Posted inଜାତୀୟ

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ଏହା ୧୬ଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଦୁଇବର୍ଷ ମଧ୍ୟରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସମ୍ପର୍କରେ ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକୁ ଏହି ସମୟ ମଧ୍ୟରେ ମିଳିଥିବା ଚାନ୍ଦା ମଧ୍ୟରେ ଭାଜପାର ଅଂଶ ୯୩% ବୋଲି ଜଣାପଡ଼ିଛି।
୬ଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ ଭାଜପାକୁ ୧,୭୩୧ କର୍ପୋରେଟ୍‌ ୯୧୫.୫୯୬ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଥିବାବେଳେ କଂଗ୍ରେସକୁ ୧୫୧ କର୍ପୋରେଟ୍‌ ୫୫.୩୬ କୋଟି ଟଙ୍କା ଦେଇଛନ୍ତି। ସେହିଭଳି ଏନ୍‌ସିପିକୁ ୨୩ କର୍ପୋରେଟ୍‌ରୁ ୭.୭୩୭ କୋଟି ଟଙ୍କା ମିଳିଛି। ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କଠାରୁ ସ୍ବେଚ୍ଛାକୃତ ଚାନ୍ଦା ୨୦ ହଜାର ଟଙ୍କାରୁ ଅଧିକ ଥିଲା। ଭାଜପାକୁ ୯୪% ଓ କଂଗ୍ରେସକୁ ୮୧% ମିଳିଥିଲା। କିନ୍ତୁ ୨୦୧୨-୧୩ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଭାଜପାକୁ ସର୍ବାଧିକ ୧,୬୨୧.୪୦ କୋଟି ଟଙ୍କା ଅର୍ଥାତ୍‌ ମୋଟ କର୍ପୋରେଟ୍‌ ଚାନ୍ଦାର ୮୩.୪୯% ମିଳିଥିଲା।
ରିପୋର୍ଟ ମୁତାବକ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଜାତୀୟ ଦଳଗୁଡ଼ିକୁ କର୍ପୋରେଟ ଚାନ୍ଦା ପରିମାଣ ୧୬୦% ବଢ଼ିଛି। ସେହିଭଳି ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଏହି ଚାନ୍ଦା ପରିମାଣ ୪୧୪% ବୃଦ୍ଧିପାଇଛି। କିନ୍ତୁ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ଦଳଗୁଡ଼ିକୁ ସେଭଳି କର୍ପୋରେଟ୍‌ ଚାନ୍ଦା ମିଳିପାରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬-୧୭ରୁ ୨୦୧୭-୧୮ ମଧ୍ୟରେ ଜାତୀୟ ଦଳକୁ କର୍ପୋରେଟ୍‌ ଚାନ୍ଦା ୨୫.୦୭% କମିଥିବା ଜଣାପଡ଼ିଛି। ଅନ୍ୟ ଜାତୀୟ ରାଜନୈତିକ ଦଳ ସିପିଆଇ, ସିପିଏମ୍‌, ଏଆଇଟିସିର କର୍ପୋରେଟ୍‌ ପାଣ୍ଠିକୁ ଏଡିଆର୍‌ ସ୍ଥାନ ଦେଇଛି। ସିପିଆଇକୁ ସବୁଠାରୁ କମ୍‌ ଅର୍ଥାତ୍‌ ୨% କର୍ପୋରେଟ୍‌ ଚାନ୍ଦା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବନି ସରକାରୀ ଚାକିରି

ଗୁଆହାଟୀ,୨୨।୧୦: ଏଣିକି ୨ରୁ ଅଧିକ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ମିଳିବନି। ଆସାମ ସରକାର ୨୦୨୧ ଜାନୁୟାରୀ ୧ଠାରୁ ଏହି ନିୟମ ଲାଗୁ କରିବାକୁ...

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ...

କରତାର୍‌ପୁର ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୪।୧୧: ପାକିସ୍ତାନରେ ଥିବା କରତାର୍‌ପୁର ଗୁରୁଦ୍ୱାରା ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର ରହିଛି। ପାକିସ୍ତାନର ସୀମାନ୍ତ ଜିଲା ନାରୋଓ୍ବାଲରେ କରତାର୍‌ପୁର ଗୁରୁଦ୍ୱାରା ରହିଛି। ତେବେ...

ଇଦ୍‌-ଉଲ୍‌-ଜ୍ଜୁହା ପାଇଁ ଜମ୍ମୁ-କଶ୍ମୀରରେ ଅଢ଼େଇ ଲକ୍ଷ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କଲେ ସରକାର

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍‌-ଉଲ୍‌-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ...

ଚନ୍ଦ୍ରଯାନ-୨କୁ ନେଇ ପ୍ରତିକ୍ରିୟା ରଖିଲେ ମମତା

କୋଲକାତା,୬।୯: ଭାରତ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ତିଆରି କରିବାକୁ ଯାଉଛି। ୪୮ ଦିନର ଯାତ୍ରା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ...

Leave a comment

Your email address will not be published. Required fields are marked *