କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ କି ଏଥିରେ ସୁଧାର ଅଣାଯିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଜାତିସଂଘ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ରିପୋର୍ଟ ପୁରୁଣା ଓ ମନଗଢ଼ା ବୋଲି କହିଛି। ପାକିସ୍ତାନ ପଟୁ ହେଉଥିବା ସୀମାପାର ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ଭାରତ ଅଭିଯୋଗ କରିଛି।
ଗତବର୍ଷ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଶ୍ମୀର ଉପରେ ପ୍ରଥମ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏଥିରେ ଭାରତ ଓ ପାକିସ୍ତାନ ଦୀର୍ଘଦିନର ସମସ୍ୟା ସୁଧାରିବା ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଥିଲା। ୨୦୧୮ ମେ’ରୁ ୨୦୧୯ ମେ ମଧ୍ୟରେ କଶ୍ମୀର ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଦଶନ୍ଧିର ସର୍ବାଧିକ ଲୋକ ମୃତାହତ ହୋଇଥିବା ଜାତିସଂଘ ମାନବାଧିକାର ରିପୋର୍ଟରେ ଦର୍ଶାଯାଇଥିଲା। ଏବେ ଭାରତ ଓ ପାକିସ୍ତାନ ଏନେଇ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରି ନ ଥିବା ଜାତିସଂଘର ନୂଆ ରିପୋର୍ଟରେ ଦର୍ଶାଯାଇଛି। କଶ୍ମୀରରେ ଭାରତୀୟ ସୁରକ୍ଷା କର୍ମୀ କରୁଥିବା ବିଭିନ୍ନ ଉଲ୍ଲଂଘନ କାର୍ଯ୍ୟ ଲାଗି ଉତ୍ତରଦାୟୀ ରହୁ ନ ଥିବା ରିପୋର୍ଟରେ କୁହାଯାଇଛି।
ଜାତିସଂଘର ସଦ୍ୟ ପ୍ରକାଶିତ ରିପୋର୍ଟକୁ ଭାରତ ସମାଲୋଚନା କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତିି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ ନୂଆ ରିପୋର୍ଟ ହେଉଛି ପୂର୍ବର ମିଛ ଓ ମନଗଢ଼ା କାହାଣୀ। ଏଥିରେ କିଛି ସତ୍ୟତା ନାହିଁ। ପାକିସ୍ତାନ ପଟୁ ହେଉଥିବା ସୀମାପାର୍‌ ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଇଛି। ଏହି ରିପୋର୍ଟ ଭାରତର ସାର୍ବଭୌମତ୍ୱ ଓ ପ୍ରାଦେଶିକ ସଂହତିକୁ ଉଲ୍ଲଂଘନ କରୁଛି। ପାକିସ୍ତାନ ପଟୁ ଦୀର୍ଘବର୍ଷ ହେବ ସୀମାପାର ଆତଙ୍କବାଦୀ ଆକ୍ରମଣ ଜାରି ରହିଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନ ମଧ୍ୟରେ ଏକ କୃତ୍ରିମ ସମତା ରକ୍ଷା ଲାଗି ରିପୋର୍ଟରେ ପ୍ରୟାସ କରାଯାଇଥିବା ଭାରତ କହିଛି।


All Right Reserved By Dharitri.Com

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ...

ଭୁଲ୍‌ରେ ବିମାନର ଇର୍ମଜେନ୍ସି ଡୋର୍‌ ଖୋଲିଲେ ଯାତ୍ରୀ

ଇସଲାମାବାଦ୍‌,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍‌ର ମାଞ୍ଚେଷ୍ଟରରୁ ଇସଲାମାବାଦ୍‌ ଉଡାଣ କରୁଥିବା ବିମାନ...

ଋଣ ଭାରରେ ବୁଡିଥିବା ପାକିସ୍ତାନକୁ ସହାୟତାର ହାତ ବଢାଇଲେ ବିଲ୍‌ ଗେଟ୍‌ସ

ନ୍ୟୁୟର୍କ,୨୭।୯: ଋଣ ଭାରରେ ଡୁବିଥିବା ପାକିସ୍ତାନକୁ ସହାୟତାର ହାତ ବଢାଇଛନ୍ତି ବିଶ୍ୱର ଅନ୍ୟତମ ଧନୀ ବିଲ୍‌ ଗେଟ୍‌ସ। ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ପକ୍ଷରୁ...

ତାଲିବାନ୍‌ କବ୍‌ଜାରୁ ମୁକୁଳିଲେ ୮୩ ସାଧାରଣ ଲୋକ

କାବୁଲ,୬।୬: ଆଫ୍‌ଗାନୀସ୍ଥାନରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଦ୍ୱାରା ବନ୍ଦୀ ହୋଇରହିଥିବା ୮୩ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକୁଳାଇଛନ୍ତି। କ୍ୱାଇଜାର ଜିଲାର ଫାରେୟାବ ପ୍ରଦେଶରେ ହୋଇଥିବା...

ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୯ ମୃତ

ବେଜିଂ,୧ା୧୦(ପି.ଟି.)-ଚାଇନାର ଏକ କାରଖାନାରେ ନିଆଁଲାଗି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ନିଙ୍ଘାଇ କାଉଣ୍ଟିରେ ଥିତ୍ବା ରୁଇକି ଡେଲି ନେସେସିଟିଜ୍‌ କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ରବିବାର ନିଆଁ...

ଆମେରିକା କଟକଣାକୁ ଅଣଦେଖା: ରୁଷିଆରୁ ଆସିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୩ା୧୦: ଭାରତ ରୁଷିଆନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଭେଦ କରିପାରୁଥିବା ଏସ୍‌-୪୦୦ ଟ୍ରୁମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ସହାୟକ।...

ଆଫଗାନିସ୍ତାନ ବିସ୍ଫୋରଣ: ୨ ଶିଶୁ ମୃତ

କାବୁଲ,୧୫।୭: ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ସୋମବାର ହୋଇଥିବା ଏକ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାହିନ କାର୍ପସ୍‌ର ପ୍ରବକ୍ତା ମହମ୍ମଦ ହନିଫ...

୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର

ଲଣ୍ଡନ,୩୦ା୬(ଆଇଏଏନ୍‌ଏସ୍‌): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍‌ ଅଲ୍‌ ହୁସେନ୍‌...

Leave a comment

Your email address will not be published. Required fields are marked *