ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ ସଂଘ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ସ୍ବତନ୍ତ୍ର ଶାଢି ଉପହାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ବନାରସୀ ପାଟ ଶାଢିଗୁଡିକ ବ୍ଲୁ ରଙ୍ଗର ହୋଇଥିବାବେଳେ ଏଥିରେ ବିଶ୍ୱକପର ଲୋଗୋ ରହିଛି। ଶାଢିର ଆଞ୍ଚଲଗୁଡିକ ନାରଙ୍ଗୀ ରଙ୍ଗର ହୋଇଛି। ଶାଢିରେ ବ୍ୟାଟ୍‌, ବଲ୍‌ ଏବଂ ଷ୍ଟମ୍ପର ଚିହ୍ନ ମଧ୍ୟ ରହିଛି। ଏହି ଶାଢିଗୁଡିକ ସାଧାରଣ ମହିଳାଙ୍କ ପାଇଁ ମଧ୍ୟ ବିକ୍ରି କରାଯାଉଛି। କିନ୍ତୁ ତାହା ଭିନ୍ନ ରଙ୍ଗର ବୋଲି ବ୍ୟବସାୟୀମାନେ କହିଛନ୍ତି। ମହିଳାମାନଙ୍କ ମଧ୍ୟରେ ଶାଢିକୁ କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖାଯାଉଛି। ଏମଏସଏମଇ ବିଭାଗ ସହାୟତାରେ ଶାଢିଗୁଡିକ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ଦିଆଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ...

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର...

ଧୂଆଁ କାରଣରୁ ଶାରାପୋଭାଙ୍କ ମ୍ୟାଚ୍‌ ସ୍ଥଗିତ

ମେଲବୋର୍ନ, ୧୪।୧ (ଏଏଫ୍‌ପି)- ରୁଷୀୟ ମହିଳା ଟେନିସ ତାରକା ମାରିଆ ଶାରାପୋଭା ଓ ଜର୍ମାନୀୟ ଲୌରା ସିଏଗମୁଣ୍ଡଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ କୋୟୋଙ୍ଗ କ୍ଲାସିକର ଏକ...

ଏହି ପିମ୍ପୁଡି କାମୁଡିଲେ ହୋଇପାରେ ମୃତ୍ୟୁ

ବିଶ୍ୱରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେହି କେହି ମଣିଷର ଭଲ କରୁଥିବା ବେଳେ କେତେକ ହାନି ପହଞ୍ଚାଇଥାନ୍ତି। ଏମିତି ତ ଅନେକ...

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

୨୦୨୦ ୟୁରୋପିଆନ୍‌ ଚାମ୍ପିୟନଶିପ୍‌: ଯୋଗ୍ୟତା ହାସଲ କଲେ ନେଦରଲାଣ୍ଡ୍ସ, ଜର୍ମାନୀ, କ୍ରୋଏସିଆ

ପ୍ୟାରିସ୍‌,୧୭।୧୧(ଏଏଫ୍‌ପି): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ୟୁରୋପିଆନ ଚାମ୍ପିୟନଶିପ ଖେଳିବାକୁ ଆଉ ୩ଟି ଶକ୍ତିଶାଳୀ ଦେଶ ଯୋଗ୍ୟତା...

Leave a comment

Your email address will not be published. Required fields are marked *