ମାମଲା ସତ୍ତ୍ୱେ ପୋଲିସ ଚୁପ୍‌: ଧାରଣାରେ ବସିଲେ ମହିଳା

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ ସରଜଙ୍ଗ ସାହିର ରୀତା ନାଏକଙ୍କୁ ଜାତିଆଣ ଆକ୍ଷେପ କରିବା, ଗାଳିଗୁଲଜ କରିବା ଏବଂ ଧମକଚମକ ଦେବା ଅଭିଯୋଗରେ ଜୁନ୍‌ ୨୯ରେ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏତଲା ରୁଜୁ ହେବାର ୧୦ଦିନ ପରେ ବି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନିର୍ଯାତିତା ମହିଳା ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟକୁ ବୈଠକରେ ଯୋଗଦେବାକୁ ଆସିଥିବା ଏସ୍‌ପି ଏ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ମହିଳାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ର କରି ରଗଡ଼ିସାହି ଓ ଭଗବାନପୁର ଅଞ୍ଚଳର ୨ଜଣ ବ୍ୟକ୍ତି ଦୁଇ ମାସ ହେଲା ସମ୍ପୃକ୍ତା ମହିଳାଙ୍କୁ ହଇରାଣ ହରକତ କରୁଛନ୍ତି। ଏହାର ପ୍ରତିବାଦ କରିବାରୁ ୨୪ ତାରିଖରେ ଅଭିଯୁକ୍ତମାନେ ତାଙ୍କୁ ମାର୍‌ପିଟ୍‌ କରିଥିଲେ। ଏ ନେଇ ନଂ. ୧୯୪/୧୯, ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।


All Right Reserved By Dharitri.Com

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ...

କିଶୋରନଗରରେ କାଳବୈଶାଖୀ ତାଣ୍ଡବ:ବହୁ ଚାଳ ଘର ସହ ଛପର ଉଡ଼ିଗଲା

ବଇଣ୍ଡା,୨।୬(ଡି.ଏନ.ଏ)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା, ନାକିଚି, କିଶୋରନଗର, ବାମୁର, ଅଙ୍ଗପଡ଼ା, ତୁରୁଡ଼ା ଆଦି ଗ୍ରାମ ଗୁଡ଼ିକରେ ରବିବାର କାଳବୈଶାଖୀ ହୋଇଛି। ହଠାତ୍‌...

ଦିନ ଦ୍ୱିପ୍ରହରରେ ଖଟୁଛନ୍ତି ଶ୍ରମିକ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର)ସରକାରୀ ନିୟମକୁ ଫୁ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ଶ୍ରମିକଙ୍କୁ ନ ଖଟାଇବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ରହିଥିବାବେଳେ ଏହାକୁ...

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ।...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ...

ଭୁବନ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଭୁବନ,୨୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ପକ୍ଷରୁ ଶୁକ୍ରବାର ୫ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି ଯୋଗ ଶିବିରରେ ମହାବିଦ୍ୟାଳୟର...

ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ।...

Leave a comment

Your email address will not be published. Required fields are marked *