ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକା:କୋଣାର୍କ, ପୁରୀକୁ ସ୍ଥାନିତ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଅନ୍ତର୍ଭୁକ୍ତ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଦାବି କରିଛନ୍ତି। ମନ୍ତ୍ରୀ ଏ ନେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂପ ଦାବି ଜଣାଇବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ତା’ର ନିର୍ବାଚନ ଇସ୍ତାହାରରେ ଜଗନ୍ନାଥଧାମ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପୂରଣ ନ କରିବା ଉଚିତ୍‌ ହୋଇନାହିଁ।


All Right Reserved By Dharitri.Com

କଟକ ସଭାରେ ଭାଜପାର ଗଣ୍ଡଗୋଳ ପ୍ରସଙ୍ଗ: ଜ୍ୟୋତିରଞ୍ଜନ, ଦେବାଶିଷ ଦଳରୁ ନିଲମ୍ବିତ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କଟକ ନଗର ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗତ ରବିବାର ବିବାଦ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଟାଉନ ହଲଠାରେ ନଗର ଭାଜପାର ସଭ୍ୟ ସଂଗ୍ରହ...

ବାରକୋଟ୍‌ରୁ କଲରାପତରିଆ ବାଘଛାଲ ଜବତ: ଏସ୍‌ଟିଏଫ୍‌ ଜାଲରେ ର଼୍ୟାକେଟର ୩ ସଦସ୍ୟ

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବାଘଛାଲ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌)। ବୁଧବାର ବିଳମ୍ବିତ ରାତିରେ ଏସ୍‌ଟିଏଫ ପକ୍ଷରୁ ଦେବଗଡ଼ ଜିଲା...

ତେଲିସାହି ପଡ଼ିଆ ଫାଙ୍କା ଗୁଳିଚାଳନା ଘଟଣା: ଚାଲିଛି ନାରୁଆଙ୍କ ଅପରାଧ ପୃଷ୍ଠଭୂମି ଯାଞ୍ଚ

ପୁରୀ ଅଫିସ, ୧ା୧୦: ଟାଉନ ଥାନା ଅଧୀନ ତେଲିସାହି ପଡ଼ିିଆରେ ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା ଘଟଣାର ଗୋଟିଏ...

ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଆୟୋଜିତ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ (ଭାରତ ଅଞ୍ଚଳ) ସମ୍ମିଳନୀରେ ଯୋଗଦେଇଛନ୍ତି ା ଲକ୍ଷ୍ନୌ...

‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି...

ଝାରସୁଗୁଡ଼ା ବିମାନବନ୍ଦରରେ ସେବା ବାଧାପ୍ରାପ୍ତ : ବାରମ୍ବାର ବିମାନ ବାତିଲ ନେଇ ଅସନ୍ତୋଷ

ଭୁବନେଶ୍ୱର, ୮।୭(ବ୍ୟୁରୋ) : ଖରାପ ପାଗ ଯୋଗୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ସେବା ବନ୍ଦ ହୋଇଯାଇଛି। ଗତମାସରେ ମଧ୍ୟ ଅନେକ ବିମାନ...

ନଦୀଜଳ ପ୍ରଦୂଷଣ ରୋକିବାକୁ ପ୍ରୟାସ: ୨୬ ସହରରେ ହେବ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ବିଶୋଧନ କରା ନ ଯାଇ ସିଧାସଳଖ ନଦୀକୁ ଛଡ଼ାଯାଉଥିବା ଯୋଗୁ ନଦୀଜଳ ପ୍ରଦୂଷିତ ହେଉଛି।...

୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା...

Leave a comment

Your email address will not be published. Required fields are marked *