ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌) କୌଣସି ନିବେଶ କରି ନାହାନ୍ତି। ଏହି ପ୍ରକଳ୍ପ ୫୦୦୦ କୋଟି ଟଙ୍କା ନିବେଶରେ ନିର୍ମାଣ ହେବ ବୋଲି ପ୍ରସ୍ତାବ ରହିଥିଲା। ଆଲୋଚ୍ୟ ୨ ରାଷ୍ଟ୍ରାୟତ୍ତ ସଂସ୍ଥା ଉକ୍ତ ପ୍ରକଳ୍ପରେ ୫୦% ଅଂଶଧନ ଗ୍ରହଣ ନେଇ ଚୁକ୍ତିରେ ସାମିଲ ହୋଇଥିଲେ। ମାତ୍ର ଏହି ଚୁକ୍ତି ଅବଧି ୨୦୧୮ ସେପ୍ଟେମ୍ବରରେ ଶେଷ ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାକୁ ସୋମବାର ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଉକ୍ତ ପ୍ରକଳ୍ପ ସ୍ଥାପନ ଲାଗି ଆଇଓସିଏଲ୍‌ ଏବଂ ଗେଲ୍‌ ୨୦୧୬ ସେପ୍ଟେମ୍ବର ୨୧ରେ ଆଦାନୀ ପେଟ୍ରୋଲିୟମ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଏକ ନନ୍‌ ବାଇଣ୍ଡିଂ ଏମ୍‌ଓୟୁରେ ସାମିଲ ହୋଇଥିଲେ। ଯଥାକ୍ରମେ ୩୯% ଏବଂ ୧୧% ଅଂଶଧନ ଆଇଓସିଏଲ ଏବଂ ଗେଲ୍‌ ନିକଟରେ ରହିବ ବୋଲି ଚୁକ୍ତିରେ କୁହାଯାଇଥିଲା। ବାର୍ଷିକ ୫ ନିୟୁତ ଟନ୍‌ ଲିକ୍ୟୁଫାଏଡ ନାଚୁରାଲ ଗ୍ୟାସ (ଏଲ୍‌ଏନ୍‌ଜି) ଆମଦାନୀ ଟର୍ମିନାଲ ସ୍ଥାପନ ଲାଗି ଯୋଜନା ରହିଥିଲା ବୋଲି ପ୍ରଧାନ କହିଛନ୍ତି।
ଅଂଶଧନ କ୍ରୟ ଯୋଜନାରୁ ଦୁଇ ସଂସ୍ଥା ମିଳିତ ଭାବେ ଓହରି ଯାଇଥିବା କିମ୍ବା ଆଦାନୀ ଗ୍ରୁପ ସହ ଏବେ ମଧ୍ୟ ନିବେଶ ନେଇ କଥାବାର୍ତ୍ତା ଜାରି ରହିଛି କି ନା ସେ ସମ୍ପର୍କରେ କୌଣସି ସୂଚନା ପ୍ରଧାନ ଦେଇ ନାହାନ୍ତି। ସେହିଭଳି ଏମ୍‌ଓୟୁ ଅବଧି କାହିଁକି ଶେଷ ନେଇ ମଧ୍ୟ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି। ଏହା ଫଳରେ ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଏହି ଦୁଇ ସଂସ୍ଥା ରହିବେ କି ନାହିଁ ସେ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକଳ୍ପରେ ଆଦାନୀ ପେଟ୍ରୋଲିୟମ ଟିର୍ମିନାଲ ପ୍ରାଇଭେଟ ଲିମିଟେଡ ନିକଟରେ ୫୦% ଅଂଶଧନ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଓଡିଶାର ପାରାଦୀପ ଏବଂ ପଶ୍ଚିମବଙ୍ଗରେ ଥିବା ହଳଦିଆରେ ଥିବା ରିଫାଇନେରି ଲାଗି ଗ୍ୟାସ ଆମଦାନୀ କରିବାକୁ ପ୍ରସ୍ତାବିତ ଟର୍ମିନାଲର ୬୦% ବ୍ୟବହାର କରିବାକୁ ଆଇଓସି ୨୦୧୫ରେ ଯୋଜନା ରଖିଥିଲା। ସେହିଭଳି ଟର୍ମିନାଲର ୧.୫ ନିୟୁତ ଟନ୍‌ ରିଗ୍ୟାସିଫିକେଶନ କ୍ଷମତା ବ୍ୟବହାର ନେଇ ଗେଲ୍‌ ଚୁକ୍ତିରେ ଦର୍ଶାଇଥିଲା। ପାରାଦୀପରେ ଏଲ୍‌ଏନ୍‌ଜି ଆମଦୀନି ଟର୍ମିନାଲ ସ୍ଥାପନ ଲାଗି ରହିଥିବା ଯୋଜନାରୁ ଓହରିବା ପରେ ଧାମରା ପ୍ରକଳ୍ପରେ ଅଂଶଧନ ହାସଲ ଲାଗି ଗେଲ୍‌ ନିଷ୍ପତ୍ତି ନେଇଥିଲା। ଏହାବାଦ ଆଇଓସିଏଲ୍‌ ଏଲ୍‌ଏନ୍‌ଜି ଟର୍ମିନାଲ ଉନ୍ନତୀକରଣ ନେଇ ୨୦୧୨ରେ ଧାମରା ଏଲ୍‌ଏନ୍‌ଜି ପୋର୍ଟ କର୍ପୋରେଶନ ଲିମିଟେଡ ସହ ଏମ୍‌ଓୟୁରେ ସାମିଲ ହୋଇଥିଲା। ଏହା ପରେ ଦୁଇ କମ୍ପାନୀ ଧାମରା ଏଲ୍‌ଏନଜି ଟର୍ମିନାଲ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି କରିଥିଲେ ଯାହା ଆଦାନୀ ଗ୍ରୁପର ଏକ ଅଂଶ।


All Right Reserved By Dharitri.Com

ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ...

ବ୍ୟାଙ୍କ ସିଇଓଙ୍କୁ ଆଜି ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୪-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ଅର୍ଥନୀତିରେ ସୁଧାର ଆଣିବା ଲାଗି ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରାକୁ ସେ ସମୀକ୍ଷା କରିବାର କାର୍ଯ୍ୟକ୍ରମ...

ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ...

ଭୋଡାଫୋନ୍‌କୁ ରିଫଣ୍ଡ ଲାଗି ଆଇଟି ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୪: ୨୦୧୪-୧୫ ଆସେସମେଣ୍ଟ ବର୍ଷରେ ଭୋଡାଫୋନକୁ ୭୩୩ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଆୟକର ବିଭାଗ(ଆଇଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫ ଠାରୁ...

ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ...

ପୁଞ୍ଜି ପ୍ରତ୍ୟାହାରରୁ ୧.୦୫ ଲକ୍ଷ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨-୧୦: ସରକାର ଚଳିତ ବର୍ଷ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା ରଖିଛନ୍ତି। ଚଳିତ ଆର୍ଥତ୍କବର୍ଷ ଏହି ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରିରୁ ପ୍ରାୟ...

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର...

ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫-୧୨: ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ...

Leave a comment

Your email address will not be published. Required fields are marked *