‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି ହୋଇ ସମ୍ମିଳିତ ଲଢେଇ କରିବାର ବେଳ ଆସିଛି । ବିଶେଷକରି ଜିଲାର ବଡବିଲ ଓ ଏହା ଆଖପାଖ ଅଞ୍ଚଳରେ ପ୍ରାକୃତିକ ଜଳ ସମ୍ପଦର ସୁରକ୍ଷା ସାଙ୍ଗକୁ ଏହାର ଅପବ୍ୟବହାର ରୋକିବାକୁ ଭାରତର ଜଳପୁରୁଷ ଭାବେ ପରିଚିତ ଜଳସଂରକ୍ଷଣକାରୀ ତଥା ପରିବେଶବିତ୍‌ ରାଜେନ୍ଦ୍ର ସିଂହ ଦାବି କରିଛନ୍ତି।
କେନ୍ଦୁଝର ଜିଲା ଖୋଡାସ୍ଥିତ ସୁନା ନଦୀ ଓ ବଡବିଲସ୍ଥିତ କାରୋ ନଦୀର ସୁରକ୍ଷା ଲାଗି ଏହି ଅଞ୍ଚଳରେ ‘ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ’ ମୁଣ୍ଡ ଟେକିଛି। ଆନ୍ଦୋଳନର ଆବାହକ ଅଶୋକ ଠକ୍କରଙ୍କ ଅନୁରୋଧ କ୍ରମେ ଭାରତର ଜଳପୁରୁଷ ରାଜେନ୍ଦ୍ର କେନ୍ଦୁଝର ଗସ୍ତରେ ଆସି ସୋମବାର ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ ଏବଂ ଆନ୍ତର୍ଜାତୀୟ ବୁଡାଳୀ ସବିର ବକ୍ସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସିଥିବା ଜଳପୁରୁଷ ରାଜେନ୍ଦ୍ର ଯୋଡା ବଡବିଲକୁ ଆସି ରବିବାର ସୁନା ନଦୀରୁ ଜଳ ଶୋଷଣ ଏବଂ ସୁନା ନଦୀର ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ କରି ବଡବିଲରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟାରେ ବେଡବିଲ ଅଞ୍ଚଳର ଦଲକି ନାଳ ପରିଦର୍ଶନ କରିଥିଲେ। ଦେଶ ସ୍ବାଧୀନ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜଳାଭାବକୁ ଦୂରକରିବା ଲାଗି ବାର୍ଡ କମ୍ପାନୀ ତରଫରୁ ପ୍ରାୟ ୧୯୩୯ରେ ନିର୍ମିତ ହୋଇଥିବା ଡ୍ୟାମ ଦୀର୍ଘ ୩୫ ବର୍ଷ ହେବ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଜଳ ସଂରକ୍ଷଣ ହୋଇପାରୁ ନାହିଁ ା ମାଟି ଚରିଯାଇ ଉକ୍ତ ପ୍ରକଳ୍ପ ପୋତିହୋଇ ପଡିଛି। ପ୍ରାକୃତିକ ଝର ଲୋପପାଇ ଯିବାକୁ ବସିଲାଣି। ରାଜ୍ୟ ସରକାର ଡ୍ୟାମର ପୁନଃ ନିର୍ମାଣ ଲାଗି ଆଗ୍ରହ ପ୍ରକାଶ କରି ଖଣି ଖାଦାନ ଚାଲିଥିବା ପାହାଡରେ ସବୁ ଝରଣାର ସଂରକ୍ଷଣ କରିବା ଉଚିତ ବୋଲି ସେ କହିଥିଲେ।
କାରୋ ନଦୀରୁ ସାନ୍ତବାହାଳ ଓ ବଲାଣୀ ରାସ୍ତା ନିକଟରୁ ଏକ କମ୍ପାନୀ ସ୍ବଚ୍ଛ ଜଳ ନେଇ ପ୍ରଦୂଷିତ ଜଳ ନଦୀକୁ ନିଷ୍କାସନ କରୁଥିବା ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। କାରୋ ନଦୀର ଜଳକୁ ପ୍ରଦୂଷିତ କରାଯିବା ଘଟଣା ନେଇ ଜଳପୁରୁଷ ରାଜେନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ କହିଥିଲେ, ଆମ ପରିବେଶ ଆମ ଜୀବନ। ତାହାର ସୁରକ୍ଷା ଆମର ଦାୟିତ୍ୱ। ଏ ନେଇ ଆନ୍ଦୋଳନ ଜାରି ରଖିବାକୁ ପଡିବ । ବିପଦରେ ପଡିଥିବା ଯୋଡା-ବଡବିଲର ପ୍ରାକୃତିକ ଜଳ ସମ୍ପଦ ଅଞ୍ଚଳ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଦେବକାନ୍ତ ଦାସ, ଶଙ୍କର କୋନାର ଓ ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଡବିଲ ମହାନ୍ତବସ୍ତି ସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ନଦୀଗର୍ଭକୁ ଦୂଷିତ ଜଳ ନ ଛାଡିବାକୁ ଜଳପୁରୁଷ ରାଜେନ୍ଦ୍ର ଦାବି କରିଥିଲେ।


All Right Reserved By Dharitri.Com

ହରେକୃଷ୍ଣ ମହତାବଙ୍କ ଜନ୍ମ ବାର୍ଷିକୀ ଲାଗି ବ୍ୟାପକ ପ୍ରସ୍ତୁତି: ବର୍ଷସାରା ଦେଶବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧ା୧ (ବ୍ୟୁରୋ): ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନବ ଉତ୍କଳ...

ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି,...

ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ପୁରୀ ଅଫିସ,୨୩।୫: ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୩୯୫ ଭୋଟରେ ଆଗୁଆ ଅଛନ୍ତି।...

ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ଜଳେଶ୍ୱର, ୧୦।୮-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ଶ୍ମଶାନ ଜାଗାକୁ ଗ୍ରାମ ବାହାରୁ ଆସିଥିବା କେତେକ ଆଦିବାସୀ ଅସ୍ଥାୟୀ ଚାଳିଆ କରି ରହିଛନ୍ତି। ଏହାକୁ...

ହୋଟେଲରୁ ସେକ୍ସ ର଼୍ୟାକେଟ ଠାବ: ୨ ଦଲାଲ ସହ ହୋଟେଲ ମ୍ୟାନେଜର ଗିରଫ, ଅନଲାଇନରେ ହେଉଥିଲା ବୁକିଂ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ...

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ...

Leave a comment

Your email address will not be published. Required fields are marked *