Posted inUncategorized

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା ବ୍ଲକ ଅଧୀନ ଅସନପାଟ ଗ୍ରାମ ଛଉ ଗ୍ରାମ ଭାବେ ପରିଚୟ ଲାଭ କରିଥିଲା। ଏଡି ପ୍ରାଚୀନ କଳାସଂସ୍କୃତିକୁ ବଜାୟ ରଖି ଆସିଥିବା ଗ୍ରାମର କଳାକାରମାନେ ପ୍ରୋତ୍ସାହନ ଓ ଭତ୍ତା ଭଳି ସରକାରୀ ସହାୟତା ଅଭାବରୁ କ୍ରମେ ଏହି ନୃତ୍ୟକଳା ଉପରୁ ମୁହଁ ଫେରାଇ ନେବାରେ ଲାଗିଛନ୍ତି। ଗାଁରେ ଗଢି ଉଠିଥିବା ନୃତ୍ୟମଣ୍ଡପଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଦାରିଦ୍ର୍ୟ ତଥା ଅଭାବ ଅନଟନରେ ଦିନ ବିତାଉଥିବା କଳାକାରମାନେ ମୁହଁରେ ମାଖି ହେବାଲାଗି ରଙ୍ଗ ଏବଂ ପରିଧାନ ପୋଷାକପତ୍ର ଏବେ କିଣିପାରୁ ନାହାନ୍ତି। ଏଭଳି ଅବସ୍ଥା ଜାରି ରହିଲେ ଏହି ଛଉ ଗ୍ରାମର କଳା ସଂସ୍କୃତି ହଜିଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥଠାରୁ ଅନତି ଦୂରରେ ରହିଛି ଅସନପାଟ ଗାଁ । ଝୁମ୍ପୁରା ବ୍ଲକଠାରୁ ଏହାର ଦୂରତା ୩୦ କି.ମି. । ଏହି ଗାଁରେ ରହିଛି ୬ଟି ସାହି। ପ୍ରତ୍ୟେକ ସାହିରେ ଗୋଟିଏ ଲେଖାଏ ଛଉ ନୃତ୍ୟ ଦଳ ରହିଛି ା ସେଗୁଡିକ ହେଲା ଲକ୍ଷ୍ମୀ ନାରାୟଣ ଛଉ ନାଟ୍ୟ ସଂଘ, ଶିବ ତାଣ୍ଡବ ନାଟ୍ୟ ସଂଘ, କେଦାରଗୌରୀ ନାଟ୍ୟ ସଂଘ, ହରପାର୍ବତୀ ନାଟ୍ୟ ସଂଘ, ଦୁର୍ଗତିନାଶିିନୀ ସଂଘ । ଏସବୁ ନୃତ୍ୟ ଦଳରେ ପାଖାପାଖି ୨୦ ଜଣ ଲେଖାଏ କଳାକାର ରହିଛନ୍ତି। ସେମାନେ ‘ସ୍ବର୍ଣ୍ଣପଦ୍ମା ବସ୍ତ୍ରହରଣ’, କିରାତ ଅର୍ଜୁନ, ଛଦ୍ମବେଶୀ, ଦଶଅବତାର, କାଞ୍ଚି ଅଭିଯାନ, ବଂଶୀ ଚୋରି, ଗରୁଡ ବାହାନ ଓ ‘କାଳି ରକ୍ତ’ ଭଳି ପୌରାଣିକ କାହାଣୀକୁ ନେଇ ଛଉନୃତ୍ୟ ପରିବେଷଣ କରିଥାନ୍ତି। ପ୍ରତ୍ୟେକ ସାହିରେ ନୃତ୍ୟାଭ୍ୟାସ ଓ ପରିବେଷଣ ଲାଗି ସ୍ଥାୟୀ ନୃତ୍ୟମଣ୍ଡପ ରହିଛି। ପ୍ରତିବର୍ଷ ପଣାସଂକ୍ର୍ରାନ୍ତି ସମୟରେ ଗ୍ରାମର ଆରାଧ୍ୟ ଦେବୀ ମା’ ବାସୁଳୀଙ୍କ ପୀଠକୁ ଏସବୁ ନୃତ୍ୟଦଳ ଆସି ପୂଜାପାଠ କରିଥାନ୍ତି। ସେମାନେ ବିଭିନ୍ନ ରଙ୍ଗବେରଙ୍ଗ ପୋଷାକ ପିିନ୍ଧି ପାରମ୍ପରିକ ଛଉନୃତ୍ୟ ପରିବେଷଣ କରିଥାନ୍ତି। ସାରା ରାତି ନୃତ୍ୟ ପରିବେଷଣ ହୋଇଥାଏ। ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ରୁଣ୍ଡ ହୋଇ ନୃତ୍ୟ ଦେଖିଥାନ୍ତି। ତେଲଲୁଣ ସଂସାର ଭିତରେ ଛନ୍ଦି ହୋଇ ରହିଥିବା ଗ୍ରାମର କଳାକାରମାନେ ଏଯାଏ ପାରମ୍ପରିକ କଳାକୁ ବଞ୍ଚାଇ ରଖି ଆସିବାକୁ ଉଦ୍ୟମ କରି ଆସିଛନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ନୃତ୍ୟମଣ୍ଡପସବୁ ନଷ୍ଟ ହୋଇ ଯାଉଥିବାରୁ ଆଉ ନୃତ୍ୟ ପରିବେଷଣ କରିବା ସମ୍ଭବ ହେଉନାହିଁ ା ଅସନପାଟ ଗ୍ରାମକୁ ‘ଛଉ ଗ୍ରାମ’ର ମାନ୍ୟତା ଦେଇ କଳାକାରଙ୍କୁ ପ୍ରୋତ୍ସାହନ ଓ ଅନ୍ୟ ସୁବିଧା ଯୋଗାଇ ଦେବା ଲାଗି ଗ୍ରାମବାସୀ ଦାବିକରି ନିରାଶ ହୋଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଯୁବପିଢି ପ୍ରାଚୀନ ନୃତ୍ୟକଳାକୁ ଆଦରିବାକୁ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ଗ୍ରାମର ବିରଞ୍ଚି ନାଏକ । ଛଉନୃତ୍ୟ ଲାଗି ଜୀବନର ମଲ୍ୟବାନ ସମୟ ଦାନ କରିଥିବା ବହୁ ପୁରୁଣା କଳାକାର ଓ ନୃତ୍ୟଗୁରୁ ବର୍ତ୍ତମାନ ଅଭାବ ଅନଟନ ମଧ୍ୟରେ ଦିନ ବିତାଉଥିଲେ ମଧ୍ୟ ସେମାନଙ୍କୁ କଳାକାର ଭତ୍ତା ମିଳୁନାହିଁ। ସରକାର ଚାହିଁଲେ ଏହି କଳା ଓ କଳାକାରଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ସ୍ଥାନୀୟ ଅଧିବାସୀ ସୁରେନ୍ଦ୍ର ବାରିକ କହିଛନ୍ତି। ନୃତ୍ୟଗୁରୁ ବିଦ୍ୟାଧର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସରକାର କଳା ଓ ସଂସ୍କୃତିର ସୁରକ୍ଷା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଛନ୍ତି। ଅଥଚ ଏହି ପୁରାତନ ନୃତ୍ୟକଳାର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ । ମୟୂରଭଞ୍ଜ ଜିଲାରେ ଛଉନୃତ୍ୟର ପ୍ରଚାର ପ୍ରସାର ଘଟିଥିବା ବେଳେ କେନ୍ଦୁଝର ଛଉନୃତ୍ୟ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲାରେ ପାଣ୍ଠିର ଅଭାବ ନ ଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଯୋଗୁ ଏହି ନୃତ୍ୟକଳାର ବିକାଶ ହୋଇପାରୁନି। ଜିଲାରେ ଖଣିଜ ସମ୍ପଦ ବ୍ୟବହାର କରୁଥିବା ବଡବଡ ଶିଳ୍ପସଂସ୍ଥା ଅସନପାଟ ଛଉଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ଛଉକଳାର ବିକାଶ ଦିଗରେ କାର୍ଯ୍ୟ କଲେ ଲୋପ ପାଇବାକୁ ବସିଥିବା ଏହି ନୃତ୍ୟକଳା ସୁରକ୍ଷିତ ରହିପାରିବ ବୋଲି ଗ୍ରାମବାସୀ କହିିଛନ୍ତି।


All Right Reserved By Dharitri.Com

Posted inUncategorized View All

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ...

ଜାତୀୟ କ୍ରୀଡ଼ା ଦିବସ ପାଳନ

ଧର୍ମଶାଳା,୩୦-୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ନେହେରୁ ଯୁବକେନ୍ଦ୍ର ଓ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଗୁରୁବାର ଜାରକାସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ...

ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ଏକାଡେମୀର ଲେଭଲ ୨, ୩ କୋର୍ସ

ଭୁବନେଶ୍ୱର,୭।୨(ସ୍ପୋଟର୍‌ସ ବ୍ୟୁରୋ)- ଆଗକୁ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ଭୁବନେଶ୍ୱରରେ ପୁଣି ଥରେ ଟେକ୍‌ନିକାଲ ଅଫିସିଆଲ କୋର୍ସ...

ନାରୀ ଯେବେ ସାଜେ ପୁରୁଷ

ଈଶ୍ୱର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରଖି ସୃଷ୍ଟି କରିଛନ୍ତି ନାରୀ ଓ ପୁରୁଷ। ତେବେ ବେଳେବେଳେ ଏମିତି ସମୟ ଆସିଛି ଯେତେବେଳେ ନାରୀଟିଏ ପୁରୁଷ ସାଜିବା...

ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୩।୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର...

ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୮।୫: ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ମର୍ମରେ ସେ ଆଶୀର୍ବାଦ ନେବା...

ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଭାବେ ବିଶ୍ୱ ବ୍ୟାଙ୍କ ଗରିବ ରାଷ୍ଟ୍ରଗୁଡ଼ିକୁ ସୁଧମୁକ୍ତ ଋଣ ଓ ଅନୁଦାନ ଦେଇ ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ବିତ...

Leave a comment

Your email address will not be published. Required fields are marked *