Posted inଜାତୀୟ

ଝରଣାରେ ହଠାତ୍‌ ଆସିଲା ବନ୍ୟାଜଳ: ମାନବ ଶୃଙ୍ଖଳ ଦ୍ୱାରା ଶତାଧିକ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲେ ସ୍ଥାନୀୟ ଯୁବକ

ପାଟନା,୯।୭: ବିହାର ସାସାରାମ୍‌ସ୍ଥିତ କୈମୁର ପାହାଡ଼ରୁ ବାହାରିଥିବା ଝରଣାରେ ହଠାତ୍‌ ବନ୍ୟାଜଳ ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ତୁତଲା ଭବାନୀ ମନ୍ଦିରକୁ ସୋମବାର ଶତାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ବନ୍ୟାଜଳ ଯୋଗୁ ଝରଣାର ଜଳସ୍ତର ୬ଫୁଟରୁ ଅଧିକ ହୋଇଯାଇଥିଲା। ଶ୍ରଦ୍ଧାଳୁ ଆତଙ୍କିତ ହୋଇ ପଡ଼ିଥିଲେ। ଝରଣା ମଝିରେ ଥିବା ବଡ଼ ବଡ଼ ପଥର ଉପରେ ଶ୍ରଦ୍ଧାଳୁ ଠିଆ ହୋଇ ରହିଥିଲେ। ତେବେ ଏହାର ମୁକାବିଲା ପାଇଁ ସ୍ଥାନୀୟ ଯୁବକ ଅଣ୍ଟା ଭିଡ଼ିଥିଲେ। ଝରଣାର ଦୁଇ କୂଳରେ ଦଉଡ଼ି ଧରି ମାନବ ଶୃଙ୍ଖଳ ଦ୍ୱାରା ଯୁବକମାନେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉପରମୁଣ୍ଡରେ ବର୍ଷା ହେବାରୁ ଝରଣାରେ ହଠାତ୍‌ ବନ୍ୟାଜଳ ଆସିଥିବା କୁହାଯାଉଛି। ପୂର୍ବରୁ ଏଭଳି ଘଟଣା ଘଟିଥିବା ମନ୍ଦିର ବିକାଶ କମିଟି ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ...

ଡିସେମ୍ବର ୧୦ ଯାଏ ୧୪୪

ନୂଆଦିଲ୍ଲୀ,୧୫ା୧୦: ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କାରେ ଅଯୋଧ୍ୟାରେ ୧୪୪ ଧାରା...

କ୍ରିକେଟ ଖେଳକୁ ନେଇ ଝଗଡା: ସାଙ୍ଗର ଆଖି ତାଡି ଲୁଣ ପକାଇଦେଲେ ଯୁବକ

ନୂଆଦିଲ୍ଲୀ, ୧୮।୪: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ଖେଳକୁ ନେଇ ଲାଗିଥିବା ଝଗଡା ଯୋଗୁ ସାଙ୍ଗର...

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ...

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ...

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ...

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି।...

୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା...

Leave a comment

Your email address will not be published. Required fields are marked *