Posted inUncategorized

ଧରାପଡ଼ିଲେ ଫେରାର ପ୍ରେମୀଯୁଗଳ, ପ୍ରେମିକ ଗିରଫ

ବାରଙ୍ଗ,୯।୭(ଡି.ଏନ୍‌.ଏ): ନନ୍ଦନକାନନ ଥାନା ପୋଲିସ ଗତ ୨୦ତାରିଖଠାରୁ ଫେରାର ଥିବା ଏକ ପ୍ରେମୀଯୁଗଳଙ୍କୁ ରବିବାର ବିଶାଖାପାଟଣାରୁ ଧରଛି। ଧରାପଡିବା ପରେ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବାବେଳେ ନାବାଳିକା ପ୍ରେମିକାଙ୍କୁ ପରିବାରକୁ ହସ୍ତାନ୍ତର କରିଛି। ଗିରଫ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳର ବିଜୟ ବାରିକ।
ବିଜୟ ଏହି ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢ଼ୁଥିବାବେଳେ ସେହି କଲେଜର ଜଣେ ନାବାଳିକା ଛାତ୍ରୀଙ୍କୁ ଭଲପାଉଥିଲେ। ଗତ ୨୦ ତାରିଖରେ ଝିଅଟି କଲେଜରୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି ପରେ ଅପହରଣ ସନ୍ଦେହରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ନଂ ୫୯/୧୯ରେ ଏକ ମାମଲା ରୁଜୁକରି ଅନୁସନ୍ଧାନ କରିବାପରେ ପ୍ରେମୀଯୁଗଳ ଏକାଠି ରହୁଥିବାର ଜାଣିବାକୁ ପାଇଥିଲା। ସେମାନଙ୍କ ମୋବାଇଲକୁ ପୋଲିସ ଟ୍ରାକ କରୁଥିବାର ଜାଣିବାକୁ ପାଇବା ପରେ ସେମାନେ ଜାଗା ବଦଳାଇବାରେ ଲାଗିଥିଲେ ା କୌଣସି ସୂତ୍ରରୁ ଖବରପାଇ ସେମାନେ ବିଶାଖାପାଟଣାରେ ରହୁଥିବା ଜାଣି ନନ୍ଦନକାନନ ଥାନାଧିକାରୀ ପରମାନନ୍ଦ ନାୟକ ରବିବାର ସେଠାରୁ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ା ସୋମବାର ସେମାନଙ୍କ ଡାକ୍ତରୀମାଇନା କରି ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ବିଜୟଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

Posted inUncategorized View All

ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

କର୍ଲାମୁଣ୍ଡା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜାଲ ପ୍ରମାଣପତ୍ର...

ଯାଞ୍ଚ ପରେ ଠପ୍‌ ବିବାହମଣ୍ଡପ, କଲ୍ୟାଣମଣ୍ଡପ ସିଲ୍‌ ପ୍ରକ୍ରିୟା: ବାହାଘର ବାହାନାରେ ରହିଲା ସ୍ଥଗିତ

ଭୁବନେଶ୍ୱର, ୯ା୧୨ (ବ୍ୟୁରୋ): ଭୁବନେଶ୍ୱରର ଦୁଇ ଜୋନ ଦକ୍ଷିଣ ପୂର୍ବ ଓ ଉତ୍ତର ଜୋନରେ କଲ୍ୟାଣମଣ୍ଡପ ଓ ବିବାହ ମଣ୍ଡପଗୁଡ଼ିକର ଯାଞ୍ଚ ସରିଛି। ଯାଞ୍ଚ ପରେ...

ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ...

ଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସର

କେନ୍ଦୁଝର,୧୬।୨: କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ଧୂଳିଆସାହି ଆଦିବାସୀ ସମ୍ପ୍ରଦାୟ ଲୋକେ ରବିବାର ନିଆରା ଢଙ୍ଗରେ ମାଘେ ପର୍ବ...

ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ

ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ...

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବଜ୍ରପାତରେ ୪ ଗୋରୁ ମୃତ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ରାଇକଳା ପଞ୍ଚାୟତ ସଣ୍ଡିଆପୋଷି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଭଦ୍ରୁ ନାଏକଙ୍କର ୩ଟି ଗାଈ ଏବଂ ଶରତ...

Leave a comment

Your email address will not be published. Required fields are marked *