ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରାସଲୀଳା

ପୁରୀ ଅଫିସ, ୮ା୭: ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗହଳି ଲାଗୁଛି ଶରଧାବାଲିରେ। ତେବେ ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ତିନିଦିଆ ରାସଲୀଳା। ଗୋପୀମାନଙ୍କ ସହିତ ରାସଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସବୁ ଯୁଗର ଦେବତା। ସେ ସତ୍ୟ ଯୁଗର ନୃସିଂହ ଓ ବାମନ। ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଆଉ ଦ୍ୱାପର ଯୁଗର ରସରାଜ ଭଗବାନ ଶ୍ରୀକୃଷ୍ଣ। ଗୋପୀମାନଙ୍କ ସହିତ ବୃନ୍ଦାବନରେ ରାସଲୀଳା କରୁଥିଲେ ଭଗବାନ ଶ୍ରୀକୃଷ୍ଣ। ଗୋପୀମାନଙ୍କର ମନକଥା ଜାଣିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଭଗବାନଙ୍କୁ କଣ ସୁଖ ଲାଗିବ ସେହିଭଳି କାର୍ଯ୍ୟ କରୁଥିଲେ ଗୋପୀମାନେ। ତେଣୁ ଏଠାରେ ମଧ୍ୟ ଶ୍ରୀଗୁଣ୍ଡିଚା ମଣ୍ଡପ ତିନିଦିନ ଧରି ରାସମଣ୍ଡପରେ ପରିଣତ ହୁଏ। ମହାପ୍ରଭୁ ପତିତପାବନ ଯାତ୍ରା କରିବା ପାଇଁ ଜନ୍ମବେଦୀକୁ ଆସିଥିବା ସମୟରେ ଗୋପୀମାନଙ୍କ ସହିତ ଏହି ମଣ୍ଡପରେ ରାସ ରସରେ ମଗ୍ନ ହୁଅନ୍ତି। ସେଥିପାଇଁ ସାଙ୍ଗରେ ପ୍ରିୟତମା ପତ୍ନୀ ମହାଲକ୍ଷ୍ମୀଙ୍କୁ ଆଣି ନ ଥାନ୍ତି। ତଥାପି ହେରାପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଠାକୁରଙ୍କଠାରୁ ଆଜ୍ଞାମାଳ ପାଇବା ପରେ ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଯାଇଥାନ୍ତି। ଏହା ପରଦିନଠାରୁ ଅର୍ଥାତ୍‌ ଆଷାଢ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଶ୍ରୀଗୁଣ୍ଡିଚା ମଣ୍ଡପରେ ଗୋପୀମାନଙ୍କ ସହିତ ରାସଲୀଳା ଅନୁଷ୍ଠିତ ହୋଇଥାଏ। ଏହି ତିନିଦିନ ପ୍ରତ୍ୟହ ସନ୍ଧ୍ୟାଧୂପ ବଢିଲେ ମଦନମୋହନ ଜଗମୋହନ ସିଂହାସନ ଉପରେ ବିଜେ କରନ୍ତି। ସେଠାରେ ଶର୍କରା, କୋରା ଆଦି ଭୋଗ ସର୍ପାମଣୋହୀ ହୁଏ। ଏହାପରେ ବନ୍ଦାପନା କରାଯାଏ। ଏହାକୁ ରାସନୀତି ବୋଲି କୁହାଯାଏ। ଏହିଭଳି ଭାବେ ତିନିଦିନ ଧରି ରାସବିହାରୀ ଶ୍ରୀଜଗନ୍ନାଥ ବର୍ଷାକାଳୀନ ରାସଲୀଳା ଶ୍ରୀଗୁଣ୍ଡିଚା ମଣ୍ଡପରେ କରିଥାନ୍ତି। ମହାପ୍ରଭୁଙ୍କର ଏହି ରାସଲୀଳାକୁ ଯେଉଁମାନେ ଭକ୍ତି ପୂର୍ବକ ଦର୍ଶନ କରନ୍ତି ସେମାନେ ଅନନ୍ତ ପୂଣ୍ୟର ଅଧିକାରୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।


All Right Reserved By Dharitri.Com

ରାସ୍ତା ମଝିରେ ଖରାପ ହେଲା ଅଳିଆ ବୋଝେଇ ହାଇଓ୍ବା: କଟକ ରୋଡ୍‌ରେ ଟ୍ରାଫିକ୍‌ ଜାମ ପରିସ୍ଥିତି

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): ସ୍ଥାନୀୟ ଲକ୍ଷ୍ମୀସାଗର ଟ୍ରାଫିକ୍‌ ଛକ ନିକଟରେ ଶୁକ୍ରବାର ଏକ ଅଳିଆ ବୋଝେଇ ହାଇଓ୍ବା ଖରାପ ହେବା ପରେ କଟକ ରୋଡ୍‌ ଅଞ୍ଚଳରେ ନାହିଁ...

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ...

ନବାନ୍ନ ଉତ୍ସବ: ୧୦ହଜାର ସାଧୁ, ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ ଅଫିସ, ୨ା୯ମହିମାଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ରବିବାର ନବାନ୍ନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଏଥିରେ...

ଦୌଡ଼କୁଦ,ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ଦୁଲା, ଶୁଭଶ୍ରୀ, ଅଭି ଓ ଯମୁନା ଚାମ୍ପିୟନ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ହାଇସ୍କୁଲ ଖେଳ ପଡ଼ିଆରେ ସୋମବାର ଅପରାହ୍ନରେ ୬୫ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ (ଆଥ୍‌ଲେଟିକ୍ସ) ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ...

ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ...

ନିର୍ଦ୍ଦେଶନାମାକୁ ବେଖାତିର: ଯାଞ୍ଚହେଉନି ସ୍କୁଲ ବ୍ୟାଗ, ପରିବହନ ଗାଡ଼ି

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ର ସରକାରଙ୍କ ମାନବ ସମ୍ଭଳ ବିଭାଗ ପକ୍ଷରୁ ଛାତୀଛାତ୍ରଙ୍କ ସ୍କୁଲ ବ୍ୟାଗ ବୋଝର ନିର୍ଦ୍ଦିଷ୍ଟ ଓଜନ ପାଇଁ ୨୦୧୮ରେ ନିୟମ ହୋଇଛି।...

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪...

Leave a comment

Your email address will not be published. Required fields are marked *