୍ତି ଦିନ ସ୍ବୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ମଣୋହି କରାଇଥାନ୍ତି। ଏହାବ୍ୟତୀତ ଠାକୁରଙ୍କ ପାଖରେ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଭୋଗ ଲାଗିଥାଏ। ଏସବୁ ସତ୍ତ୍ବେ ମାଉସୀ ମା’ଙ୍କଠାରୁ ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଆଷାଢ ଶୁକ୍ଳ ଦ୍ୱିତୀୟାରେ ନବନିର୍ମିତ ତିନିରଥରେ ଘୋଷଯାତ୍ରାରେ ଆସି ଜନ୍ମବେଦିରେ ୭ଦିନ ରହିବା ପରେ ନବମ ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥାନ୍ତି। ଏପଟେ ମାଉସୀ ମା’ ମଧ୍ୟ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି। ରଥଗୁଡ଼ିକ ମାଉସୀ ମା’ ମନ୍ଦିର ପାଖରେ ଅଟକିଯାଏ। ମାଉସୀ ମା’ଙ୍କ ପକ୍ଷରୁ ସେଠାରେ ଛେନା ପୋଡ଼ପିଠା ଭୋଗ ଲାଗେ। ଏହି ଭୋଗର ପ୍ରସ୍ତୁତି ହେରା ପଞ୍ଚମୀଠାରୁ ଆରମ୍ଭ ହୋଇଥାଏ। ଅଟା, ଛେନା, ଚିନି, ଘିଅ ପ୍ରଭୃତି ସାମଗ୍ରୀ ଦ୍ୱାରା ମାଟିହାଣ୍ଡିରେ ଚୁଲିରେ ବସାଇ ଏକ ସ୍ବତନ୍ତ୍ର ଶୈଳୀରେ ଏହି ପିଠା ପ୍ରସ୍ତୁତ ହୋଇଥାଏ। ବାହୁଡା ଯାତ୍ରା ଦିନ ଠାକୁରମାନଙ୍କ ତିନିରଥରେ ଭୋଗ ଲାଗିବା ପରେ ଭକ୍ତମାନେ ଏହି ପୋଡ଼ପିଠା ପାଇ ଧନ୍ୟ ମଣିଥାନ୍ତି।


All Right Reserved By

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ମଦର୍ସ ଡେ’

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍‌’ର ମିଳିତ ସହଯୋଗରେ ରବିବାର...

ବର୍ଷା ନାହିଁ, ଜମିରେ ଚରୁଛନ୍ତି ଗୋରୁ

ଢେଙ୍କାନାଳ ଅଫିସ,୧୬ା୭ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଓ କଣ୍ଟାବଣିଆ ଥାନା ଅଞ୍ଚଳରେ ବର୍ଷା ଅଭାବ ନେଇ ଚାଷୀ ହତାଶ ହୋଇପଡିଛନ୍ତି। ଦୁଇ ସପ୍ତାହ ତଳେ...

ଚାଲିଛି ବିଦ୍ୟୁତ ମରାମତି : ରେଳ ଚଳାଚଳ ବନ୍ଦ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା କାଇପଦର ଷ୍ଟେଶନ ନିକଟରେ ୩୨ କେଭି ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାରୁ ରବିବାର ପୁରୀ-ଗୁଣପୁର ପାସେଞ୍ଜର,ଭୁବନେଶ୍ୱର-ବ୍ରହ୍ମପୁରପାସେଞ୍ଜର,ଭୁବନେଶ୍ୱର-ବିଶାଖାପାଟଣା...

ଭାଜପା ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଗୁରୁବାର ନିର୍ବାଚନ କମିଶନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ରେ ପାଟକୁରାରେ ଭୋଟ ହେବାକୁ ଥିବାବେଳେ ୨୪ରେ ହେବ...

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି।...

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଅସନ୍ତୋଷ: ଶସ୍ୟବୀମା ସହାୟତା ରାଶି ମିଳିନି

ବୋଲଗଡ଼,୨୦ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ସଂପୁର ପ୍ରାଥମିକ ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ନନ୍ଦନକାନନ ପାଳିଲା ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧି ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ

ବାରଙ୍ଗ,୩୦।୭(ଡି.ଏନ୍‌.ଏ.): ବିଂଶ ଶତାବ୍ଦୀରେ ଦେଶରେ ବାଘଙ୍କ ସଂଖ୍ୟା ୧ଲକ୍ଷ ଥିବାବେଳେ ଏବେ ମାତ୍ର ୩ ହଜାର ମଧ୍ୟରେ ସୀମିତ ରହିଛି। ଏଭଳି ହ୍ରାସ ପଛରେ ବାସସ୍ଥଳୀ,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *