ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ବିଦ୍ୟା ବଲାନ, ସୋନାକ୍ଷୀ ସିହ୍ନା, ତାପସି ପନ୍ନୁ, ନିତ୍ୟା ମେନନ, କିର୍ତ୍ତି କୁଲ୍ଲାଡି ଓ ଶରମନ ଯୋଶୀ ନଜର ଆସିବେ। ଆଲୋଚନା ହେଉଥିଲା କି ଏଥିରେ ଅକ୍ଷୟଙ୍କର ଏକ ଛୋଟିଆ ରୋଲ୍‌ ରହିଛି। ହେଲେ ଏବେ ଟିଜର ଦେଖିବା ପରେ ଜଣାପଡୁଛି କି ସମ୍ପୂର୍ଣ୍ଣ ଫିଲ୍ମରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ। ନିକଟରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ଶେୟାର କରିବା ସହ ଲେଖିଛନ୍ତି, ଗୋଟିଏ ଦେଶ, ଗୋଟିଏ ସ୍ବପ୍ନ, ଗୋଟିଏ ଇତିହାସ ଭାରତର ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ସତ କାହାଣୀ। ଏହି ଫିଲ୍ମରେ ଅକ୍ଷୟଙ୍କୁ ଜଣେ ବୈଜ୍ଞାନିକ ଭୁମିକାରେ ଦେଖିବାକୁ ମିଳିବ। ଏହି ଟିଜର ଆସିବା ପରେ ଏବେ ଅକ୍ଷୟଙ୍କ ଫ୍ୟାନମାନେ ଫିଲ୍ମକୁ ଅପେକ୍ଷା ରଖିଛନ୍ତି।


All Right Reserved By

ଟେଲିଭିଜନ୍‌ରେ କାହିଁକି ବାରମ୍ବାର ପ୍ରସାରିତ ହୋଇଥାଏ ‘ସୂର୍ଯ୍ୟବଂଶମ’? ଅମିତାଭ ରଖିଲେ ଉତ୍ତର

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ସୂର୍ଯ୍ୟବଂଶମ’। ଏହାକୁ କିଛି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରସାରିତ କରାଯାଇଥାଏ। ତେବେ...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ...

ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ସଞ୍ଜୟଙ୍କ ଝିଅ ତ୍ରିଶାଳା, ଫଟୋ ଶେୟାର କରି ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁ ପରେ ସେ ବହୁ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା...

ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା

ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର...

ଫିଲ୍ମ ‘ବାଲା’ ଲାଗି ଆୟୁଷ୍ମାନ ହେବେ ଲଣ୍ଡା, କହିଲେ ଏପରି କରିବା ବହୁତ କଷ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଆଗାମୀ ଫିଲ୍ମ ‘ବାଲା’ର ଶୁଟିଂରେ ବ୍ୟସ୍ତ। ଏହି ଫିଲ୍ମରେ ତାଙ୍କ ନାୟିକା ଭାବେ ନଜର ଆସିବେ ଭୂମି...

ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’...

ସଲମାନଙ୍କୁ ଭେଟିଲେ ତାଙ୍କର କୁନି ପ୍ରଶଂସକ

ଇନ୍ଦୋର: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ମାନବିକତା ପାଇଁ। ଏମିତିକି ଅନେକ ସମୟରେ...

ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *