Posted inଜାତୀୟ

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା ମାଓବାଦୀ ଶିବିରରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର କୋବ୍ରା ବାଟାଲିଅନ ମିଳିତ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। କିଛି ଘଣ୍ଟା ଧରି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏହି ଏନ୍‌କାଉଣ୍ଟରରେ ପୋଲିସ ମାଓବାଦୀ ଶିବିରକୁ ଧ୍ୱଂସ କରିବା ସହ ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଉକ୍ତ ମାଓବାଦୀଙ୍କ ମୃତଦେହ, ରାଇଫଲ୍‌ ଓ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଅପରପକ୍ଷରେ ଉକ୍ତ ଅଞ୍ଚଳରେ ଏବେ ବି ମିଳିତ ଅପରେଶନ୍‌ ଜାରି ରହିଛି।


All Right Reserved By Dharitri.Com

ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣର ପ୍ରତିବାଦ: ଏବିଭିପି ଶୋଭାଯାତ୍ରାକୁ ଅଟକାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସୋମବାର ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ...

ପ୍ରଶ୍ନ କରି ଅଧୀର ହଟହଟା: ଜମ୍ମୁ-କଶ୍ମୀର କ’ଣ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ

ନୂଆଦିଲ୍ଲୀ,୭ା୮(ପି.ଟି. ) : ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଲୋକ ସଭାରେ ଆଗତ ବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଜବ ପ୍ରଶ୍ନ ଉଠାଇ ଅଡ଼ୁଆରେ...

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ...

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି...

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ...

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ...

୭୦ ବିଧାନସଭା ଆସନ ପାଇଁ ଦିଲ୍ଲୀରେ ମତଦାନ ଜାରି: ଶାହିନ ବାଗ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

Leave a comment

Your email address will not be published. Required fields are marked *