Posted inଜାତୀୟ

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରଙ୍କୁ ପରାମର୍ଶ ଦେଇଛନ୍ତି। ବରଘର ଏଭଳି ସର୍ତ୍ତ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ କନ୍ୟାଙ୍କ ସର୍ତ୍ତକୁ ସମ୍ମାନ ଜଣାଇ ପରିବେଶ ସୁରକ୍ଷାଲାଗି ବୃକ୍ଷଚାରା ରୋପଣ ଆରମ୍ଭ କରିଛନ୍ତି। ସ୍ଥାନୀୟ ଇନ୍ଦ୍ରମଣି ନଗରରେ ବାସ କରୁଥିବା ପଣ୍ଡିତ ଅଶୋକ ଦୁବେଙ୍କ କନ୍ୟା ନୀତୁ  ଏକ ଘରୋଇ ବିଦ୍ୟାଳୟରେ ଚାକିରି କରନ୍ତି। ରୟୋପୁର ବାସିନ୍ଦା ଆଶୁ ଦୀକ୍ଷୀତ୍‌ଙ୍କ ସହିତ ତାଙ୍କର ବିବାହ ଠିକ୍‌ ହୋଇଥିଲା। ନୀତୁ ନିଜର ସର୍ତ୍ତ ସମ୍ପର୍କରେ ଆଶୁଙ୍କୁ ଅବଗତ କରାଇଥିଲେ। ଆଶୁଙ୍କ ପିତା ଉପେନ୍ଦ୍ର ଦୀକ୍ଷୀତ୍‌ ନୀତୁଙ୍କ ସର୍ତ୍ତକୁ ସମ୍ମାନ ଜଣାଇବା ସହିତ ଏବେ ବୃକ୍ଷଚାରା ରୋପଣ ଜାରି ରଖିଛନ୍ତି। ଏହି ବିବାହ ସର୍ତ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ଏଏପି ନେତା କପିଲ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଲ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ...

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ...

କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା...

ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିଙ୍କୁ ଆଉ ମିଳିବନି ରିହାତି ଦରରେ ଖାଦ୍ୟ

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିମାନଙ୍କୁ ଆଉ ରିହାତି ମୂଲ୍ୟରେ ଖାଦ୍ୟ ମିଳିବନି। ଆଗାମୀ ଅଧିବେଶନ କାଳରେ ଏହାକୁ ଲାଗୁ କରାଯିବ। ବିଜନେସ୍‌ ଆଡଭାଇଜରି କମିଟି...

ଟ୍ରାକ୍ଟରରେ ଭୋଟ ଦେବାକୁ ପହଞ୍ଚିଲେ ନେତା

ମୁମ୍ବାଇ,୨୧।୧୦: ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟରେ...

୨୪ ତାରିଖ ମଧ୍ୟରାତ୍ରରୁ ବନ୍ଦରହିବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରଥମେ ଟ୍ରେନ୍‌ ସେବା ଓ ଅନ୍ତର୍ଜାତୀୟ ବିମାନ ସେବା...

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କ ବଡ଼ ଦୁର୍ବଳତା: ଶିବସେନା

ନୂଆଦିଲ୍ଲୀ,୧୮।୧୨: ସିଏଏ ନେଇ ଦେଶ ବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦେଶରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଦେଶୀ ଶକ୍ତିର ହାତ ଥିବା...

Leave a comment

Your email address will not be published. Required fields are marked *