ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୨୬୩ ଛାତ୍ରୀଛାତ୍ର

ବଇଣ୍ଡା,୮।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୨୬ଟି ହାଇସ୍କୁଲର ୨୬୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସମୟ ନିର୍ଦ୍ଧାରଣ ପୂର୍ବରୁ ସମସ୍ତ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ପରୀକ୍ଷା ପତ୍ର ବଣ୍ଟନ କରାଯାଇଥିଲା। ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍‌ ମନୋରମା ସାହୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକକୁ ବୁଲି ଯାଞ୍ଚ କରିଥିଲେ। ଶାନ୍ତିଶୃଙ୍ଖଳାରେ ପରୀକ୍ଷା ହୋଇଥିବାବେଳେ ହଣ୍ଡପା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।


All Right Reserved By Dharitri.Com

ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର...

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌

କାମାକ୍ଷାନଗର, ୨୭ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଲୀକାଟେଣୀ ଗ୍ରାମରୁ ସୋମବାର ମଧ୍ୟାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି।...

ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି...

‘ନୃତ୍ୟମ୍‌’ର ୨୨ତମ ବାର୍ଷିକ ଉତ୍ସବ: ‘ଅନୁଷ୍ଠାନ ଆଗକୁ ବଢ଼ିଲେ କଳାକାର ବିକଶିତ ହେବେ’

ଢେଙ୍କାନାଳ ଅଫିସ, ୬।୬: ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟମ୍‌’ର ୨୨ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି...

ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ...

ପ୍ରଫୁଲ୍ଲ ମଲ୍ଲିକ ୬୬୨୭ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୧ ରାଉଣ୍ଡ ଫଳାଫଳ ପ୍ରକାଶିତ ହୋଇଛି। ୨୫,୮୧୮ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

ସାଢ଼େ ୩ବର୍ଷରେ ମଲେଣି ୧୦୪

ଢେଙ୍କାନାଳ ଅଫିସ,୨୪।୭-ଢେଙ୍କାନାଳ ଜିଲାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ଚିନ୍ତାଜନକ ହୋଇଛି। ଗତ ସାଢ଼େ ୩ବର୍ଷ ମଧ୍ୟରେ ଜିଲାରେ ସାପ କାମୁଡ଼ାରେ ୧୦୪ଜଣଙ୍କ ଜୀବନ ଗଲାଣି। ଗ୍ରାମାଞ୍ଚଳ...

ଭିଜିଲାନ୍ସ ଜାଲରେ ମାଣିପୁର ଆର୍‌ଆଇ କାର୍ଯ୍ୟାଳୟ ପିଅନ: ଜମି ମ୍ୟୁଟେଶନ ପାଇଁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ ଅଫିସ/କଟକ ଅଫିସ, ୨୮|୬-ଜମି ମ୍ୟୁଟେଶନ ପାଇଁ ୧୨୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ କଲେଜ ନିକଟ ମାଣିପୁର ଆର୍‌ଆଇ...

Leave a comment

Your email address will not be published. Required fields are marked *