Posted inଫୁରସତ

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍‌ ଭଳି। ଏମିତି କିଛି ଫୁଲକୁ ନେଇ ଏହି ଉପସ୍ଥାପନା।

ଶୁଆ ପରି ଦେଖାଯାଉଥିବା ଫୁଲ(ପ୍ୟାରଟ୍‌ ଫ୍ଲାଓ୍ବାର୍‌):
ବିଶେଷକରି ଥାଇଲାଣ୍ଡ ଏବଂ ଭାରତର ପୂର୍ବ ଭାଗରେ ଏହି ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହା ଫୁଟିଥାଏ। ପୂରା ଫୁଟିଲେ ଫୁଲଟି ଲାଲ ଏବଂ ବାଇଗଣୀ ରଙ୍ଗର ଦେଖାଯିବା ସହ ଆକାର ଶୁଆ ଭଳି ହୋଇଯାଏ। ଥାଇଲାଣ୍ଡର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହା ଦେଖାଯାଏ। ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ।

ଲାଫିଙ୍ଗ୍‌ ବମ୍ବଲ ବି’ ଅର୍‌ଚିଡ୍‌ (ହସୁଥିବା ମାଈ ମହୁମାଛି ଭଳି):
ପର୍ତ୍ତୁଗାଲ, ତୁର୍କୀ, ଲେବାନନ୍‌ ଆଦି ଅଞ୍ଚଳରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତିଟି ଫୁଲରେ ତିନୋଟି ପାଖୁଡ଼ା ଥାଏ। ମଝି ପାଖୁଡ଼ାଟି ଠିକ୍‌ ମାଈ ମହୁମାଛି ସଦୃଶ।

OLYMPUS DIGITAL CAMERA

ଫ୍ଲାଇଂ ଡକ୍‌ ଅର୍ଚିଡ୍‌ (ଉଡୁଥିବା ବତକ ସଦୃଶ):
ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ ଏହି ଫୁଲ। ବାଇଗଣୀ ରଙ୍ଗର ବତକ ଭଳି ଏହା ଦେଖାଯାଏ।

ସ୍ବାଡେଲ୍ଡ ବେବିଜ୍‌ (ଆଙ୍ଗୁଲା ୟୁନିଫ୍ଲୋରା):
ଏହା ଦେଖିବାକୁ ଛୋଟ ଶିଶୁଙ୍କୁ କପଡ଼ାରେ ଗୁଡ଼ାଇବା ଭଳି। କଲମ୍ବିଆ, ଇକ୍ୟୁଆଡର୍‌ ଏବଂ ଭେନ୍‌ଜୁଏଲାରେ ବିଶେଷକରି ଦେଖିବାକୁ ମିଳିଥାଏ। ଫୁଲଟି ଦେଖିବାକୁ ଧଳା ଏବଂ କ୍ରିମ୍‌ ରଙ୍ଗର। ଏହାର ବୃକ୍ଷଗୁଡ଼ିକ ୪୫ରୁ ୬୦ସେମି ଲମ୍ବ। ବିଶ୍ୱରେ ଦେଖାଯାଉଥିବା ଅର୍କିଡ୍‌ ଫୁଲ ପ୍ରଜାତିର ଏହା ସବୁଠାରୁ ଅଧିକ ମିଳୁଥିବା ଫୁଲ।

ହାପି ଏଲିଅନ୍‌ (ଡାରଓ୍ବିନ୍‌ସ ସ୍ଲିପର୍‌):
ଏହି ଫୁଲ ଦେଖିବାକୁ ଠିକ୍‌ ଏଲିଅନ୍‌ ଭଳି। ଆମେରିକାର ଦକ୍ଷିଣ ଭାଗରେ ଫୁଟୁଥିବା ଉକ୍ତ ଫୁଲ ୧୩ ସେମି ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ। ଏହାର ରଙ୍ଗ ନାରଙ୍ଗୀ ଏବଂ ଲାଲ। ଏଥିରେ ଥିବା ଦୁଇଟି ଧଳା ଆଖି ଆକୃତି ଏହାକୁ ହସୁଥିବା ଏଲିଅନ୍‌ ପରି କରିଥାଏ।

ମଙ୍କି ଫେସ୍‌ ଅର୍ଚିଡ୍‌(ଡ୍ରାକୁଲା ସିମିଆ):
ଠିକ୍‌ ମାଙ୍କଡ଼ ମୁହଁ ପରି ଦେଖାଯାଉଥିବା ଏହି ଫୁଲ କମଳା ପରି ବାସ୍ନା ହୋଇଥାଏ। ପେରୁ ଏବଂ ଦକ୍ଷିଣପୂର୍ବ ଇକ୍ୱାଡରରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ମୁଖ୍ୟତଃ ଏହାର ପାଖୁଡାଗୁଡ଼ିକ ଏହାକୁ ମାଙ୍କଡ ଭଳି ଆକୃତି ଦେଇଥାଏ।

ଡ୍ୟାନ୍ସିଂ ଗର୍ଲସ (ନୃତ୍ୟରତା ଝିଅ ଭଳି): 
ପୂର୍ବ ଆଫ୍ରିକାର ବର୍ଷା ପ୍ରଭାବିତ ଅଞ୍ଚଳରେ ଉକ୍ତ ଫୁଲ ଦେଖାଯାଏ। ଏହା ଦେଖିବାକୁ ଠିକ୍‌ ନୃତ୍ୟ କରୁଥିବା ଝିଅ ଭଳି। ହାଲୁକା ଗୋଲାପୀ ଓ ଧଳା ରଙ୍ଗର ଏହି ଫୁଲକୁ ଯେ କେହି ଦେଖିଲେ ଘଡିଏ ଅନାଇ ରହିବ। ଭୂମିଠାରୁ ମାତ୍ର ୩୦ ସେମି ଉଚ୍ଚ ଗଛରେ ଏହା ହୋଇଥାଏ। ଫୁଲ ଗୁଡ଼ିକ ୨ ସେମି ଲମ୍ବ।

ବ୍ଲିଡିଂ ହାର୍ଟସ୍‌ (ରକ୍ତ ଝରୁଥିବା ହୃଦୟ ଭଳି):
ନାମ ଯେପରି, ଫୁଲଟି ଦେଖିବାକୁ ସେପରି। ହୃଦୟରୁ ଟୋପାଏ ଲୁହ ଝରିବା ଭଳି ଏହା ଦେଖାଯାଏ। ସାଇବେରିଆ, ଉତ୍ତର ଚାଇନା, କୋରିଆ ଏବଂ ଜାପାନରେ ବିଶେଷଭାବେ ମିଳିଥାାଏ। ତେବେ ଏହା ପଛରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ରହିଥିବା ଶୁଣିବାକୁ ମିଳେ। ଯାହାକୁ ଆପଣ ସୋସିଆଲ ମିଡିଆରୁ ପଢ଼ିପାରିବେ।


All Right Reserved By Dharitri.Com

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

ପର୍ସ ଚୋରି ରୋକିବ ୱାଲେଟ୍‌ ବଟ୍‌

ଅଧିକାଂଶ ସମୟରେ ପର୍ସ ଚୋରି ଘଟଣା ଶୁଣିବାକୁ ମିଳିଥାଏ। ଯେତେ ସତର୍କତାର ସହ ରଖିଲେ ମଧ୍ୟ ବସ୍‌ କିମ୍ବା ଟ୍ରେନ୍‌ରେ ଯାତ୍ରା କଲାବେଳେ ପକେଟ୍‌ମାର୍‌ ହୋଇଯାଏ।...

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ...

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ...

ଭିନ୍ନ ପ୍ରତିଯୋଗିତା: ଟଏଲେଟ୍‌ ପେପରରେ ବିବାହ ପୋଷାକ ତିଆରିକରି ୭ ଲକ୍ଷ ପୁରସ୍କାର ଜିତିଲେ ମହିଳା

ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କେଉଁଠି ଚଟ୍‌କଣି ମାରିବା ପ୍ରତିଯୋଗିତା ତ ଆଉ କେଉଁଠି ହାଇହିଲ୍‌ ପିନ୍ଧି ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା।...

ରେଡ୍‌ ଲେଡି : କେଶଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର

ଜୋରିକା ରିବରନିକ୍‌ଙ୍କୁ ବୋସନିଆର ଲୋକେ ରେଡ୍‌ ଲେଡି ନାମରେ ଜାଣନ୍ତି। କାରଣ ତାଙ୍କ କେଶଠାରୁ ଆରମ୍ଭ କରି ପୋଷାକ ଏପରିକି ଘରର ସମସ୍ତ ଆସବାବପତ୍ର ବି...

ଏମିତି ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ କରାଯାଏ ପୂଜା

ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ହେଲେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ...

ଲୋମଟାଙ୍କୁରା ଘଟଣା : ଜାହାଜରେ ଏକକାଳୀନ ୪୫୦୦ ଲୋକଙ୍କ ହୋଇଥିଲା ମୃତ୍ୟୁ

ପ୍ରତିଦିନ ରାସ୍ତାରେ ଗାଡ଼ିମୋଟର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଜାଣିଛନ୍ତି। କିନ୍ତୁ ଜାହାଜରେ ଯାଉଥିବା ସମୟରେ ଏକକାଳୀନ ହଜାର ହଜାର ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *