ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ ଆବଶ୍ୟକ ଥିବାରୁ ସରକାର ବିଭିନ୍ନ ଉପାୟରେ ଏହା ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି। ଏହିକ୍ରମରେ ସରକାରୀ ସମ୍ପତ୍ତିକୁ ଲିଜ୍‌ରେ ଦେବାକୁ ସରକାର ବିଚାର କରୁଛନ୍ତି। ଏଥିପାଇଁ ବ୍ୟାପକ ସ୍ତରରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସରକାରୀ ଆବାସ, ଜମି, ଭବନ ଆଦି ଦୀର୍ଘଦିନ ହେବ ଅବ୍ୟବହୃତ ଅବସ୍ଥାରେ ପଡିରହିଛି ସେଗୁଡ଼ିକୁ ଲିଜ୍‌ରେ ଦେଇ ସରକାର ଅର୍ଥ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର କ୍ୟାବିନେଟ ସଚିବାଳୟ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ପ୍ରତିଷ୍ଠାନ, ପିଏସ୍‌ୟୁ, ସ୍ବାୟତ୍ତଶାସନ ସଂସ୍ଥାକୁ ପତ୍ର ଲେଖାଯାଇ ସେମାନଙ୍କ ନିକଟରେ ଖାଲି ପଡିଥିବା ଅଥବା ଅବ୍ୟବହୃତ ଅବସ୍ଥାରେ ଥିବା ଆବାସ, ଭବନ, ଜମିର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିକଟରେ କେତେ ପରିମାଣର ଅବ୍ୟବହୃତ ସମ୍ପତ୍ତି ପଡିରହିଛି ତାହା ଜାଣିବା ସରକାରଙ୍କ ଉଦ୍ଦେଶ୍ୟ।
କେନ୍ଦ୍ର ପକ୍ଷରୁ ପଠାଯାଇଛି ୨ଟି ପ୍ରୋଫର୍ମା
କ୍ୟାବିନେଟ ସଚିବାଳୟ ପକ୍ଷରୁ ଜୁନ ୧୨ରେ ପତ୍ର ଲେଖାଯାଇଛି। ସମ୍ପତ୍ତିଗୁଡ଼ିକର ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରିବା ଲାଗି ସଚିବାଳୟ ପକ୍ଷରୁ ମନ୍ତ୍ରଣାଳୟ, ବିଭାଗଗୁଡ଼ିକୁ ଦୁଇଟି ଭିନ୍ନ ପ୍ରୋଫର୍ମା ପଠାଯାଇଛି। ଏଥିରେ ବିଭାଗଗୁଡ଼ିକ ସେମାନଙ୍କ ନିକଟରେ ଥିବା ଘରର ଲୋକେଶନ, ଘର ଆବାସୀୟ ଅଥବା କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା, ମିକ୍ସଡ ଲ୍ୟାଣ୍ଡ ୟୁଜ୍‌, ସ୍ବାୟର ମିଟରରେ ବିଲ୍ଟଅପ୍‌ ଏରିଆ, ଫ୍ଲୋର୍‌ ଏରିଆ, ଆବାସ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉଛି କି ନା, ବଳକା ଅଂଶବିଶେଷ ଓ ଜମି ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି।
ତିନୋଟି ମଡେଲ ଉପରେ ବିଚାର
ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ସରକାରୀ ସମ୍ପତ୍ତିକୁ ଠିକ୍‌ ଭାବେ ବ୍ୟବହାର କରାଯିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଖାଲି ପଡିଥିବା ଜମି, ଆବାସରୁ ରାଜସ୍ବ ଆଦାୟ କରିବା କେନ୍ଦ୍ରର ଉଦ୍ଦେଶ୍ୟ। ଅବ୍ୟବହୃତ ଜମି, ଆବାସ, କୋଠାର ବ୍ୟବହାର ଦ୍ୱାରା କିଭଳି ରାଜସ୍ବ ଆଦାୟ ହେବ ସେ ନେଇ ସରକାର ୩ଟି ମଡେଲ ଉପରେ ବିଚାର କରୁଛନ୍ତି।
ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ
ପ୍ରଥମ ମଡେଲରେ ଖାଲି ପଡିଥିବା ସରକାରୀ ଜମିକୁ ସରକାର ଘରୋଇ ଡେଭଲପରଙ୍କୁ ଲିଜ୍‌ରେ ଦେଇ ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ ଲାଗି ଯୋଜନା କରୁଛନ୍ତି। ଦ୍ୱିତୀୟ ମଡେଲ ଅନୁଯାୟୀ ଅବଶିଷ୍ଟ ଜମିକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହାକୁ ଡେଭଲପ୍‌ କରି ଲୋକେଶନ ଭିତ୍ତିରେ ସପିଂ ମଲ୍‌ ଆଦି ନିର୍ମାଣ କରାଯିବ। ଏଗୁଡ଼ିକ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ରୂପରେ ଡେଭଲପ୍‌ କରିବା ତୃତୀୟ ମଡେଲର ଅଂଶବିଶେଷ ବୋଲି କୁହାଯାଉଛି।
ବଜେଟରେ ହୋଇଛି ଉଲ୍ଲେଖ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ବଜେଟ ଭାଷଣରେ ସରକାରୀ ଜମି ଆଦିର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରିଥିଲେ। ସାରା ଦେଶରେ ଥିବା କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଓ ସରକାରୀ କମ୍ପାନୀ ଜମିରେ ବଡ଼ ବଡ଼ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ନିର୍ମାଣ ହେବ ବୋଲି ସେ କହିଥିଲେ। ଜଏଣ୍ଟ ଡେଭଲପ୍‌ମେଣ୍ଟ ଏବଂ କନ୍‌ସେଶନ ଭଳି ଇନୋଭେଟିଭ ଇନ୍‌ଷ୍ଟ୍ରୁମେଣ୍ଟସ ଜରିଆରେ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଓ ଆଫୋର୍ଡେବଲ ହାଉସିଂ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।


All Right Reserved By Dharitri.Com

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା...

ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

  ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି...

ସିଣ୍ଡିକେଟ ବ୍ୟାଙ୍କର ନୂଆ ହାଉସିଂ ଲୋନ୍‌ ସ୍କିମ୍‌

ଭୁବନେଶ୍ୱର,୧୪-୭: ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ନୂଆ ହାଉସିଂ ଲୋନ ସ୍କିମ୍‌ ‘ସିଣ୍ଡିନିବାସ ଟେକ୍‌ ଓଭର ଧମାକା’ ଶୁଭାରମ୍ଭ ହୋଇଛି। ଏହା ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ...

‘ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନା ;୪ ରାଜ୍ୟରେ ଆରମ୍ଭ ହେଲା ପାଇଲଟ ପ୍ରକଳ୍ପ

ନୂଆଦିଲ୍ଲୀ,୧୦-୮: କେନ୍ଦ୍ର ସରକାର ‘ ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନାର ପାଇଲଟ ପ୍ରକଳ୍ପ ଶୁକ୍ରବାର ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ...

ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ...

୫,୫୦୦ ପେଟ୍ରୋଲ ପମ୍ପ ଖୋଲିବେ ରିଲାଏନ୍ସ-ବିପି

ନୂଆଦିଲ୍ଲୀ,୭-୮: ସାରା ଦେଶରେ ୫,୫୦୦ ପେଟ୍ରୋଲ ପମ୍ପ ଖୋଲିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସି ଚୁକ୍ତିରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *