Posted inଜାତୀୟ

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ ସାମିଲ ହେଉଛନ୍ତି। ଏହାରି ଭିତରେ ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ ଯୋଗ ଦେବାରୁ ସେ ଭଡା ରହୁଥିବା ଘରର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଛନ୍ତି। ଆଉ ଏହାକୁ ନେଇ ଏବେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ଶନିବାର ଭାଜପାରେ ଯୋଗ ଦେଇଥିବା କଥା ଘର ମାଲିକ ଜାଣିବା ପରେ ତାଙ୍କୁ ଖରାପ ବ୍ୟବହାର କରିବା ସହ ତୁରନ୍ତ ଘର ଖାଲି କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ପୋଲିସର କହିବା କଥା ହେଲା ଘର ମାଲିକ ଉକ୍ତ ମହିଳାଙ୍କୁ ୪ ହଜାର ଟଙ୍କା ବିଜୁଳି ବିଲ୍‌ ମାଗିବାରୁ ଉଭୟଙ୍କ ଭିତରେ ମତାନ୍ତର ହୋଇଛି। ଯାହାକୁ ପରବର୍ତ୍ତି ସମୟରେ ଭାଜପାରେ ଯୋଗ ଦେବା କଥା ଯୋଡି ଦିଆଯାଇଛି।


All Right Reserved By

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ...

୧୭ ପେଶାଦାରଙ୍କ ସହାୟତାରେ ନିଜର ପ୍ରଚାର କରିବ ରେଲଓ୍ବେ: ପ୍ରତି ଜୋନ୍‌ ପିଛା ବାର୍ଷିକ ଖର୍ଚ୍ଚ ହେବ ୨ କୋଟି

ନୂଆଦିଲ୍ଲୀ,୧୬।୬: ଭାରତୀୟ ରେଲଓ୍ବେ ନିଜର ପ୍ରଚାର ପାଇଁ ଅଣ୍ଟାଭିଡ଼ିଛି। ଏଥିରେ ୧୭ ପେଶାଦାର ମଙ୍ଗ ଧରିବେ। ପେଶାଦାରମାନେ ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି ପ୍ଲାଟଫର୍ମରେ ପ୍ରଚାର...

କର୍ନାଟକରେ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ: ଶିବକୁମାର

ବେଙ୍ଗାଲୁରୁ,୨୨।୭: କର୍ନାଟକ ବିଧାନସଭାରେ ସୋମବାର ଏଚ୍‌ ଡି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଡିକେ ଶିବକୁମାର...

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା...

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ଉପରେ ଶୁଣାଣି ଟଳିଲା

ନୂଆଦିଲ୍ଲୀ, ୧୬।୮: ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଦାଏର ମାମଲାର ଶୁଣାଣି ଟଳିଛି। ଏମଏଲ ଶର୍ମାଙ୍କ ଦ୍ୱାରା ଦାଏର କରାଯାଇଥିବା ଏହି ମାମଲାରେ...

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ...

ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ

ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *