ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର ରାଷ୍ଟ୍ରପତି ଭବନର ବେସ୍‌ମେଣ୍ଟରେ ଯେଉଁଠାରେ ଖବରଦାତାମାନେ ବସିଥାଆନ୍ତି ସେଠାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଥିବା ଖବର ମିଳିଛି। ସୋମବାର ବିଭିନ୍ନ ସ୍ଥାନରେ ପାଖାପାଖି ୩.୩ ଇଞ୍ଚର ବର୍ଷା ହେବା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ଓ୍ବାଶିଂଟନ ସମେତ ଭର୍ଜିନିଆରେ ମଧ୍ୟ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଆଗକୁ ବର୍ଷା ସମ୍ଭାବନା ଥିବାରୁ ଦକ୍ଷିଣ ଓ୍ବାଶିଂଟନରେ ଟ୍ରେନ୍‌ ସେବା ବନ୍ଦ କରି ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବାର ଆଶଙ୍କା  ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।


All Right Reserved By

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ

ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି।...

ପେଙ୍ଗୁଇନ୍‌ ଗଲା ଥାନାକୁ

ଓ୍ବେଲିଙ୍ଗ୍‌ଟନ,୧୯।୭: ନ୍ୟଜିଲାଣ୍ଡର ଓ୍ବେଲିଙ୍ଗଟନ୍‌ରେ ଏକ ଜାପାନୀ ମିଠାଇ ଦୋକାନରେ ଦୁଇଟି ପେଙ୍ଗୁଇନ ବାରମ୍ବାର ପଶି ଦେକାନୀଙ୍କୁ ସମସ୍ୟାରେ ପକାଉଥିଲେ। ସେମାନଙ୍କୁ ଦୋକାନରୁ ବାହାର କଲା ପରେ...

ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର...

ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ...

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ...

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। ଶ୍ରୀଲଙ୍କାର ପ୍ରତିରକ୍ଷା...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୭।୬; ପୂର୍ବ ଇଣ୍ଡୋନେସିଆରେ ସୋମବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୨। ହେଲେ ଏଥିରେ କ୍ଷୟକ୍ଷତିର ପରିମାଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *