କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି ‘ଅଟଳ ଟିଙ୍କ୍‌ରିଙ୍ଗ ଲ୍ୟାବ୍‌’। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଅନୁଦାନରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଲାବରେଟୋରି ପ୍ରସ୍ତୁତ କରାଯାଇଛି। ଛାତ୍ରୀଛାତ୍ରମାନେ ପୁସ୍ତକଗତ ଶିକ୍ଷା ସହିତ ଏଠାରେ ପ୍ରାକ୍ଟିକାଲ ସମ୍ପର୍କରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ। ପିଲାମାନଙ୍କ ସାମଗ୍ରିକ ବିକାଶରେ ଏହି ଲ୍ୟାବ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଜିଲାପାଳ ନିଜ ଅଭିଭାଷଣରେ କହିଲେ, ଏବେକାର ପିଲାମାନେ ବାସ୍ତବିକ୍‌ ଭାଗ୍ୟବାନ। ଏବେ ଶିକ୍ଷାନୁଷ୍ଠାନରେ ନୂତନ ଜ୍ଞାନ କୌଶଳ ଅନୁଯାୟୀ ଶିକ୍ଷାପ୍ରଦାନ କରାଯାଉଛି। ପୂର୍ବରୁ ଏପରି ସୁବିଧା ନ ଥିଲା। ଏହାର ସୁଯୋଗ ନେଉଥିବା ଛାତ୍ରୀଛାତ୍ର ନିଶ୍ଚିତ ଭାବେ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ବଢ଼ିପାରିବେ ବୋଲି ସେ କହିଥିଲେ। ଜିଲାପାଳ ଆହୁରି ମଧ୍ୟ କହିଲେ, ଛାତ୍ରୀଛାତ୍ର ଅନିସନ୍ଧିତ୍ସୁ ହେବା ଜରୁରୀ। ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିଲେ ଅନେକ କଥା ଶିଖିବାକୁ ମିଳିବ। ନିଜେ କିଛି ଶିଖିଲେ ଅନ୍ୟମାନଙ୍କୁ ଶିଖାଇବାରେ ସୁବିଧା ହେବ। ହାତ ପାଖରେ ଥିବା ସୁଯୋଗକୁ ହାତଛଡ଼ା ନ କରି ଏହାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖ୍ୟବକ୍ତା ଭାବେ ସରାଙ୍ଗ ଆଇଜିଆଇଟି କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ଡା. ଶ୍ରୀନିବାସ ସେଠୀ ଯୋଗଦେଇ ବୈଷୟିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ।
ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲା ସମାଜ ମଙ୍ଗଳ ଅଧିକାରୀ ମାନସ ମିଶ୍ର, ବିଇଓ ଅଜୟ କୁମାର ପାତ୍ର, ମିନତି ଦେହୁରୀ, ଥାନାଧିକାରୀ ନିରଞ୍ଜନ ସେଠୀ, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସୁକାନ୍ତ ଚରଣ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଲାବରେଟୋରି ନିର୍ମାଣ କରିଥିବା ‘ଏ.ଆର. ରୋବଟିକ୍‌’ ଅନୁଷ୍ଠାନ ପରିଚାଳକ ଅଞ୍ଜନ କୁମାର ରାଉତ, ତାଲିମଦାତା ରଞ୍ଜନ ମିଶ୍ର, କାଳୀଚରଣ ପଣ୍ଡା, ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ନିରଞ୍ଜନ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ।


All Right Reserved By Dharitri.Com

ରେଳ ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ଯେତିକି ନଉଛ, ସେତିକି ଦିଅ: ଶ୍ରୀକାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଓଡ଼ିଶା ପାଇଁ ରେଳ ବଜେଟରେ ଚଳିତବର୍ଷ ମାତ୍ର ୫, ୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଶାକୁ ମାତ୍ର ୩୧...

ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ

କଟକ ଅଫିସ,୧୭ା୭: ହାଇଟେକ୍‌ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦...

ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ...

ଥାନା ହାଜତରେ ଛେଳି

ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍‌ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ...

ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର...

ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରେ ଶୀତ ଦୁର୍ବଳ

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): କ।ର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି। ଶୀତର ଦେଖା ନାହିଁ। କେବଳ ସହର ନୁହେଁ, ଗାଁ ଗଣ୍ଡାରେ ମଧ୍ୟ...

ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୨୦ା୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ...

Leave a comment

Your email address will not be published. Required fields are marked *