Posted inଜାତୀୟ

କର୍ନାଟକରେ ସରକାର ବଞ୍ଚାଇବାକୁ କସରତ: କ୍ୟାବିନେଟ୍‌ରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ବେଙ୍ଗାଲୁରୁ,୯ା୭(ପି.ଟି.): କର୍ନାଟକ ବିଧାନସଭାରୁ କଂଗ୍ରେସ ଓ ଜେଡିଏସ୍‌ର ୧୪ ବିଧାୟକ ଇସ୍ତଫା ଦେବା ପରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ଦେଖାଦେଇଥିବା ସଙ୍କଟ ଟାଳିବା ପାଇଁ ଦୁଇ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଉଭୟ ଦଳର ସମସ୍ତ ମନ୍ତ୍ରୀ କୁମାରସ୍ବାମୀଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଲାଗି ସୁଯୋଗ ସୃଷ୍ଟି କରିଛନ୍ତି, ଯାହା ଫଳରେ ବିଦ୍ରୋହୀ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯାଇପାରିବ।
ସୋମବାର ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ୯ ଜଣ ଜେଡିଏସ୍‌ ମନ୍ତ୍ରୀ ସେମାନଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା ଚଳାଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ ଗଢ଼ାଯିବ ବୋଲି ସେ ଟୁଇଟ୍‌ କରିଛନ୍ତି। ଦଳର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଥିବା କଂଗ୍ରେସ ନେତା ବେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର କଂଗ୍ରେସର ୧୦ ଜଣ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ପରେ ସରକାରରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ବାଇର ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। ପୂର୍ବରୁ ଅନ୍ୟ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ।
ସୋମବାର ୨ ସ୍ବାଧୀନ ବିଧାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ସହ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଫଳରେ କୁମାରସ୍ବାମୀ ସରକାରରେ ସଙ୍କଟ ଆହୁରି ବଢ଼ିଯାଇଛି। ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଭାଜପାକୁ ସମର୍ଥନ ଜଣାଇଛନ୍ତି। ସେମାନେ ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ସେମାନଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଇସ୍ତଫା ଦେବା ପରେ ନଗେଶ ମୁମ୍ବାଇ ଯାଇ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗଦେଇଛନ୍ତି। କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନଙ୍କ ଇସ୍ତଫା ଗୃହୀତ ହେଲେ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବ। ଛୁଟିରେ ଥିବା ବାଚସ୍ପତି କେ.ଆର୍‌. ରମେଶକୁମାର ମଙ୍ଗଳବାର କାର୍ଯ୍ୟରେ ଯୋଗଦେବା ପରେ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏହା ପୂର୍ବରୁ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ଲାଗି ଦୁଇ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ଇସ୍ତଫା ଦେଇଥିବା ବିଧାୟକମାନଙ୍କ ସହ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ରାଜି ଏବଂ ସେମାନଙ୍କୁ ଇସ୍ତଫା ପ୍ରତ୍ୟାହାର କରିନେବାକୁ କୁହାଯିବ ବୋଲି ବେଣୁଗୋପାଳ କହିଛନ୍ତି। ସେମାନେ ଦଳକୁ ଫେରିବେ ଏବଂ ସରକାର ଭାଙ୍ଗିବନି ବୋଲି ବେଣୁଗୋପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାରରେ ଅସ୍ଥିରତା ପାଇଁ ସେ ଭାଜପାକୁ ଦାୟୀ କରିଛନ୍ତି। ଷଷ୍ଠ ଥର ପାଇଁ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ ହୋଇଛି। ପୂର୍ବରୁ ସେମାନେ ୫ ଥର ଫେଲ୍‌ ମାରିଥିଲେ, ଏଥର ମଧ୍ୟ ବିଫଳ ହେବେ ବୋଲି କଂଗ୍ରେସ ନେତା କହିଛନ୍ତି।


All Right Reserved By

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ...

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି...

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ...

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ...

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ: ପ୍ରଥମେ ଭାରତୀୟ ସେନା ଉପରେ କରିବାକୁ ହେବ ଆକ୍ରମଣ

ଶ୍ରୀନଗର,୨୦।୬: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ ରଖାଯାଇଛି। ଆତଙ୍କବାଦୀ ସଂଗଠନରେ ଯୋଗଦେବା ଲାଗି ଆବେଦନକାରୀଙ୍କ ଆଗ୍ରହ ପ୍ରଥମେ ପ୍ରମାଣ କରିବାକୁ...

ସୋନଭଦ୍ର ଜିଲାପାଳ, ଏସ୍‌ପି ବିଦା

ଲକ୍ଷ୍ନୌ,୫ା୮(ପି.ଟି.): ସୋନଭଦ୍ର ଗଣହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାର ଜିଲାପାଳ ଏବଂ ସୋନଭଦ୍ର ଏସ୍‌ପିଙ୍କୁ ବିଦା କରିବା ସହ ଅନ୍ୟ ୧୩ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ...

ରାହୁଲ ହାରିଲେ: ଏବେ ଇସ୍ତଫା ଦେବେ କି ସିଦ୍ଧୁ?

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ହାରିଗଲେ, ଏବେ ଇସ୍ତଫା ଦେବେ କି ସିଦ୍ଧୁ? ଏହି...

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *