ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଟୁଇଟ୍‌ କରି କହିଛନ୍ତି ‘କବିର ସିଂ’ ଅଷ୍ଟ୍ରେଲିଆରେ ଯେମିତି ବିଜନେସ୍‌ କରିଛି ତାହା ‘ଉରି’, ‘ଗଲି ବୟ’, ‘ଭାରତ’ ସହ ଦକ୍ଷିଣ ଭାରତୀୟ ମୁଭି ‘ପେଟା’ ଓ ‘ମହର୍ଷି’କୁ ମଧ୍ୟ ପଛରେ ପକାଇ ଦେଇଛି। ଏହା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ ୧୫’ ସହ କମ୍ପିଟ କରୁଥିଲେ ମଧ୍ୟ ଖୁବ୍‌ ଆଗକୁ ଚାଲି ଯାଇଛି। ମାତ୍ର ୧୩ ଦିନରେ ଏହା ୨ଶହ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସଲମାନଙ୍କ ଖାଁଙ୍କ ଅଭିନୀତ ଫିଲ୍ମ ‘ଭାରତ’କୁ ମଧ୍ୟ ପଛରେ ପକାଇ ଦେଇଛି।


All Right Reserved By

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ଛୋଟ ବେଳୁ ମଡେଲିଂ ପ୍ରୀତି: ଇଚ୍ଛା ଦେଇଛି ସଫଳତା

ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ। ଛୋଟ ବେଳୁ ମଡେଲ ଓ ଗ୍ଲାମର ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାର ଇଚ୍ଛା ଆଜି ତାଙ୍କୁ...

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ...

ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା...

ଟ୍ରୋଲ ହେଲେ ତାହିରା, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସି ଉଠାଇଥିଲେ ଫଟୋ

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନ୍ନାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ ସମାଲୋଚନା। ସେ ପୁଣି ଏକ ଫଟୋ ପାଇଁ। ତାହିରା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସିଥିବା ବେଳର...

୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *