Posted inଖେଳ

ଖ୍ବାଜା ବିଶ୍ୱକପ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୮ା୭ (ଏଏଫ୍‌ପି)-ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଚଳିତ ଆଇସିସି ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ସୋମବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଖ୍ବାଜା ଶନିବାର ଓଲ୍ଡଟ୍ରାଫୋର୍ଡଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୧୦ର ପରାଜୟ ମ୍ୟାଚ ଖେଳୁଥିବାବେଳେ ତାଙ୍କ ବାମ ପାର୍ଶ୍ୱ ଉରୁସନ୍ଧିରେ ଆଘାତ ଲାଗିଛି। ଖ୍ବାଜାଙ୍କ ସ୍ଥାନରେ ମାଥ୍ୟୁ ଓ୍ବାଡେଙ୍କୁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏ ନେଇ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଅନୁମତି ନେବାକୁ ପଡ଼ିବ। ଅଷ୍ଟ୍ରେଲିଆ ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଏଜ୍‌ବାଷ୍ଟନଠାରେ ଏହାର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ଭେଟିବାକୁ ଥିବାବେଳେ ଖ୍ବାଜାଙ୍କ ଅନୁପସ୍ଥିତି ଦଳକୁ ନିଶ୍ଚିତ ଏକ ଶକ୍ତ ଧକ୍କା। କାରଣ ସେ ଦଳର ଜଣେ ପ୍ରମୁଖ ସଦସ୍ୟ ବୋଲି ଲାଙ୍ଗର ରବିବାର କ୍ରିକେଟ ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌କୁ କହିଛନ୍ତି। ସେମିଫାଇନାଲ ପୂର୍ବରୁ ଆମେ ପୂର୍ବରୁ ଅନ୍ୟ ଜଣେ ଖେଳାଳି ଶନ୍‌ ମାର୍ଶଙ୍କୁ ହରାଇ ସାରିଛୁ। ଗୁରୁବାର ତାଙ୍କ ବାମହାତ ହାଡ଼ ଭାଙ୍ଗି ଯାଇଛି।


All Right Reserved By Dharitri.Com

Posted inଖେଳ View All

ଆମେରିକାରେ ପ୍ରଶିକ୍ଷଣ ନେବେ ଜିନ୍‌ସନ ଜନ୍‌ସନ

ଚେନ୍ନାଇ,୨୪।୮(ପି.ଟି.)- ଭାରତୀୟ ମିଡଲ ଡିଷ୍ଟାନ୍ସ ରନର ଜିନସନ ଜନସନ ଶୁକ୍ରବାର ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ...

ପାକିସ୍ତାନକୁ ଦୋହଲାଇ ଦେଇଥିଲେ ଏହି ଭାରତୀୟ କ୍ରିକେଟର୍‌

ଆଜି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜୀଙ୍କ ୩୮ତମ ଜନ୍ମଦିନ। ୧୯୮୧ ସେପ୍ଟେମ୍ବର ୨୭ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ବେଶୀ...

ବିଶ୍ୱକପ୍‌ରୁ ଶେହଜାଦ ଆଉଟ୍‌

ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ...

ଭାରତକୁ ପ୍ରାରମ୍ଭିକ ଝଟ୍‌କା

ମାଞ୍ଚେଷ୍ଟର,୧୦।୭- ୨୪୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଫୁଲ ଫର୍ମରେ ଥିବା ରୋହିତ ଶର୍ମା ମାତ୍ର ୧...

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି।...

ଭେନୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ...

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ।...

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *