ନୀଳ ବିପ୍ଳବର ଶୁଭାରମ୍ଭ

ଡ. ବିନ୍ଦୁ ଆର୍‌. ପିଲାଇ, ଡ. ବିଭୁଦତ୍ତ ମିଶ୍ର
୨୦୦୧ ମସିହାରୁ ଭାରତ ସରକାର ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି। ଏହି ଦିନଟି ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ‘ନୀଳ ବିପ୍ଳବ’ର ଶୁଭାରମ୍ଭ ଭାବେ ପରିଗଣିତ। ଓଡ଼ିଶାର ଅନୁଗୋଳଠାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମତ୍ସ୍ୟବିଜ୍ଞାନୀ ପ୍ରଫେସର ହୀରାଲାଲ ଚୌଧୁରୀଙ୍କ ଗବେଷଣାର ଫଳସ୍ବରୂପ ପ୍ରଥମଥର ପାଇଁ ଆବଦ୍ଧ ପୋଖରୀରେ ‘ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି’ର ଶୁଭାରମ୍ଭ ହୋଇଥିଲା। ୧୯୫୭ ଜୁଲାଇ ୧୦ର ଏହି ସଫଳତାକୁ ମତ୍ସ୍ୟପାଳକମାନଙ୍କ ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି।
ମତ୍ସ୍ୟ ପାଳନ ପାଇଁ ପ୍ରଜନନ ଉପଯୋଗୀ ମାଛଙ୍କ ସଙ୍ଗମରୁ ଅଣ୍ଡା ଓ ଯାଆଁଳ ବାହାରିଥାଏ। ୧୯୬୦ ଦଶକରେ ନଦୀ ସ୍ରୋତରୁ ବର୍ଷାଦିନରେ ପ୍ରାକୃତିକ ପ୍ରକ୍ରିୟାରେ ଜିରା (ଗୁଣ୍ଡ ଯାଆଁଳ) ଦେଶଜ ପ୍ରଣାଳୀରେ ସଂଗୃହୀତ ହୋଇ ପୋଖରୀରେ ପାଳନ କରାଯାଉଥିଲା। ଏହି ପ୍ରଣାଳୀରେ ନଦୀରୁ ପାଳନଯୋଗ୍ୟ ମାଛଗୁଡ଼ିକର ବିହନ ଶିକାରୀ ମାଛଙ୍କ ବିହନଠାରୁ ଅଲଗା ଭାବେ ସଂଗ୍ରହ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପ୍ରତିକୂଳ ପାଗ ଓ ବନ୍ୟା ସମୟରେ ଠିକ୍‌ ମାତ୍ରା ଓ ଉନ୍ନତ ବିହନ ଅଭାବରେ ମତ୍ସ୍ୟ ଉପତ୍ାଦକ ଅହେତୁକ କ୍ଷତିର ସାମ୍‌ନା କରୁଥିଲେ।
୧୯୪୭ ମସିହାରେ ସରକାର ମାଛରେ ଥିବା ଖାଦ୍ୟୋପଯୋଗୀ ପୁଷ୍ଟିସାର ଆବଶ୍ୟକତାକୁ ନଜରରେ ରଖି ତତ୍କାଳୀନ କୃଷି ମନ୍ତ୍ରଣାଳୟ ଆନୁକୂଲ୍ୟରେ ‘କେନ୍ଦ୍ରୀୟ ଅନ୍ତଃସ୍ଥଳୀୟ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥା’ କଲିକତା ବାରାକ୍‌ପୁରଠାରେ ପ୍ରତିଷ୍ଠା ସହ ମତ୍ସ୍ୟ ଯାଆଁଳ ଉପତ୍ାଦନ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ୧୯୪୯ ମସିହାରେ ବାରବାଟୀ କିଲ୍ଲା ମଧ୍ୟରେ ଏହି ସଂସ୍ଥାର ‘ପୋଖରୀ ଚାଷ ବିଭାଗ’ ଖୋଲାଯାଇଥିଲା। ଏଠାରେ କାର୍ଯ୍ୟରତ ବିଭାଗର ଅଧ୍ୟକ୍ଷ ଡ. କେ. ଏଚ୍‌. ଆଲିକୁନି ଓ ବୈଜ୍ଞାନିକ ପ୍ରଫେସର ହୀରାଲାଲ୍‌ ଚୌଧୁରୀଙ୍କ ଅନବଦ୍ୟ ଅବଦାନ, ଅସାଧାରଣ କର୍ମନୈପୁଣ୍ୟ ଓ ଅଦମ୍ୟ ପ୍ରଚେଷ୍ଟାର ଫଳସ୍ବରୂପ ଉପଯୁକ୍ତ ମତ୍ସ୍ୟ ପ୍ରଜାତିର ‘ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି’ ଆବଦ୍ଧ କ୍ଷେତ୍ରରେ ଗୁଣ୍ଡ ଯାଆଁଳ ପ୍ରସ୍ତୁତିରେ ସଫଳତା ଆଣି ଦେଇଥିଲା। ପରୀକ୍ଷାମୂଳକ ଭାବେ ଗବେଷକ ମାଛ ପୋଖରୀରେ ପାଳିତ ପରିପକ୍ୱ ପୁରୁଷ କାର୍ପ ଓ ମହିଳାମାଛଙ୍କ ପିଟ୍ବିଟ୍ରିନ ନାମକ ପୋଷକ ଗ୍ରନ୍ଥିର ନିର୍ଯାସ (ରସ) ଅନ୍ତଃକ୍ଷେପ (ଇଞ୍ଜେକ୍ସନ୍‌) କରି ଅନ୍ତଃସ୍ରାବ ବିଜ୍ଞାନର ପ୍ରୟୋଗ କରିଥାନ୍ତି। ପୋଷକଗ୍ରନ୍ଥିର ହରମୋନ୍‌ ପ୍ରୟୋଗ ଦ୍ୱାରା ପ୍ରଜନନ କରିଥାନ୍ତି। ଗ୍ରନ୍ଥିର ବିକାଶ ତ୍ୱରାନ୍ବିତ ହେବା ସହ ମାଈ ମାଛଗୁଡ଼ିକର ଡିମ୍ବ ପରିପକ୍ୱ ଓ ପୁରୁଷ ମାଛଗୁଡ଼ିକ ଜଳରେ ଶୁକ୍ରାଣୁ ତ୍ୟାଗ ସହ ସଙ୍ଗମ ପ୍ରକ୍ରିୟା ସମ୍ଭବ ହୋଇଥାଏ। ଏହାକୁ ପ୍ରବର୍ତ୍ତିତ ପ୍ରଜନନ ପ୍ରଣାଳୀ କୁହାଯାଏ। ପ୍ରଥମଥର ଏହି ସଫଳତା ଯୋଗୁ ପାଳନଯୋଗ୍ୟ ମତ୍ସ୍ୟ ଅଙ୍ଗୁଳିକାୟ ଓ ବଡ଼ମାଛ ପାଳନ ଆବଦ୍ଧ କ୍ଷେତ୍ରରେ ସମ୍ଭବ ହୋଇଥିଲା। ସେଦିନର ବୈଜ୍ଞାନିକ କୃତି ଯୋଗୁ ବିଗତ ସାତ ଦଶକରେ ମତ୍ସ୍ୟ ଉପତ୍ାଦନରେ ୧୦-୧୧ ଗୁଣ ବୃଦ୍ଧି ହେବାରେ ସକ୍ଷମ ହୋଇପାରିଛି।
ନୀଳ ବିପ୍ଳବର ଫଳସ୍ବରୂପ ବାର୍ଷିକ ୬ ପ୍ରତିଶତ ଉପତ୍ାଦନ ଅଭିବୃଦ୍ଧି ହାର ସହ ଭାରତର ମତ୍ସ୍ୟପାଳକ ଆଜି ବିଭିନ୍ନ ଉନ୍ନତ ପଦ୍ଧତି ସହାୟତାରେ ମତ୍ସ୍ୟ ଉପତ୍ାଦନରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଭାରତ ସରକାରଙ୍କର ଆହ୍ବାନରେ କୃଷି ଉପତ୍ାଦନକୁ ଦ୍ୱିଗୁଣିତ କରିବା ନିମନ୍ତେ ପ୍ରଫେସର ଚୌଧୁରୀଙ୍କ ପ୍ରୟାସକୁ ପରିମାର୍ଜିତ କରି ଭୁବନେଶ୍ୱର ଉପକଣ୍ଠରେ ଥିବା କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା), କୌଶଲ୍ୟାଗଙ୍ଗରେ ଆବଦ୍ଧ ଜଳାଶୟରେ ମତ୍ସ୍ୟ ପାଳନ ଗବେଷଣା ଜାରି ରହିଛି। ୧୯୮୭ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନଙ୍କର ଅନବରତ ପ୍ରୟାସ ତଥା ନୂତନ ଜ୍ଞାନକୌଶଳ ଜଳକୃଷକଙ୍କ ଜୀବିକା ନିର୍ବାହରେ ସହାୟକ ହୋଇପାରିଛି। ସଂସ୍ଥାରେ ଅବସ୍ଥିତ ମତ୍ସ୍ୟ ଉପତ୍ାଦନ ଓ ପରିବେଶ ବିଭାଗ, ଆନୁବଂଶିକୀ ଓ ଜୈବପ୍ରଯୁକ୍ତିବିଜ୍ଞାନ ବିଭାଗ, ମତ୍ସ୍ୟ ପୋଷକତତ୍ତ୍ୱ ବିଭାଗ ଓ ରୋଗନିଦାନ ପରିଚାଳନା ବିଭାଗ ସହ ସମ୍ପ୍ରସାରଣରେ ଅନବରତ ଅନୁସନ୍ଧାନ ଜାରିରହିଛି। ୫ଟି କ୍ଷେତ୍ରୀୟ ଅନୁସନ୍ଧାନ କ୍ଷେତ୍ର (ରାହାରା, ପଶ୍ଚିମବଙ୍ଗ; ବାଙ୍ଗାଲୋର, କର୍ନାଟକ; ବିଜୟୱାଡ଼ା, ଆନ୍ଧ୍ରପ୍ରଦେଶ; ଆନନ୍ଦ, ଗୁଜରାଟ; ଭଟିଣ୍ଡା, ପଞ୍ଜାବ) ଠାରେ ସ୍ଥାପନ ଦ୍ୱାରା ଦେଶର ବିଭିନ୍ନ ରାଜ୍ୟର ମଧୁରଜଳ ମତ୍ସ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସାହାଯ୍ୟ କରାଯାଉଛି। ମୁଖ୍ୟ କାର୍ପ ଜାତୀୟ ମାଛ ପ୍ରଜାତି ଯଥା ରୋହି, ଭାକୁର, ମିରକାଳି, କଳାବଇଁଶୀ, ଛୋଟ କାର୍ପ ଗୋଷ୍ଠୀ ପ୍ରଜାତି ଯଥା ପୁଂଟିୟସ୍‌ ଗୁନିୟସ୍‌, ବେଲାଙ୍ଗିରି, ସରଣା, ବାୟୁଶ୍ୱାସୀ ମାଛ ଯଥା ମାଗୁର, ଶାଳ, ଶେଉଳ, କଉ ଓ ମଧୁରଜଳ ଗୋଲ୍ଦା ଚିଙ୍ଗୁଡ଼ି ପ୍ରଭୃତି ମାଛର ପାଳନ ପ୍ରଣାଳୀ, ଖାଦ୍ୟ ପରିଚାଳନା ଓ ପୋଖରୀ ପରିବେଶ ସନ୍ତୁଳନ ବିଷୟରେ ଉଚ୍ଚମାନର ଅନୁସନ୍ଧାନ ଦ୍ୱାରା ଚାଷୀମାନଙ୍କୁ ଅବଗତ କରାଯାଉଛି। ଗବେଷଣା ଦ୍ୱାରା ଭାରତର ଲୁପ୍ତପ୍ରାୟ ରଙ୍ଗିନ ମାଛଗୁଡ଼ିକୁ ପ୍ରାକୃତିକ ପରିବେଶରୁ ଉଦ୍ଧାର କରି ବଂଶ ପୁନରୁଦ୍ଧାର ଦିଗରେ ବୈଜ୍ଞାନିକମାନଙ୍କ ପ୍ରୟାସ ପ୍ରଶଂସନୀୟ ।
ସଂସ୍ଥାରେ ଆଧୁନିକ ଯନ୍ତ୍ରପାତି ବ୍ୟବହାରରେ ଜ୍ଞାନକୌଶଳ ଦ୍ୱାରା ମତ୍ସ୍ୟ ଚାଷୀମାନେ ପରିବେଶ ସନ୍ତୁଳନ, ଜଳ ସଂରକ୍ଷଣ ଓ ମତ୍ସ୍ୟ ଉପତ୍ାଦନ ବିଷୟରେ ଅବଗତ ହେବା ସହ ମଧୁର ଜଳୀୟ ପରିସଂସ୍ଥା ସମ୍ବନ୍ଧୀୟ ଜନସଚେତନତା ଆବଶ୍ୟକତାକୁ ଜୋର ଦିଆଯାଉଛି। ଜାତୀୟ ମତ୍ସ୍ୟପାଳକ ଦିବସ ପାଳନ ଅବସରରେ ପ୍ରଫେସର ଚୌଧୁରୀଙ୍କ ଉଦ୍ୟମକୁ ମନେପକାଇବା ସହ ଭାରତରେ ଅଗ୍ରଣୀ ମତ୍ସ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।


All Right Reserved By Dharitri.Com

ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା

ପ୍ରେମାନନ୍ଦ ନାୟକ ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଏହି ସମୟ ଭିତରେ ରାଜ୍ୟରେ ଅନେକ ସରକାର ଗଲେଣି। କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପୂରଣ...

ଆମ ସମ୍ବିଧାନର ମହତ୍ତ୍ୱ

ବିପିନ ବିହାରୀ ମିଶ୍ର ଆମ ସମ୍ବିଧାନ ପ୍ରସ୍ତୁତ ହେଲା ୨୬ ନଭେମ୍ବର ୧୯୪୯ରେ ଏବଂ କାର୍ଯ୍ୟକାରୀ ହେଲା ୨୬ ଜାନୁୟାରୀ ୧୯୫୦ରେ। ସମ୍ବିଧାନରେ ଲେଖାଯାଇଛି ଯେ...

ଜଗନ୍ନାଥ, ଜେଜେମା’ ଓ ଫନୀ

ମନ-ମାନଚିତ୍ର/ ଡ. ନରହରି ବେହେରା ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ...

ଏଇ ଭାରତରେ

ବର୍ଷକରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବାକୁ ବାରଣ କରାଯାଇଥାଏ। ବାରାଣସୀର ମଣିକର୍ଣ୍ଣିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏହି ନିଆରା...

ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ...

କିଏ ବା କହିବ

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ୬ ଡିସେମ୍ବରରେ ମାରିଦେବା ବିଷୟ ପ୍ରଘଟ ହେବା...

କବକମାରୀ ବ୍ୟବହାରର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କ୍ୟାଣ୍ଡିଡା ଅରିସ୍‌ (ସି.ଅରିସ୍‌) ହେଉଛି ଏକ ମାରାତ୍ମକ କବକୀୟ ସଂକ୍ରମଣ, ଯାହା ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା ଏବଂ ଅଳ୍ପ...

ଏଇ ଭାରତରେ

ବିଭିନ୍ନ ଆକୃତିର ନିଶକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରେ। କେତେକ ନିଶ ରଖିବାକୁ ସମ୍ମାନଜନକ ବିଷୟ ବୋଲି ମନେକରନ୍ତି। ମାତ୍ର ରାଜସ୍ଥାନ ଜୟପୁରର...

Leave a comment

Your email address will not be published. Required fields are marked *