‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଏହି ଫ୍ୟାଶନ ଓ ଏଣ୍ଟରଟେନ୍‌ମେଣ୍ଟ ମାଗାଜିନ୍‌ର ଇଣ୍ଡିଆ ଏଡିଶନରେ ଦୂତି କଭର୍‌ ପେଜ୍‌ର ପୋଷ୍ଟର ଗାର୍ଲ ହେବାସହ ପତ୍ରିକାର ମୁଖ୍ୟପ୍ରସଙ୍ଗରେ ରହିଛନ୍ତି। ଚଳିତମାସର କସ୍‌ମୋପଲିଟାନ୍‌ ସଂସ୍କରଣରେ ଦୂତିଙ୍କ ସମ୍ପୂର୍ଣ୍ଣ ଜୀବନ କାହାଣୀ ସ୍ଥାନ ପାଇଛି।

ଏହି ଖ୍ୟାତନାମା ଧାବିକା ଦୂତି ରନିଂ ଟ୍ରାକ୍‌ରେ ସ୍ପୋର୍ଟସ୍‌ ଓ୍ବେର୍‌ ପିନ୍ଧିବା ସହ ମଲ୍ଟିକଲର୍‌ ରଫଲ୍ଡ ଲେୟାର୍‌ଡ କେପ୍‌ରେ ପୋଜ୍‌ ଦେଇଛନ୍ତି। ଜଣେ କ୍ରୀଡାବିତ୍‌ ଭାବେ ସେ ନିଜକୁ କିଭଳି ଗଢି ତୋଳିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନ କାହାଣୀକୁ ସେ ଏହି କଭର୍‌ ଷ୍ଟୋରୀ ମାଧ୍ୟମରେ କହିଛନ୍ତି। ଏହାସହ କିଛିଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତିଙ୍କ ନିଆରା ପ୍ରେମ କାହାଣୀକୁ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି। ୨୦୧୮ ଏସିଆନ୍‌ ଗେମ୍‌ସରେ ଭାରତକୁ ଦୁଇଟି ରୌପ୍ୟ ପଦକ ଜିତାଇଥିବା ଦୂତି ଚାନ୍ଦଙ୍କୁ କସ୍‌ମୋପଲିଟନ୍‌ ପକ୍ଷରୁ ‘ଇଣ୍ଡିଆସ୍‌ ସାଇନିଂ ଷ୍ଟାର୍‌ ଆଣ୍ଡ୍‌ ଫାଷ୍ଟ୍‌ ଓପନ୍‌ଲି-ଗେ ଆଥ୍‌ଲେଟ୍‌’ର ଆଖ୍ୟା ଦିଆଯାଇଛି। ଅର୍ଥାତ୍‌ ଭାରତର ଉଜ୍ଜ୍ୱଳ ତାରକା ଓ ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍‌ ଭାବେ ତାଙ୍କୁ ବର୍ଣ୍ଣନା କରାଯାଇଛି। ଗତ କିଛିମାସ ହେଲା ଦୂତି ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ନିଜ ସମଲିଙ୍ଗୀ ସମ୍ପର୍କକୁ ସାଧାରଣରେ ଖୋଲାଖୋଲିଭାବେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୂତି କେବଳ ଟ୍ରାକ୍‌ ମଧ୍ୟରେ ଜଣେ କ୍ରୀଡାବିତ୍‌ ଭାବେ ନୁହେଁ, ବରଂ ଅନ୍ୟ ମହିଳା କ୍ରୀଡାବିତ୍‌ ଓ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି।


All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର

ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ...

ତିନିଟିି ଫର୍ମାଟରେ ସଫଳତାର ରହସ୍ୟ ଖୋଲିଲେ କୋହଲି

ମୋହାଲିଠାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ...

ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ...

୧୩୬ରେ ଅଲଆଉଟ୍‌ ଶ୍ରୀଲଙ୍କା

କାର୍ଡିଫ,୧।୬- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା...

ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ଯୋଜନା

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ୧୨୦ ଇନଫାଣ୍ଟରି ବାଟାଲିଅନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାରେ ଗୁରୁବାର ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଜନା କରାଯାଉଛି। ଗୁରୁବାର ପରୀକ୍ଷା ପାଇଁ...

ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଘ ଆତଙ୍କ: ବନ ବିଭାଗ ଏବଂ ମଙ୍ଗଳ ବିଭାଗର ତଦନ୍ତ,ତୁରନ୍ତ ବାଘକୁ ଚିହ୍ନଟ କରିବାକୁ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରଗୁଡ଼ା ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସର ମଧ୍ୟରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର...

ସାପ କାମୁଡ଼ାରେ ମହିଳା ମୃତ

ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ...

କାଉଣ୍ଟି ପଦାର୍ପଣରେ ରାହାନେଙ୍କ ଶତକ

ନ୍ୟୁପୋର୍ଟ, ୨୩।୫(ପି.ଟି.)- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାରଭାବେ କାଉଣ୍ଟି କ୍ରିକେଟରେ ପଦାର୍ପଣ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାହାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *