ଜେଟିପିଙ୍କୁ ସେବାୟତଙ୍କ ମାଡ଼ ଘଟଣା: ରଥ ଦକ୍ଷିଣମୋଡ଼ରେ ବିଳମ୍ବ

ପୁରୀ ଅଫିସ,୯ା୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନକରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁ। ଆସନ୍ତା ୧୨ ତାରିଖରେ ବାହୁଡା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିଲାଗି ପରମ୍ପରା ଅନୁଯାୟୀ ମଙ୍ଗଳବାର ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ତେବେ ସୋମବାର ରାତିରେ ଜେଟିପି ଏବଂ ଦଇତାପତି ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିଲା। ଏହି ବିଳମ୍ବର ପ୍ରଭାବ ଦକ୍ଷିଣ ମୋଡ଼ ନୀତି ଉପରେ ପଡ଼ିଛି । ସକାଳ ସାଢେ ୯ଟାରେ ହେବାକୁ ଥିବା ଗୋପାଳ ବଲ୍ଲଭ ନୀତିରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବାକୁ ଥିଲା । କିନ୍ତୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ରଥ ଆଜ୍ଞାମାଳ ବିଜେ ହୋଇନାହିଁ । ତେଣୁ ଦକ୍ଷିଣମୋଡ଼ ବିଳମ୍ବ ହେବ ବୋଲି କୁହାଯାଉଛି ।


All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦।୩: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ତୃତୀୟ ପର୍ଯ୍ୟାୟ ରଥ...

ଗଞ୍ଜାମରେ ସ୍ଥିତି ଅସମ୍ଭାଳ: ଆକ୍ରାନ୍ତ ସଂଖ୍ୟା ୨୫୦କୁ ଟପିଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଆଜି ମେଲାଣି ନେବେ ଧନଦାତ୍ରୀ

ପାଲଲହଡା,୨୩।୧୦(ଡି.ଏନ.ଏ.) -୧୦ ଦିନ ଧରି ଚାଲିଥିବା ପାଲଲହଡା ଉପଖଣ୍ଡ ଲକ୍ଷ୍ମୀପୂଜାର ଭସାଣି ଉତ୍ସବ ବୁଧବାର ସ୍ଥାନୀୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ୧୦ ଗୋଟି...

ରାଜନୀତି କରିବେ ଦୂତି ଚାନ୍ଦ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜନୀତିରେ ଯୋଗଦେବେ ଆଥ୍‌ଲେଟ ଦୂତି ଚାନ୍ଦ। ସୋମବାର ଦୂତି କରିଥିବା ଏକ ଟ୍ବିଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଏକ ଟ୍ବିଟ୍‌ରେ...

ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ୱର/ କଟକ ଅଫିସ୍‌, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ...

୪ରୁ ୭ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ...

ଚଳିତ ବର୍ଷ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ କୌଣସି ଜିଲାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ୪ଟି ସାଟେଲାଇଟ୍‌ ଷ୍ଟାଡିୟମ(ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ...

ମାଟ୍ରିକ ପରୀକ୍ଷା : ଇଂଲିଶରେ ଫେଲ୍‌ ହୋଇଛନ୍ତି ୬୦ ହଜାର

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପାସ୍‌ ହାର ଚିନ୍ତାଜନକ ହୋଇଛି। ଏଥର ପରୀକ୍ଷାରେ ଇଂଲିଶ ବିଷୟରେ ଫେଲ୍‌ ହାର ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମୋଟ...

Leave a comment

Your email address will not be published. Required fields are marked *