Posted inଜାତୀୟ

ଯୋଗୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବାଧ୍ୟରେ ୨୨ ପୋଲିସ ନେଲେ ଅବସର

ଭୋପାଳ,୯।୭: ଭ୍ରଷ୍ଟାଚାର ଓ ଅଳସୁଆ କର୍ମଚାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କ୍ରମରେ ବାରାଣସୀରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୨୨ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏମାନଙ୍କ ନାଁରେ ଭ୍ରଷ୍ଟାଚାର, ଅସଦାଚରଣ ଓ ବିଶୃଙ୍ଖଳିତ ନେଇ ମାମଲା ରୁଜୁ ହୋଇଛି। କିଛି ଦିନ ତଳେ ଗୃହ ବିଭାଗର ସମୀକ୍ଷା ସମୟରେ ଯୋଗୀ ଆଦିତ୍ୟନାଥ ଭ୍ରଷ୍ଟାଚାର ଓ ଅଳସୁଆ ଅଫିସରଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ଆଇନ ବ୍ୟବସ୍ଥା ପ୍ରତି ନିଷ୍ଠାପର ନୁହଁନ୍ତି ସେହିପରି ଅଫିସର ଓ କର୍ମଚାରୀଙ୍କ ଆବଶ୍ୟକତା ନାହିଁ ବୋଲି ଯୋଗୀ କହିଥିଲେ। ଏହାପରେ ସରକାରୀ କର୍ମଚାରୀଙ୍କ ଭିତରେ କୋକୁଆଭୟ ଖେଳିଯାଇଥିଲା। ଅପରାଧୀଙ୍କ ସହ ଯେଉଁ ପୋଲିସ କର୍ମଚାରୀଙ୍କ ସହଭାଗିତା ରହିଛି ସେମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରଣ ପୋଲିସ ପୋଷାକ ନାଁରେ କଳଙ୍କ ଲଗାଇଥିବା ବ୍ୟକ୍ତିଙ୍କର ବିଭାଗରେ ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।


All Right Reserved By

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ...

ନିର୍ଦ୍ଦଳୀୟ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ: କର୍ନାଟକ ସଙ୍କଟ ପୁଣି ଲଟକି ରହିବା ସମ୍ଭାବନା

ନୂଆଦିଲ୍ଲୀ,୨୨।୭: କର୍ନାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ସୋମବାର ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ପ୍ରଧାନ...

ଚିକତ୍ସିତ ହେଉଥିବା ବିଧାୟକଙ୍କୁ ଭେଟିବାକୁ ଗଲା ବେଙ୍ଗାଲୁରୁ ପୋଲିସ: ରୋକିଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୧୯।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଥିବାବେଳେ ଆସ୍ଥା ଭୋଟକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ପାଟିତୁଣ୍ଡ ଲାଗିରହିଛି। ଗୁରୁବାର ଆସ୍ଥାଭୋଟ...

ଲାଲକିଲ୍ଲାରେ ପହଞ୍ଚିଲେ ମୋଦି: କିଛି ସମୟ ପରେ ଉଡାଇବେ ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ସାରା ଦେଶରେ ଆଜି ୭୩ତମ ସ୍ବାଧୀନତା ଦିବସ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରେ ପତାକା...

ଗଡସେ-କସାବଙ୍କୁ ରାଜୀବଙ୍କ ସହ ତୁଳନା କଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୫: ଭୋପାଳର ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆରମ୍ଭ ହୋଇଛି ଶୀତଳ...

ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ

ପୁଡୁଚେରୀ,୧୦।୬: ଡିଏମ୍‌କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ...

ନାମର ସରନେମ୍‌ ସ୍ଥାନରେ ରହିବ ଗାଁ ନାମ: ଖାପ୍‌ ପଞ୍ଚାୟତ ନେଲା ନିଷ୍ପତ୍ତି

ଜିନ୍ଦ୍‌,୨୩।୭: ନାମରେ ରହିବନି ଜାତି ଅବା ଧର୍ମର କୌଣସି ସଙ୍କେତ। ସଭିଏଁ ମଣିଷ ଏବଂ ମାନବ ଧର୍ମ ସର୍ବଶ୍ରେଷ୍ଠ। ଏନେଇ ହରିୟାଣାର ଖାପ୍‌ ପଞ୍ଚାୟତ ପକ୍ଷରୁ...

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *