ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି ୧ କପ୍‌, ୧ ଚାମଚ ଲେଖାଏଁ ଜିରା, ସୋରିଷ, ଧନିଆଗୁଣ୍ଡ, ହଳଦୀଗୁଣ୍ଡ, ଘିଅ, ଅଦା, ରସୁଣ ପେଷ୍ଟ, ୫-୬ଟି ଭୁର୍ସୁଙ୍ଗ ପତ୍ର, କଞ୍ଚାଲଙ୍କା, ଲଙ୍କାଗୁଣ୍ଡ, ଲୁଣ ସ୍ବାଦନୁସାରେ, ପାଣି ୧ ଗ୍ଲାସ୍‌।
ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ୧୫ ମିନିଟ୍‌ ଭିଜାଇ ଦିଅନ୍ତୁ। ଡାଲିକୁ ୨-୩ ଥର ଭଲ ଭାବେ ଧୋଇ ଦିଅନ୍ତୁ। ଏକ ପ୍ରେସର କୁକରକୁ ଚୁଲାରେ ବସାଇ ତେଲ ପକାନ୍ତୁ। ଗରମ ହୋଇଗଲେ ଜିରା, ସୋରିଷ, ଭୁର୍ସୁଙ୍ଗପତ୍ର, ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ। ସେଥିରେ କଟା ଟମାଟୋ, ପିଆଜ ଏବଂ କଞ୍ଚାଲଙ୍କା ପକାଇ ଭାଜନ୍ତୁ। ହଳଦୀଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଭିଜାଯାଇଥିବା ଡାଲି, ଚାଉଳକୁ ପକାଇ ଏକ ଗ୍ଲାସ୍‌ ପାଣି ଦେଇ ୨ମିନିଟ୍‌ ଗୋଳାନ୍ତୁ।
ସ୍ବାଦ ଅନୁସାରେ ଲୁଣ ପକାନ୍ତୁ ଶେଷରେ କଟାଯାଇଥିବା ପାଳଙ୍ଗକୁ ପକାଇ ମିଶାଇ ଦିଅନ୍ତୁୁ ଏବଂ ୨-୩ ଟି ହ୍ବିସିଲ ହେବା ପରେ କୁକର୍‌ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମା ଗରମ ପାଲକ ଖେଚୁଡ଼ି।


All Right Reserved By Dharitri.Com

ବ୍ଲଡପ୍ରେସର

ଆମ ଶରୀରରେ ରକ୍ତ ସଂଚାଳନ ସକ୍ରିୟ ରହିବା ଦରକାର। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସନ୍ତୁଳିତ ରକ୍ତ ସଂଚାଳନକୁ...

ବରଫରେ ଡିମ୍ବାଣୁ ସଂରକ୍ଷଣ

‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ଘରକୁ ସଜାନ୍ତୁ ଓ୍ବାଲପେପର୍ସରେ

ଆପଣ ନିଜ ଘରକୁ ମେକଓଭର କରିବାକୁ ଚାହଁୁଛନ୍ତି କି ? ଯଦି ହଁ ତେବେ କାନ୍ଥର କଲର ବଦଳାଇବା ସହ କିଛି ଅଲଗା ଡିଫରେନ୍ସ କରିବାକୁ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ସକାଳୁ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ...

ନମନୀୟ ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ...

Leave a comment

Your email address will not be published. Required fields are marked *