କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ଘର କ୍ରେତାଙ୍କ ଲାଗି ଏକକ ପ୍ରସ୍ତାବ ଆଣ

ନୂଆଦିଲ୍ଲୀ,୧୦-୭: ଲକ୍ଷ ଲକ୍ଷ ଘର କ୍ରେତାଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ଏକକ ପ୍ରସ୍ତାବ(ୟୁନିଫର୍ମ ପ୍ରପୋଜାଲ୍‌) ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଜେପି ଇନ୍‌ଫ୍ରାଟେକ୍‌ ଲିମିଟେଡ ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଘର କ୍ରେତାମାନେ ବିଲ୍ଡରଙ୍କୁ ମୋଟା ରକମର ଅର୍ଥ ପ୍ରଦାନ କରିସାରିବା ପରେ ମଧ୍ୟ ଫ୍ଲାଟ୍‌ ପାଇ ପାରୁନାହାନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହି ମାମଲା ବହୁ ଲକ୍ଷ ଫ୍ଲାଟ କ୍ରେତାଙ୍କ ସହ ଜଡ଼ିତ। ସେମାନଙ୍କର ଏହି ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ସମସ୍ତଙ୍କ ଉଦ୍ଦେଶ୍ୟରେ ଗୋଟିଏ ପ୍ରକାର ପ୍ରସ୍ତାବ ଆଣିବା ଉଚିତ୍‌। ଜଷ୍ଟିସ୍‌ ଏ.ଏମ୍‌.ଖାନ୍‌ଓ୍ବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଟଙ୍କା ଦେବା ସତ୍ତ୍ୱେ ଅନେକଙ୍କୁ ଫ୍ଲାଟ୍‌ ମିଳୁନାହିଁ। ଦେବାଳିଆ ଆଇନ ବାହାରେ କେନ୍ଦ୍ର ସରକାର ପ୍ରସ୍ତାବ ଆଣନ୍ତୁ ବୋଲି ଖଣ୍ଡପୀଠ ଆଡିଶନାଲ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ୫.୫ କୋଟି ବାତ୍ୟା ସହାୟତା

ଭୁବନେଶ୍ୱର,୭-୬: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୫.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସି.ଏଚ୍‌.ଏସ୍‌...

ଦାୟିତ୍ୱ ନେଲେ ନିର୍ମଳା ସୀଥାରାମନ : ଅର୍ଥନୀତିକୁ ସଜାଡ଼ିବା ଏବେ ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ନିର୍ମଳା...

ନିଲାମ ହୋଇଛି ୨୨ ଲୁହାପଥର ଖଣି

ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍‌ ଖଣିଜ ସମ୍ପଦ...

ଜିଏସ୍‌ଟି କାଉନସିଲ୍‌ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍‌ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର...

ରପ୍ତାନି, ବାଣିଜ୍ୟ ନିଅଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୬-୭: ଦେଶର ରପ୍ତାନୀ ଜୁନ୍‌ରେ ୯.୭୧% ହ୍ରାସ ପାଇ ୨୫.୦୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୨୭.୭ ବିଲିୟନ ଡଲାର ଥିଲା।...

ଜିଏସ୍‌ଟି ଫାଙ୍କି ମାମଲା; ଅଧିକାରୀଙ୍କ କ୍ଷମତାର ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦-୫: ସୁପ୍ରିମକୋର୍ଟ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଫାଙ୍କି ଅଭିଯୋଗରେ ଟିକସ ଅଧିକାରୀଙ୍କ ଦ୍ୱାରା ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର ରହିଛି କି ନା...

ଶୀଘ୍ର କାର୍ଯ୍ୟକ୍ଷମ ହେବ ଏସ୍‌ବିଆଇର ସବୁ ଶାଖା

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲାରେ ଥିବା ନିଜର ଅଧିକାଂଶ ଶାଖାକୁ କାର୍ଯ୍ୟକ୍ଷମ କରାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

Leave a comment

Your email address will not be published. Required fields are marked *