୪୬.୩ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ତାଳଚେର : ୪୦ ଡିଗ୍ରୀ ଟପିଲା ୧୪ ଜିଲା, ୫ ଜିଲାକୁ ହିଟ୍‌ ଓ୍ବେଭ୍‌ ଜାରି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢ଼ୁଛି। ରବିବାର ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଏଠାରେ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରବିବାର ରାଜ୍ୟର ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ା ୪୩.୨, ଅନୁଗୋଳ ୪୩.୧, ସମ୍ବଲପୁର ଓ ବଲାଙ୍ଗୀର ୪୩, ଭବାନୀପାଟଣା ୪୨.୫, ହୀରାକୁଦ ୪୧.୯, ଫୁଲବାଣୀ ୪୧.୮, ସୋନପୁର ୪୧.୬, ମାଲକାନଗିରି ୪୧.୫, ସୁନ୍ଦରଗଡ଼ ୪୧, କେନ୍ଦୁଝର ୪୦.୬ ଓ ଚାନ୍ଦବାଲିରେ ୪୦.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ୱରର ତାପମାତ୍ରା ୩୮.୮ ଡିଗ୍ରୀ ରହିଥିବା ବେଳେ କଟକର ୩୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆହୁରି ୩ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପୂର୍ବ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମେ ୨ ଯାଏ ତାତିର ପ୍ରକୋପ ଅନୁଭୂତ ହେବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପରେ ପରେ ପାଗ ମେଘୁଆ ରହିବା ସହିତ ତାତି କମିବା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ଆର୍ଦ୍ରତା ବଢ଼ିଯାଇଛି। ଫଳରେ ତାତି ସହ ଗୁଳୁଗୁଳିରେ ଲୋକେ ସିଝୁଛନ୍ତି। ପାଣିପାଗ କେନ୍ଦ୍ର ପକ୍ଷରୁ ୫ ଜିଲାକୁ ହିଟ୍‌ ଓ୍ବେଭ୍‌ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।


All Right Reserved By Dharitri.Com

ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା।...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ଗଜପତିଙ୍କ ମନ୍ତବ୍ୟକୁ କଂଗ୍ରେସର ନିନ୍ଦା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କ ସମ୍ମାନ ରହିଛି। ତାଙ୍କ ସ୍ଥାନ ସ୍ବତନ୍ତ୍ର ଏବଂ...

ପ୍ରଥମ ଦିନରେ ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ବିଚ୍ଛିନ୍ନ ହେଲା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ପୂର୍ବ ଘୋଷଣା ଅନୁଯାୟୀ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ୧୫୪୫ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି। ବକେୟା ବିଦ୍ୟୁତ୍‌ ବିଲ୍‌...

ଭାଙ୍ଗିଲା ଜୟଦେବ ଟାଓ୍ବାରର ବେଆଇନ ନିର୍ମାଣ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ବିଲ୍ଡିଂ ପ୍ଲାନ ନ ମାନିବାରୁ ଉଚ୍ଛେଦ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଦିଆଯାଇଥିବା ବିଲ୍ଡିଂ ପ୍ଲାନ ଅନୁସାରେ ଗୃହ ନ କରିବାରୁ...

ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ...

ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍‌ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍‌ପି...

କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ...

Leave a comment

Your email address will not be published. Required fields are marked *