Posted inଖେଳ

୨୭ ରନ ଦୂରରେ ରୋହିତ୍‌

ମାଞ୍ଚେଷ୍ଟର, ୯।୭- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ତାରକା ଓପନର୍‌ ରୋହିତ୍‌ ଶର୍ମା ପୁଣି ଏକ ବିଶ୍ୱକପ୍‌ କିର୍ତ୍ତୀମାନଠାରୁ ୨୭ ରନ ଦୂରରେ ରହିଛନ୍ତି। ବିଶ୍ୱକପ୍‌ ଇତିହାସର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ତାଙ୍କ ନିକଟରେ ରହିଛି। ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଯଦି ରୋହିତ୍‌ ଆଉ ୨୭ ରନ୍‌ ସଂଗ୍ରହ କରନ୍ତି ତେବେ ଏହି କିର୍ତ୍ତୀମାନ ସ୍ଥାପନ କରିବେ। ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ୨୦୦୩ ସଂସ୍କରଣରେ ୧୧ ମ୍ୟାଚ୍‌ରୁ ୬୭୩ ରନ୍‌ ସଂଗ୍ରହ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ପ୍ରାକ୍ତନ ଅଷ୍ଟ୍ରେଲୀୟ ଓପନର୍‌ ମାଥ୍ୟୁ ହେଡେନ୍‌ ୨୦୦୭ ବିଶ୍ୱକପ୍‌ରେ ୬୫୯ ରନ କରି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ତାଲିକାର ୩ୟ ସ୍ଥାନରେ ଥିବା ରୋହିତ୍‌ ଚଳିତ ବିଶ୍ୱକପ୍‌ରେ ୮ ଇନିଂସରୁ ୫ ଶତକ ସହ ୬୪୭ ରନ୍‌ ସଂଗ୍ରହ କରିଛନ୍ତି।


All Right Reserved By

Posted inଖେଳ

ୟୁରୋପ ଆଥଲେଟିକ୍ସ ମିଟ୍‌ରେ ଭାଗ ନେବା ଆଶା ଅଧୁରାଦୂତୀ ନିରାଶ, ଭିଜା ମିଳିଲାନି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ ରେକର୍ଡର ଅଧିକାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ୟୁରୋପ୍‌ ଗସ୍ତ ପାଇଁ...

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ଟୋ ଆଲେଗ୍ରେ,୨୮।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏଥିପୂର୍ବରୁ ୨୦୧୧ ଓ...

ହାତ ଛାଡ଼ି କାର ଚଳାଇଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ,୨।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୌଖୀନ ଗାଡ଼ିର ମଧ୍ୟ ସଉକ ରହିଛି ବୋଲି କିଏ ବା ନ ଜାଣିଛି। ଶୁକ୍ରବାର ସଚିନ ସୋସିଆଲ ମିଡିଆରେ...

ଜମ୍ମୁ-କଶ୍ମୀରରେ ରହୁଥିବା ଏହି କ୍ରିକେଟରଙ୍କ ପାଇଁ ରକ୍ଷକ ସାଜିଲେ ସେନା, ଘରେ ନେଇ ପହଞ୍ଚାଇଲେ ଔଷଧ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରରେ ରହୁଥିବା ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ମିଥୁନ ମାନହସ୍‌ଙ୍କ ପରିବାର ଲୋକଙ୍କ ପାଇଁ ରକ୍ଷକ ସାଜିଛନ୍ତି ଭାରତୀୟ ସେନା। ମିଥୁନଙ୍କ...

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଭାରତୀୟ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରା

ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ ମଧ୍ୟ...

ସୋନପୁର ପ୍ରିମିୟର ଫୁଟବଲ ଲିଗ: ଯତୀନ୍‌ ଫାଇଟର ଚାମ୍ପିୟନ

ସୋନପୁର,୨୮ା୭(ନି.ପ୍ର.):ଯତୀନ୍‌ ଫାଇଟର ସୋନପୁର ପ୍ରିମିୟର ଫୁଟବଲ ଲିଗ୍‌ ଚାମ୍ପିୟନ ହୋଇଛି। ସୋନପୁର ବୁଢି ସମଲେଇ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ କଲେଜ ପଡିଆରେ ଚାଲିଥିବା ଲିଗ୍‌ର...

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *