Posted inଜାତୀୟ

ଏମ୍‌ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍‌ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରୁ ପଟେଲ ଜୟନ୍ତୀ ମାନେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ୧୫୦ କିଲୋମିଟର ପଦଯାତ୍ରା କରିବେ। ଏଥିଲାଗି ଅଲଗା ଅଲଗା ଗ୍ରୁପ ଗଠନ କରାଯିବ ଓ ଏମ୍‌ପିମାନେ ପ୍ରତିଦିନ ଏହି ଗ୍ରୁପ ସହ ପଦଯାତ୍ରାରେ ବାହାରିବେ। ଏଥିରେ ଭାଜପା ବିଧାୟକ ଓ କର୍ମୀ ମଧ୍ୟ ସାମିଲ ହେବେ। ପ୍ରତିଦିନ ଅତିକମ୍‌ରେ ୧୫ କିଲୋମିଟର ଅଞ୍ଚଳ ବୁଲିବାକୁ ପଡିବ ବୋଲି ମୋଦି କହିଛନ୍ତି। ଏହାଦ୍ୱାରା ଏମ୍‌ପିମାନେ ବ୍ଲକ ସ୍ତରରେ ପହଞ୍ଚିବା ସହ ଲୋକଙ୍କ ନିକଟତର ହେବେ। ତା’ସହ ଗାନ୍ଧିଜି ଓ ପଟେଲଙ୍କ ବଚାରଧାରାକୁ ନେଇ ଲୋକମାନଙ୍କ ସହ ଖୋଲା ଖୋଲି ଭାବେ କଥା ହେବେ। ଏହାସହ ଶିକ୍ଷାର ପ୍ରଚାର ପ୍ରସାର ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ କଥା ହେବେ। ଏହାଦ୍ୱାରା ଏମ୍‌ପିଙ୍କ ଉପରେ ଲୋକଙ୍କର ଭରସା ବଢିବ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।


All Right Reserved By

୧୨୫ ବର୍ଷ ଧରି ଏହି ଗାଁରେ ଅନୁଷ୍ଠିତ ହୋଇଆସୁଛି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ

ଭୋପାଳ,୭।୭: ମଧ୍ୟପ୍ରଦେଶ ଦମୋହ ଜିଲାରେ ଗତ ୧୨୫ ବର୍ଷ ଧରି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ବକାୟନ ଗାଁରେ ଏହି ଉତ୍ସବ ପ୍ରତିବର୍ଷ...

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି(ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଶନିବାର ଏଏପି ସୂଚନା ଦେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଡିଆ...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୁଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସାମ୍ବୋଧିତ କରିବେ। ଏଥିରେ ମୋଦି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦...

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨୯।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ସୋମବାର କହିଛନ୍ତି କି ସବୁ ରାଜନୈତୀକ ଦଳ...

ମୋଦି ବ୍ରିଗେଡ୍‌ରେ ସାମିଲ୍‌ ହେବାକୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ ନୂଆ ବ୍ରିଗେଡ଼୍‌ରେ ସାମିଲ୍‌ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍‌ କଲ୍‌ ଆସିଛି। ଫୋନ୍‌ କଲ୍‌ ଆସିଥିବା ନେତାଙ୍କ ମଧ୍ୟରେ...

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ : ନୌସେନା ଅଧିକାରୀ ମୃତ

ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *