Posted inଜାତୀୟ

୨୫ ଗୋଚାଲାଣକାରୀଙ୍କୁ ଆକ୍ରମଣ

ଖଣ୍ଡଓ୍ବା,୯ା୭ (ପି.ଟି.): ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ୨୫ ଜଣ ଗୋଚାଲାଣକାରୀଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ମାଡ଼ମାରିବା ସହ ସେମାନଙ୍କୁ ଜୋରଜବରଦସ୍ତ ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା ପଶିଛି। ପୋଲିସ କହିବାନୁଯାୟୀ, କେତେକ ଗୋରକ୍ଷକ ଗୋଚାଲାଣକାରୀଙ୍କୁ ଜୋର ଜବରଦସ୍ତ ବାନ୍ଧିଦେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ମହାରାଷ୍ଟ୍ରରୁ ଗୋଚାଲାଣ କରୁଥିବାବେଳେ ଗୋରକ୍ଷକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ତେବେ ଭାଇରାଲ ଭିଡ଼ିଓରେ ଗ୍ରାମବାସୀ ବାଡ଼ି ଧରି ଗୋଚାଲାଣକାରୀଙ୍କୁ ବାନ୍ଧି କାନଧରି ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରୁଥିବା ଦେଖାଯାଇଛି।
ଖଣ୍ଡଓ୍ବା ଏସ୍‌ପି ଶିବଦୟାଲ ସିଂ କହିଛନ୍ତି ଯେ, ଗୋଚାଲାଣ ଅଭିଯୋଗରେ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ଗୋଚାଲାଣକାରୀମାନେ ଏଭଳି କାର୍ଯ୍ୟ କରୁଥିବା ଏସ୍‌ପି କହିଛନ୍ତି। ଶତାଧିକ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ୨୧ ଟ୍ରକ ଜବତ ମଧ୍ୟ କରାଯାଇଛି। ଗୋରକ୍ଷା ନାମରେ ଦେଶରେ ହିଂସ୍ର ଆଚରଣ ବଢ଼ିଚାଲିଛି।


All Right Reserved By Dharitri.Com

ଘୋଡ଼ା ବଦଳରେ ଜେସିବିରେ ଗଲେ ଇଞ୍ଜିନିୟର ବର

କସଡୋଲ,୧୭।୫: ଛତିଶଗଡ଼ର କସଡୋଲ ଗାଁର ଏକମାତ୍ର ଇଞ୍ଜିନିୟର ହେଉଛନ୍ତି ଅମିଶ କୁମାର ଡହରିଆ। ଏବେ ସେ ଖୁବ୍‌ ଚର୍ଚ୍ଚାରେ। କାରଣ ଏହି ଯୁବ ଇଞ୍ଜିନିୟର ଜଣକ...

ପିଲାଙ୍କ ସ୍କୁଲ ବ୍ୟାଗରେ ଚାଉଳ ଭର୍ତ୍ତି କରି ଅଡୁଆରେ ଶିକ୍ଷକ

ହୋଲି(ଚମ୍ବା),୨୫।୬: ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗରୁ ବହି ଖାତା କାଢି ଚାଉଳ ଭର୍ତ୍ତି କରିବା ଜଣେ ଶିକ୍ଷକଙ୍କୁ...

ପ୍ୟାନେଲ ଗଠନ କରାଯିବ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସମୟବଦ୍ଧ ଭାବେ ପ୍ରସ୍ତାବ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ୟାନେଲ ଗଠନ କରିବାକୁ ଯାଉଛନ୍ତି ବୋଲି...

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ବଜେଟକୁ ନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ...

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ...

ସୁଶୀଲ ମୋଦିଙ୍କ ଅଜବ ଯୁକ୍ତି: ଶ୍ରାବଣ-ଭାଦ୍ରବ ମାସରେ ଦେଖାଦିଏ ଆର୍ଥିକ ମାନ୍ଦାବସ୍ଥା

ପାଟଣା,୨।୯: : ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅଜବ ମତ ଦେଇଛନ୍ତି। ସେ ଟୁଇଟରେ କହିଛନ୍ତି, ଶ୍ରାବଣ-ଭାଦ୍ରବ ମାସରେ...

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ...

Leave a comment

Your email address will not be published. Required fields are marked *