ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ ସରକାର ଜଣେ ହିନ୍ଦୁ ପିତା ଓ ମାସଲମାନ ମା’ଙ୍କ ୯ ମାସର ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ୟୁଏଇର ନିୟମ ରହିଛି ଜଣେ ମୁସଲମାନ ପୁରୁଷ ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କରିପାରିବେ। ହେଲେ ଜଣେ ମୁସଲମାନ ମହିଳା ଅନ୍ୟ ଧର୍ମର ପୁରୁଷଙ୍କୁ ବିବାହ କରିପାରିବେ ନାହିଁ। ହେଲେ ଉକ୍ତ ଭାରତୀୟ ଦମ୍ପତିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଥାଇ ମଧ୍ୟ ୟୁଏଇ ତାଙ୍କୁ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇଛି। ସୂଚନାଯୋଗ୍ୟ, ଶାରଜାହାରେ ରହୁଥିବା ହିନ୍ଦୁ ପୁରୁଷ କିରଣ ବାବୁ ଓ ମୁସଲମାନ ମହିଳା ସନମ ସାବୁ ସିଦ୍ଦିକି ୨୦୧୬ରେ କେରଳରେ ବିବାହ କରିଥିଲେ। ୨୦୧୮ରେ ଆବୁ ଧାବିରେ ରହୁଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ହେଲେ ଜାତିଗତ କାରଣ ଦର୍ଶାଇ ହସ୍ପିଟାଲ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇ ନ ଥିଲା। ଏହାପରେ ସେମାନେ ଆଇନର ସାହାଯ୍ୟ ନେଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଭାରତୀୟ ଦୁତାବାସ ଜରିଆରେ ଶିଶୁର ଜନ୍ମ ପ୍ରମାଣ ପତ୍ର ପାଇବାକୁ ଆବେଦନ କରିବାରୁ ଏବେ ସେହି ୯ ମାସର ଶିଶିଟିକୁ ୟୁଏଇ ଜନ୍ମ ପ୍ରମାଣ ପତ୍ର ଦେଇଥିବା ପ୍ରକାଶ।


All Right Reserved By Dharitri.Com

ହଂକଂରେ ଚାଇନାର ସେନା ମୁତୟନ

ବେଜିଂ, ୧୭ା୧୧(ପି.ଟି.) : ହଂକଂରେ ଗତ ୫ ମାସ ଧରି ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ପ୍ରଥମ ଥର ଲାଗି ଶନିବାର ଚାଇନା ପକ୍ଷରୁ...

ୟୁଏଇରେ ଫସିଛନ୍ତି ୨୦୦ ଭାରତୀୟ ଶ୍ରମିକ

ଦୁବାଇ, ୧୧ା୯ (ପି.ଟି.): ପେଟ ଲାଗି ୟୁଏଇ ଯାଇ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ପ୍ରାୟ ୨୦୦ ଭାରତୀୟ ଏବେ ସେଠାରେ ଫସି ରହିଛନ୍ତି। ଦୀର୍ଘମାସ ହେବ...

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କ୍ୟାବିନେଟର ପ୍ରଥମ ହିନ୍ଦୁ ମନ୍ତ୍ରୀ ହେଲେ ଅନିତା ଆନନ୍ଦ

ଓଟାଓ୍ବା,୨୧।୧୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ତାଙ୍କ କ୍ୟାବିନେଟର ଘୋଷଣା କରିଛନ୍ତି। ଏଥିରେ ସାମିଲ ହୋଇଥିବା ୭ ନୂଆ ମୁହଁଙ୍କ ମଧ୍ୟରେ ଭାରତୀୟ ମୂଳ...

ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ୧୨ ଡିସେମ୍ବରରେ: ବୋରିସ୍‌ଙ୍କ ପ୍ରସ୍ତାବ ପାରିତ

ଲଣ୍ଡନ,୩୦।୧୦: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ୧୨ ଡିସେମ୍ବରରେ ହେବ। ଏନେଇ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବ ହାଉସ୍‌ ଅଫ୍‌...

ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ...

ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲାଗିବ ରୋବୋ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ

ଲଣ୍ଡନ, ୪।୬: ବୈଜ୍ଞାନିକମାନେ ଏବେ ଏମିତି ରୋବୋ ତିଆରି କରିଛନ୍ତି ଯେଉଁ ରୋବୋ ଚିତ୍ର ଆଙ୍କି ପାରିବ ଏହି ରୋବୋର ନାଁ ଦିଆଯାଇଛି ଆଇଡା (Ai-Da)।...

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି...

Leave a comment

Your email address will not be published. Required fields are marked *