Posted inଜାତୀୟ

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଏକ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାର ଶୀଘ୍ର ଶୁଣାଣି କରିବାକୁ ମଙ୍ଗଳବାର ଆବେଦନ କରିଛନ୍ତି। ଅଦାଲତ ଏହାକୁ ଗ୍ରହଣ କରିବା ସହ ଉଚିତ ସମାଧାନ ପନ୍ଥା ମଧ୍ୟସ୍ଥ କରିପାରିବେ ବୋଲି କହିଛନ୍ତି। ଆବେଦନକାରୀ ଗୋପାଳ ସିଂ ବିଶାରଦ ମାମଲାର ଶୀଘ୍ର ଶୁଣାଣି ଲାଗି କହିଥିବାବେଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ଗ୍ରହଣ କରିଛନ୍ତି।
ଖଣ୍ଡପୀଠ ମେ ୧୦ରେ ମଧ୍ୟସ୍ଥଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ବୃଦ୍ଧିକରି ମାମଲାର ସମାଧାନ ବାଟ ବାହାର କରିବାକୁ କହିଥିଲେ। ପୂର୍ବତନ ବିଚାରପତି ଏଫ୍‌. ଏମ୍‌. କଲିଫୁଲ୍ଲାଙ୍କ ନେତୃତ୍ୱରେ ତିନିଜଣିଆ ମଧ୍ୟସ୍ଥ କମିଟି ଗଠନ କରାଯାଇଥିଲା। ଏଥିରେ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ସ୍ଥାନ ପାଇଥିଲେ।


All Right Reserved By

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ...

କଶ୍ମୀର ଟାଇମ୍ସ ଏଡିଟରଙ୍କ ଅନୁରୋଧ: ମିଡିଆ କଟକଣା ଉଠାଯିବା ଆବେଦନର ଶୀଘ୍ର ଶୁଣାଣି ହେଉ

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଜମ୍ମୁ-କଶ୍ମୀରରେ ମିଡିଆ କଟକଣା ଲାଗିଥିବାବେଳେ ଏହାକୁ ହଟାଯିବା ଲାଗି କଶ୍ମୀର ଟାଇମ୍ସ ନାମକ ଏକ ପ୍ରତିଷ୍ଠିତ ଖବରକାଗଜର ଏଡିଟର ଅନୁରାଧା ଭାସିନ୍‌ କରିଥିବା...

ନ୍ୟୁ ଇଣ୍ଡିଆ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ: ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ,୧୫।୬: ନୀତି ଆୟୋଗ ବୈଠକରେ ନ୍ୟୁ ଇଣ୍ଡିଆ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ଲାଗି...

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ...

ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା

ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ...

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ...

ଖଣ୍ଡାଧାରରେ ସ୍ବାସ୍ଥ୍ୟସେବା: ୫୪ ପ୍ରତିଶତ କର୍ମଚାରୀଙ୍କର ନାହିଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ, ୩୦।୫: ଦେଶରେ ସ୍ବାସ୍ଥ୍ୟସେବା ଖଣ୍ଡାଧାରରେ ଚାଲିଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମିଡ୍‌ଓ୍ବାଇଫ୍‌ ଏବଂ ପାରାମେଡିକାଲ କର୍ମଚାରୀଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *