Posted inଜାତୀୟ

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ ମାତ୍ର ୬ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୁସ୍ତକ ଥିଲା ଏକ କବିତା ବହି। ଏବେ ଲଣ୍ଡନର ଓ୍ବାର୍ଲଡ ରେକର୍ଡ ୟୁନିର୍ଭସିଟିରେ ଡକ୍ଟରେଟ କରିବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ପେନ୍‌ ନେମ୍‌ ‘ଆଜ କା ଅର୍ଜୁନ’ନାମରେ ପରିଚିତ ରାଜ କୁହନ୍ତି ଲେଖାପାଇଁ ତାଙ୍କୁ ୪ଟି ବିଶ୍ୱ ରେକର୍ଡ ମିଳିବା ସହ ଆହୁରି ଅନେକ ସମ୍ମାନ ମିଳିଛି। ସେ କୁହନ୍ତି ମହାକାବ୍ୟ ରାମାୟଣର ୫୧ଟି ଚରିତ୍ରକୁ ନେଇ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେଇଛନ୍ତି। ରାଜ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ବହି ୨୫ରୁ ଶହେ ପୃଷ୍ଠା ବିଶିଷ୍ଟ ହୋଇଥାଏ। ସୁଲତାନପୁରର ଏକ ଘରୋଇ ସ୍କୁଲରେ ତାଙ୍କ ମା’ ଶିକ୍ଷକତା କରୁଥିବା ବେଳେ ପିତା ଜଣେ ସରକାରୀ କର୍ମଚାରୀ।


All Right Reserved By Dharitri.Com

ପଶ୍ଚିମବଙ୍ଗ ନଦିଆ ଜିଲାରେ ଅଗଷ୍ଟ ୧୮ରେ ପାଳିତ ହେବ ସ୍ବାଧୀନତା ଦିବସ

କୋଲକତା,୧୫।୮: ଦେଶ ସାରା ଗୁରୁବାର ସ୍ବାଧୀନତା ଦିବସ ପାଳିତ ହେଉଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ...

ମହାରାଷ୍ଟ୍ରରେ ୬୩, ହରିୟାଣାରେ ୬୫% ମତଦାନ

ମୁମ୍ବାଇ/ଚଣ୍ଡିଗଡ଼,୨୨ା୧୦(ପି.ଟି.): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ଲାଗି ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। କାଁଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା।...

ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍‌’ର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ,୪।୮: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍‌...

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଆଉ ଏକ ନୂଆ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୧୮।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆସନ୍ତା ୨୧ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ପ୍ରତିଦିନ ସୋସିଆଲ ମିଡିଆରେ କିଛି...

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ...

ନିର୍ଭୟା ମାମଲାର ବିଚାର: ତଳ କୋର୍ଟରେ ୨୫୨ ଦିନ; ହାଇକୋର୍ଟରେ ୧୫୮ ଏବଂ ସୁପ୍ରିମ୍‌କୋର୍ଟରେ ହଜାରେ ୮ ଦିନ

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀରେ ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା ମାମଲାର ବିଚାର ପାଇଁ ୨ ହଜାର ୫ଶହ ୬୬ ଦିନ ଲାଗିଛି।...

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ...

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଦେହରେ କାଦୁଅ ବୋଳିହେଲେ ୩୪୦ ଜଣ

ଗୋରଖପୁର,୧୯।୧୧: ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଉତ୍ତରପ୍ରଦେଶ ଗୋରଖପୁରରେ ୩୪୦ ଜଣ ମିଳିତ ଭାବେ ଦେହରେ କାଦୁଅ ବୋଳିି ହୋଇଛନ୍ତି। ଆରୋଗ୍ୟ ମନ୍ଦିର ପରିସରରେ...

Leave a comment

Your email address will not be published. Required fields are marked *